ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ

0

ଭୁବନେଶ୍ବରରେ ପୁଣି ଜଣେ କରୋନା ସଂକ୍ରମିତ ସୂଚନା

ଭୁବନେଶ୍ବର: ଓଡ଼ିଶାରେ କରୋନା ସଂକ୍ରମିତ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏ ନେଇ ଆଜି ସ୍ବାସ୍ଥ୍ୟ ବିଭାଗ ଟ୍ବିଟ୍ କରି ଜଣାଇଛି। ବିଭାଗ କହିଛି ଯେ ସଂପୃକ୍ତ ବ୍ୟକ୍ତିଙ୍କ ବୟସ ୭୨ ବର୍ଷ ହୋଇଥିଲା ଓ ତାଙ୍କ ଘର ଭୁବନେଶ୍ବର ଝାରପଡା ଅଞ୍ଚଳରେ। ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଗତ ୪ ତାରିଖରେ ଏମସରେ ଭର୍ତି କରାଯାଇଥିଲା। ୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ନମୁନା ପରୀକ୍ଷା କରିବାରେ ତାହା ପଜିଟିଭ୍ ଥିବା ସୂଚନା ମିଳିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ବିଶେଷ କରି ସଂପୃକ୍ତ ବ୍ୟକ୍ତି କାହା କାହା ସଂସ୍ପର୍ଶରେ ଆସିଥିଲେ, ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

ଅନ୍ୟ ଏକ ଘଟଣା କ୍ରମରେ ଆଜି ଭୁବନେଶ୍ବରର ୟନିଟ୍ ୪ ନିକଟସ୍ଥ ମଧୁସୂଦନ ନଗର ଅଞ୍ଚଳରେ ଆଉ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଥିବା ସୂଚନା ମିଳିଛି। ତାଙ୍କର ବୟସ ୪୫ ବର୍ଷ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ଟ୍ବିଟ୍ କରି ଜଣାଇଛି। ହେଲେ ତାଙ୍କର ଭ୍ରମଣ ଇତିହାସ ସଂପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ।

Leave A Reply

Your email address will not be published.