ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ବାତ୍ୟା ‘ଦାନା’ ପାଇଁ ନନ୍ଦନକାନନ ବନ୍ଦ

0

ଭୁବନେଶ୍ୱର: ବାତ୍ୟା ‘ଦାନା’ ପାଇଁ ୨୪ ଓ ୨୫ ତାରିଖ ଭୁବନେଶ୍ୱରରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ। ଏହି ସମୟରେ କୌଣସି ପର୍ଯ୍ୟଟକ ନଆସିବା ପାଇଁ କର୍ତ୍ତୃପକ୍ଷ କହିଛନ୍ତି।ବାତ୍ୟା ସମୟରେ ଜୀବ ଯନ୍ତୁମାନଙ୍କୁ ଖୁଆଡ଼ରେ ଭର୍ତ୍ତି କରାଯିବ। ସେମାନଙ୍କ ପାଇଁ ପର୍ଯ୍ୟପ୍ତ ପରିମାଣର ଖାଦ୍ୟ ମହଜୁଦ୍‌ ରଖାଯାଇଛି। ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ। ଯଦି କୌଣସି ସ୍ଥାନରେ ପାଚେରୀ ଭାଙ୍ଗିଯାଏ, ତାହାହେଲେ ଶୀଘ୍ର ମରାମତି କରିବା ପାଇଁ ଟିମ୍‌ ଗଠନ କରାଯାଇଛି ବୋଲି ପିସିସିଏଫ୍‌ ସୁଶାନ୍ତ ନନ୍ଦ କହିଛନ୍ତି।

କେବଳ ସେତିକି ନୁହେଁ, ବାତ୍ୟା ‘ଦାନା’ ପାଇଁ ବନ ବିଭାଗ ଅଧୀନରେ ଥିବା ସବୁ ଇକୋ ଟୋରିଜିମ୍‌ ସାଇଟ୍‌କୁ ପରିସ୍ଥିତିକୁ ଦେଖି ଡିଏଫ୍‌ଓମାନେ ବନ୍ଦ କରି ପାରନ୍ତି। ଯଦି କେହି ଆଗୁଆ ବୁକିଂ କରିଥିବେ, ତାହାହେଲେ ସେହି ଅର୍ଥ ସେମାନେ ଫେରି ପାଇବେ ବୋଲି ପିସିସିଏଫ୍‌ କହିଛନ୍ତି।

ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ। ଭୀଷଣ ବାତ୍ୟାର ରୂପ ନେଇ ‘ଦାନା’ ଲ୍ୟାଣ୍ଡଫଲ କରିବ ବୋଲି କହିଛି ପାଣିପାଗ ବିଭାଗ। ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ପର୍ଯ୍ୟନ୍ତ ରହିପାରେ। ବାତ୍ୟାକୁ ଦୃଷ୍ଟିରେ ବନ୍ଦ ରହିବ ନନ୍ଦନକାନନ ଓ ଷ୍ଟେଟ ବଟାନିକାଲ୍ ପାର୍କ। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଆସନ୍ତାକାଲି ଅର୍ଥାତ ୨୪ ଓ ୨୫ ତାରିଖରେ ଏହା ବନ୍ଦ ରହିବ।

Leave A Reply

Your email address will not be published.