ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଭିଡମୁକ୍ତ ପାଇଁ କଟକର ନବକଳେବର

0

ଭୁବନେଶ୍ବର: କଟକ ସହରକୁ ଭିଡମୁ୍କ୍ତ କରିବା ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିର କାର୍ଯ୍ୟାନ୍ବୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ହୋଲି ପାଇଁ ସମଗ୍ର ରାଜ୍ୟ ଆନନ୍ଦମୁଖର ଥିବା ବେଳେ ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ କଟକ ଯାଇ ସହରର ନବକଳେବରର ପ୍ରଥମ ଦଫା ନକ୍ସାରେ ଚୂଡାନ୍ତ ମୋହର ଲଗାଇଛନ୍ତି। ବହୁ ପ୍ରତୀକ୍ଷିତ ବାଦାମବାଡି ବସଷ୍ଟାଣ୍ଡ ସେଠାରୁ ଉଠିଯିବ। ଏହା ଖାନନଗରକୁ ଯିବ। ସେଠାରେ ଥିବା ବିଶ୍ବନାଥ ପାଠାଗାର ସ୍ଥାନାନ୍ତର କରାଯାଇ ତାହାକୁ ଅତ୍ୟାଧୁନିକ ରୂପ ଦିଆଯିବ। ପୂର୍ବରୁ ଗୋପାଳପୁରରେ ବସଷ୍ଟାଣ୍ଡ ଲାଗି ଯେଉଁ ସ୍ଥାନ ଚିହ୍ନଟ ହୋଇ ନକ୍ସା ପ୍ରସ୍ତୁତ ହୋଇଥିଲା, ତାହା ଆଜି ପୁଣି ଖୋଲିଛି। ହେଲେ ତାହାକୁ ବସ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରାଯିବ। ଉଭୟ ଲିଙ୍କରୋଡ ଓ ବାଦାମବାଡିର ଉନ୍ନତୀକରଣ ପାଇଁ ସରକାରୀ ପ୍ରସ୍ତୁତି ଆରମ୍ଭ ହୋଇଛି।

ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ, କଟକ ଲିଙ୍କରୋଡର ବିକାଶ କରାଯିବା ସମୟରେ ଉଭୟ ଅନୁଗୁଳ ଓ ପୁରୀ ବସଷ୍ଟାଣ୍ଡକୁ ବି ନୂଆ ରୂପ ଦିଆଯିବ। ବାଦାମବାଜିରେ ଥିବା ସେସୁ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରଣ ସମ୍ଭାବନା ବଢିଯାଇଛି। ବର୍ଷା ସମୟରେ ସହରରେ ଯେଭଳି ବିନ୍ଦୁଟିଏ ବି ପାଣି ଜମା ନ ରହେ, ସେ ଦିଗରେ ଧ୍ୟାନ ଦେବା ଲାଗି ପାଣ୍ଡିଆନ୍ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରସ୍ତାବିତ ଏସସିବି ସଂପ୍ରସାରଣ ସ୍ଥଳ ସହିତ ରାଣିହାଟ, ଯୋବ୍ରା ଆଦି ମଧ୍ୟ ବୁଲି ଦେଖିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, କଟକ ସହରକୁ ଭିଡ ମୁକ୍ତ କରିବା ଲାଗି ସରକାର ଘୋଷଣା କରିଛନ୍ତି। ଏହା ସହିତ ଏସସିବିକୁ ଏମସ ପ୍ଲସ ଅନୁଷ୍ଠାନରେ ପରିଣତ କରିବା ଲାଗି ସରକାର ୧୦୦୦ କୋଟି ଖର୍ଚ୍ଚ କରିବେ। ଏହା ପୂର୍ବରୁ ଭାରତ ବର୍ଷର ପ୍ରତିଷ୍ଠିତ ୧୦ ଜଣ ଡାକ୍ତରଙ୍କୁ ନେଇ ଏକ ପରାମର୍ଶଦାତାମଣ୍ଡଳୀ ଗଠନ କରାଯାଇଛି। ଯେଉଁଥିରେ ୭ ଜଣ ପଦ୍ମ ପୁରସ୍କାର ବ୍ୟକ୍ତି ଅଛନ୍ତି।

ଏହି ଆଲୋଚନା ସମୟରେ ପୂର୍ତ ସଚିବ ଡ. କ୍ରିଷନ କୁମାର, ପୁଲିସ କମିସନର ସୁଧାଂଶୁ ଶେଖର ଷ଼ଡଙ୍ଗୀ, ଆରଡିସି ଅନୀଲ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.