ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଗୋଟିଏ ଫୋନରେ ଚିକିତ୍ସା ସେବା

0

ଭୁବନେଶ୍ବର: କରୋନାକୁ ଡରି ଲୋକେ ସାଧାରଣ ଡାକ୍ତରଖାନାକୁ ଯାଉନଥିବା କାରଣକୁ ନେଇ ରାଜ୍ୟ ସରକାର ଉଦବେଗ ପ୍ରକାଶ କରିବା ସହିତ ଆଜି ପୂର୍ବାହ୍ନରେ ସ୍ବାସ୍ଥ୍ୟ ସଚିବ ସ୍ପଷ୍ଟ କରିଥିଲେ ଯେ କୌଣସି କୋଭିଡ-୧୯ ରୋଗୀଙ୍କୁ ସାଧାରଣ ଡାକ୍ତରଖାନାରେ ରଖାଯାଉନାହିଁ। ଏହାର କେଇ ଘଣ୍ଟା ବିତିନି, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କଣ୍ଟ୍ରୋଲ ରୁମ ଦାୟିତ୍ବରେ ଥିବା ଡାକ୍ତର କ୍ରିଷନ୍ କୁମାର ନୂଆ ସମାଧାନର ରାସ୍ତା କାଢିଛନ୍ତି। ତାଲାବନ୍ଦ ସମୟରେ ଲୋକମାନେ କଭଳି ଡାକ୍ତରୀ ସେବା ଘରେ ପାଇପାରିବେ ସେନେଇ ସରକାର ଆଜି ଏକ ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ କରିଛନ୍ତି।

ମେଡିକାଲ ଯିବେ ନାହିଁ, କିନ୍ତୁ ଗୋଟିଏ ଫୋନରେ ସେମାନଙ୍କୁ ଚିକିତ୍ସା ସଂପର୍କିତ ସୂଚନା ମିଳିପାରିବ। ଏଥିପାଇଁ ରାଜ୍ୟ ସରକାର ଆଉ ଏକ ନୂଆ ହେଲ୍ପଲାଇନ୍ ନମ୍ବର-୧୪୪୧୦କୁ କଲ୍ କରିଛନ୍ତି। ଲୋକେ ଏହି ନମ୍ବରରେ ଫୋନ କଲେ ସେମାନଙ୍କୁ ଘରେ ଚିକିତ୍ସା ସୁବିଧା ମିଳିପାରିବ। ଏହି ହେଲ୍ପଲାଇନ୍ ଆସନ୍ତାକାଲି ଦିନ ୧୧ଟାରେ ଏହି ହେଲ୍ପଲାଇନକୁ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି ପୂର୍ତ୍ତ ସଚିବ ଡାକ୍ତର କ୍ରିଷନ୍ କୁମାର। ଆଜି ସାମ୍ବାଦିକ ସମ୍ମିଳନୀରେ ସେ ପରାମର୍ଶ ଦେଇଛନ୍ତି ଯେ ଯେଉଁମାନଙ୍କର କରୋନା ଲକ୍ଷଣ ମଧ୍ୟ ଦେଖା ଦେଉଥିବ, ସେମାନେ ଏହି ନମ୍ବରକୁ ଫୋନ କରିବେ ଓ ଅନ୍ୟପଟେ ଥିବା ଅଭିଜ୍ଞ ଡାକ୍ତର ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପରାମର୍ଶଳ ଦେବେ।

ଡାକ୍ତର କ୍ରିଷନ୍ କୁମାର କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୦୦ ଅଭିଜ୍ଞ ଡାକ୍ତର ଏହି ହେଲ୍ପଲାଇନ୍ ଅଭିଯାନକୁ ସଫଳ କରିବାକୁ ଆଗେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଏଭଳି ଅସମ୍ଭବ ସମ୍ଭବ ହୋଇଛି। ଏବେ ଯେଉଁମାନେ କଫ, ଜ୍ୱର କିମ୍ବା ଶ୍ୱାସ କ୍ରିୟାରେ ସମସ୍ୟା ଭୋଗୁଛନ୍ତି ସେମାନେ ଏହି ନୂଆ ହେଲ୍ପଲାଇନ ନମ୍ବର- ୧୪୪୧୦କୁ କଲ୍ କରି ଟେକନୋଲୋଜି ସହାୟତାରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ।

ପୂର୍ବରୁ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ତରଫରୁ ଜାରି କରାଯାଇଥିବା ଗାଇଡ୍ ଲାଇନ୍ ଅନୁସାରେ କରୋନା ଭୂତାଣୁର ଲକ୍ଷଣ ଜାଣିବା ପାଇଁ ଫୋନ୍ ଯୋଗେ ଲୋକଙ୍କୁ ଆବଶ୍ୟକ ଔଷଧ ଆଦି ସେବନ କରିବାକୁ ପରାମର୍ଶ ଦିଆଯାଉଥିଲା। ସରକାରଙ୍କ ନୂଆ ପଦ୍ଧତି ଦ୍ବାରା ଓଡ଼ିଶାର ଯେ କୌଣସି ଅଞ୍ଚଳର ଲୋକେ ସୁବିଧା ନେଇପାରିବେ। ଡାକ୍ତର କ୍ରିଷନ କୁମାର କହିଛନ୍ତି, ଏବେ ବି ଦିନକୁ ୧୨ ହଜାରରୁ ୧୪ ଫୋନ ମିଳୁଛି। କିନ୍ତୁ ଆଗକୁ ଏହି ସଂଖ୍ୟା ଆହୁରି ବଢିବ। ଏ କ୍ଷେତ୍ରରେ ମଧ୍ୟ ଟେଲି ମେଡିସିନ୍ ଏକ ପ୍ରଭାବୀ ଭୂମିକା ଗ୍ରହଣ କରିବ।

Leave A Reply

Your email address will not be published.