ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ନବୀନ ବ୍ରାଣ୍ଡିଂ ପାଇଁ ପଛଘୁଞ୍ଚା କାହିଁକି?

0

ଭୁବନେଶ୍ବର: ଆଜି ୨୦୨୦ ମାର୍ଚ୍ଚ ୪ ତାରିଖ। ଆସନ୍ତାକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମଦିନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଅଭିଷେକ ଗ୍ରହଣ କରିବାର ୨୦ବର୍ଷ ଛୁଇଁବ। ଯେହେତୁ ବିଜୁ ବାବୁଙ୍କ ନାମରେ ବିଜେଡି ଗଠନ ହୋଇଛି, ଏଣୁ ସ୍ବାଭାବିକ ଭାବେ ବିଜେଡି ତାଙ୍କ ଜନ୍ମ ଦିନକୁ ଉତ୍ସବ ମୁଖର କରିବ। ବିଜୁ ତତ୍ତ୍ବକୁ ବଞ୍ଚାଇ ରଖିବା ଲାଗି ଏହାଠାରୁ ଆଉ ଅଧିକ ସୁଯୋଗ କଣ ହୋଇପାରେ। କିନ୍ତୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଆସନ୍ତାକାଲି ଦିନକୁ ଭିନ୍ନ ଢଙ୍ଗରେ ଚିତ୍ରଣ କରୁଛନ୍ତି।

ଗୋଟିଏ ବଡ଼ ପ୍ରଶ୍ନ ଉପରେ ବିତର୍କ ଆରମ୍ଭ ହୋଇଛି। ବିଜୁଙ୍କ ଜନ୍ମଦିନ ବିଜେଡି ପାଇଁ ଗୁରୁତ୍ବପୂର୍ଣ୍ଣ ହେବା ଉଚିତ୍ ନା ରାଜନୈତିକ ଦୃଷ୍ଟିକୋଣରୁ ନବୀନବାବୁଙ୍କ ୨୦ ବର୍ଷର ଶାସନ ଅବସରରେ ସ୍ବତନ୍ତ୍ର ଉତ୍ସବ ପାଳନ ଅଧିକ ମହତ୍ତ୍ବ ରଖିଥାନ୍ତା। ଆଗକୁ କିଏ ବିଜେଡି ପାଇଁ ସାହା ହେବ, ବିଜୁ ତତ୍ତ୍ବ ନା ନବୀନଙ୍କ ପାରଦର୍ଶିତା। ବିଜୁଙ୍କ କଥା କହି ବିରୋଧୀଙ୍କୁ ବିଜେଡି କର୍ମୀ ପ୍ରତି ଜବାବ ଦେବେ ନା ୨୦ବର୍ଷର ସବୁ ସଫଳତା ତାଲିକା ରଖି ‘ କଥାରେ ନୁହେଁ, କାମରେ କରି ଦେଖାଏ’ ବୋଲି ନବୀନଙ୍କ ଉକ୍ତିକୁ ପ୍ରମାଣ କରିହାର ଏବେ ସମୟ ଆସିଛି। ଏଭଳି ମାଳ ମାଳ ପ୍ରଶ୍ନ ଉପରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି।

ଗୋଟିଏ ମହଲର ବିଶ୍ବାସ, ବିଜୁଙ୍କ ନ୍ୟୂନ କରି ଦେଖିଲେ, ନବୀନଙ୍କୁ ଲୋକେ ଆଖି ଦେଖାଇବେ। ଓଡ଼ିଶାରେ ବିଜୁ ବାବୁଙ୍କ ପ୍ରତି ଥିବା ଭଲପାଇବାକୁ ଭୋଟ ବ୍ୟାଙ୍କରେ ଦଳ ପରିଣତ କରି ନିର୍ବାଚନ ଜିତୁଛି। ଏଣୁ ବିଜୁ ତତ୍ତ୍ବକୁ ଅଣଦେଖା କରାଯାଇପାରିବ ନାହିଁ। ବିଜୁ ବାବୁଙ୍କ ସହ ଥିବା ନେତା ବିଭିନ୍ନ କାରଣରୁ ବିଜେଡି ଠାରୁ ଦୂରେଇ ଯାଇଥିବା କାରଣରୁ ଏହା ଆଦୌ ଭଲ ବାର୍ତା ଦେବ ନାହିଁ। ଏଭଳି ମତକୁ ଅଗ୍ରାହ୍ୟ କରାଯାଇପାରିବ ନାହିଁ। ହେଲେ ପ୍ରତିପକ୍ଷ ମହଲର ଯୁକ୍ତିକୁ ବି ଆଦୌ ଅଣଦେଖା କରାଯାଇପାରିବ ନାହିଁ। ଏହି ମହଲର ଗୋଟିଏ ମୌଳିକ ପ୍ରଶ୍ନ ଏହି ଆଲୋଚନାର ଗମ୍ଭୀରତାକୁ ବଢାଇ ଦେଉଛି।

ରାଜନୈତିକ ଦୃଷ୍ଟିକୋଣରୁ ଓଡ଼ିଶାରେ ବିଜେଡିକୁ ତିଷ୍ଠି ରହିବାକୁ ହେଲେ, ଅଧିକରୁ ଅଧିକ ଯୁବ ଭୋଟରଙ୍କୁ ସାଙ୍ଗରେ ରଖିବାକୁ ପଡିବ। ନବୀନ ଶାସନ ଗାଦି ଧରିବା ଦିନ ଯେଉଁ ଶିଶୁ ଜନ୍ମ ହୋଇଥିଲା, ସେ ଏବେ ଭୋଟର। ୨୦୦୦ ମସିହାରେ ଯେଉଁ ଯୁବକ ଭୋଟ ଦେବା ଆରମ୍ଭ କରିଥିଲା, ସେ ଏବେ ଗାଁ ଗଣ୍ଡା, ସହର ବଜାରରେ ରାଜନୀତିର ମଙ୍ଗ ଧରିଛି। ବିଜୁ ତତ୍ତ୍ବ ତାକୁ ଯେତିକି ପ୍ରଭାବିତ କରୁନି, ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବୁଙ୍କ ଭଲ ଓ ମନ୍ଦ କାର୍ଯ୍ୟ ତା ପାଇଁ ଅଧିକ ଗୁରୁତ୍ବ ରଖେ। ଏପରିସ୍ଥଳେ ବିଜୁ ବାବୁଙ୍କ ଅପେକ୍ଷା ନବୀନଙ୍କ ବାବୁଙ୍କ ସଫଳତାର ତାଲିକା ଧରାଇଲେ, ସେ ନୂଆ ପିଢିକୁ ଅଧିକ ପ୍ରଭାବିତ କରିପାରିବ।

ଆହୁରି ସ୍ପଷ୍ଟ ଭାବେ କହିଲେ, ବିଜୁଙ୍କ ସପକ୍ଷରେ ବିଜେଡିର ଆଜି ଦିନର ନେତାଙ୍କ ମୁହଁରୁ କୌଣସି କଥା ଭଲ ଶୁଭିବ ନାହିଁ। ଇତିମଧ୍ୟରେ ବିଜୁ ମାର୍କା ବିଜେଡି ନେତାଙ୍କ ସଂଖ୍ୟା ଏକ ଅଙ୍କ ବିଶିଷ୍ଟରେ ପହଞ୍ଚିଯାଇଛି। ଯେଉଁମାନେ ଅଛନ୍ତି, ସେମାନେ ଅପ୍ରାସଙ୍ଗିକ ହୋଇପଡିଛନ୍ତି। ଏମିତିରେ ବି ନବୀନଙ୍କ ଶାସନ କାଳର ୨୦ବର୍ଷର ଅନ୍ତତଃ ୨୦ଟି ଏଭଳି କଥା ରହିଛି, ଯାହା ସଂପର୍କରେ ଯୁବ ବର୍ଗ ପ୍ରଭାବିତ ହୋଇପାରିବେ ବା ସାଧାରଣ ଲୋକଙ୍କ ମନକୁ ଛୁଇଁପାରିବ।

ଏଇଠି ଗୋଟିଏ ଅଭିଯୋଗ ଆଦୌ ଅମୂଳକ ନୁହେଁ। ତାହା ହେଉଛି, ନବୀନ ପଟ୍ଟନାୟକଙ୍କ ନାଁରେ ଦଳ ଗତ ନିର୍ବାଚନ ଜିତିଛି ଓ ଏହି ପ୍ରତ୍ୟକ୍ଷ ଲଢାଇରେ ବିଜେପିର ଶୀର୍ଷ ନେତା ନରେନ୍ଦ୍ର ମୋଦୀ, ଅମିତ ଶାହଙ୍କ ଗଣିତ କାମ କରିନି। ଅର୍ଥାତ୍ ଆଜି ଦିନରେ ନବୀନଙ୍କ ନାମରେ ହିଁ ଭୋଟ ବ୍ୟାଙ୍କ। ହେଲେ ନବୀନଙ୍କୁ ବ୍ରାଣ୍ଡିଂ କରି ବିଜେଡି ଆଗକୁ ବଢିବାକୁ ଚାହୁଁନି। ନବୀନଙ୍କ ଭାବମୂର୍ତିକୁ ଲଢେଇ ଲୋକଙ୍କ ଭିତରେ ପଶିବା ଲାଗି ବିଜେଡି ନେତାମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି।

ଏହାର ଦୁଇଟି କାରଣ ହୋଇପାରେ। ପ୍ରଥମତଃ, ନବୀନଙ୍କ ଦଳରେ ଥିବା ଲୋକମାନେ ନିଜ ମନ ଭିତରେ ବିଜୁ ବାବୁଙ୍କୁ ଯେତିକି ଗ୍ରହଣ କରିଛନ୍ତି, ଏଯାଏ ନବୀନଙ୍କୁ ସେହି ଆଖିରେ ଦେଖିନାହାନ୍ତି। ଦ୍ବିତୀୟତଃ, କାଳେ ନବୀନଙ୍କୁ ସାମ୍ନାରେ ରଖି ସେମାନେ ନିଜର ପରିଚୟ କଲେ, ଭବିଷ୍ୟତରେ ତାଙ୍କ ଅବର୍ତମାନରେ ଅନ୍ୟ ଦଳରେ ତାଙ୍କୁ ସ୍ଥାନ ମିଳିବ ନାହିଁ। କାହିଁକି ନା ବିରୋଧୀ ବିଜୁଙ୍କୁ ନୁହେଁ, ନବୀନଙ୍କୁ ଓ ତାଙ୍କ ଶାସନ କାଳକୁ ଟାର୍ଗେଟ କରି ନିର୍ବାଚନ ଲଢୁଛନ୍ତି। ତୃତୀୟତଃ ନବୀନଙ୍କ ଭାବମୂର୍ତି ବଢାଇବା ପାଇଁ ଯେଉଁ ବ୍ୟକ୍ତିମାନେ ଆଜି ଦିନରେ ସବୁଠାରୁ ଅଧିକ କାର୍ଯ୍ୟ କରୁଛନ୍ତି, ସେମାନେ ଆଗକୁ ବଢିଲେ ଭବିଷ୍ୟତରେ ବିଜେଡିର ମୁଖ୍ୟମନ୍ତ୍ରୀ ସ୍ବପ୍ନ ଦେଖୁଥିବା ନେତାଙ୍କ ଭବିଷ୍ୟତ ଅନ୍ଧକାର ହେବାର ଭୟ ରହିଛି। ଚତୁର୍ଥରେ ବିଜେଡିରେ ଆମଦାନୀ ହୋଇଥିବା ନେତାଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏମାନେ ନବୀନଙ୍କ ଛାଇରେ ନିର୍ବାଚନ ଲଢୁଛନ୍ତି। କିନ୍ତୁ ଗତ ଦିନରେ ସେମାନେ ଅନ୍ୟ ଦଳରେ ରହି ନବୀନଙ୍କ ବିରୋଧରେ ସବୁ କସରତ ସାରିବା ପରେ ବି ଜିତିପାରିନାହାନ୍ତି ବୋଲି ବିଜେଡି ଡାଳରେ ଝୁଲିଛନ୍ତି। ଏପରିସ୍ଥଳେ, ସେମାନେ କେବେ ବି ନବୀନ ବ୍ରାଣ୍ଡିଂ ସପକ୍ଷରେ ମତ ରଖିବେନି।

ଏମିତି ଅନେକ କାରଣ ମଧ୍ୟରୁ ପଞ୍ଚମ କାରଣଟି ହେଲା, ଓଡ଼ିଶାରେ ଏଯାଏ ବିରୋଧୀଙ୍କ ଶକ୍ତିକୁ ପ୍ରତିହତ କରିବା ଲାଗି ବିଜେଡି ବାରମ୍ବାର ଯେଉଁ ଅସ୍ତ୍ରଟି ପ୍ରୟୋଗ କରି ସଫଳ ହୋଇଛି, ତାହା ହେଉଛି ମହିଳା ଭୋଟର। ହେଲେ ବିଜେଡି ସଂଗଠନର ପୁରଭାଗରେ ସେଭଳି କୌଣସି ଜଣେ ବି ନେତାନାହାନ୍ତି ବା ଦଳ ସେମାନଙ୍କୁ ଗୁରୁତ୍ବ ଦେଇନାହିଁ। ଏପରିକି ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରୁଥିବା ବେଳେ ଅତ୍ୟନ୍ତ ଚଞ୍ଚକତା ପୂର୍ଣ୍ଣ ଭାବେ ବିଜେଡି କାର୍ଯ୍ୟକାରିଣୀରେ ୩୩ ପ୍ରତିଶତ ମହିଳା ରଖିବା ଲାଗି ପ୍ରଭାବଶାଳୀ ଗୋଷ୍ଠୀ ଚାହିଁନାହାନ୍ତି। ବିଜେଡିର ତଥାକଥିତ ଚାଣକ୍ୟମାନେ ଏସବୁ ଦିଗ ଉପରେ ଗୁରୁତ୍ବ ନ ଦେଲେ, ଲେଡିଗୁଡି କହୁଣୀକି ବୋହିଯିବ, ଆଉ…।

Leave A Reply

Your email address will not be published.