ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ହୃଦୟ ଥରାଇଦେଲା ପାଣ୍ଡିଆନଙ୍କ ଭିଡ଼ିଓ

0

ଭୁବନେଶ୍ବର: କରୋନା ପାଇଁ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଜାରି ସହିତ ଲୋକଙ୍କ ଦୁର୍ଦଶା ମଧ୍ୟ ବଢିଯାଇଛି। ମେ’ ୩ ତାରିଖ ଯାଏ ଏହା ଲାଗୁ ରହିବ। ରାଜ୍ୟ ସରକାର ଓଡ଼ିଶାରେ ଏଯାଏ ଅନ୍ୟ ସମସ୍ତଙ୍କ ଅପେକ୍ଷା ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି, ସଂକ୍ରମଣର ତଥ୍ୟ ଏଭଳି ସୂଚାଉଛି। ନିଜେ ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ ମୁଖ୍ୟଶାସନ ସଚିବ ଏବଂ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଏକ ପ୍ରଶାସନିକ ଟିମ୍ ନେଇ ତନାଘନା ଚଳାଇଛନ୍ତି।
ଠିକ୍ ଏମିତି ଏକ ସମୟରେ ଆଉ ଏକ ବଡ଼ କଥା ସାମ୍ନାକୁ ଆସିଛି। ଶ୍ରୀ ପାଣ୍ଡିଆନ୍ ଏକ ଭିଡିଓ ଜାରି କରିଛନ୍ତି, ଯାହା ଏବେ ପ୍ରଶାସନିକ କରିଡ଼ର ଠାରୁ ଆରମ୍ଭ କରି ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି। ଏଥିରେ ସେ ଅଧିକାରୀମାନଙ୍କର ମନୋବଳ ବଢାଇବା ପାଇଁ ଗୋଟିଏ ଉଦାହରଣ ଦେଇଛନ୍ତି, ଯାହା ଯେ କୌଣସି କଠୋର ହୃଦୟର ବ୍ୟକ୍ତିଙ୍କ ଆଖିରେ ଲୁହ ଜକାଇଦେବାର ସାମର୍ଥ୍ୟ ରଖିଛି। ତା ଭିତରେ ମଣିଷ ପଣିଆ ତେଜି ଉଠିବା ଭଳି ତାକତ ଯୋଗାଇପାରେ।

ଏହି ଭିଡ଼ିଓ ସହିତ ଶ୍ରୀ ପାଣ୍ଡିଆନ୍ ଶେଷରେ ଯାହା ଲେଖିଛନ୍ତି, ତାହା ହେଉଛି, ”ଭାରତର ସଶକ୍ତ ଜିଲାପାଳ (କଲେକ୍ଟର) ଅନୁଷ୍ଠାନ ଭଳି ସମଗ୍ର ବିଶ୍ୱରେ ବହୁତ କମ୍ ଅନୁଷ୍ଠାନ ଅଛି । ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସମୟ ଅପେକ୍ଷା ଉତ୍କୃଷ୍ଟ ସମୟ ହୋଇ ନପାରେ । ନିଜର ଏହି ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରନ୍ତୁ । ଅତିରିକ୍ତ ମାଇଲ ଯାଇ ଲୋକଙ୍କ ସେବା କରନ୍ତୁ ଓ ସେବାର ଉତ୍କୃଷ୍ଟ ମାନଦଣ୍ଡ ସ୍ଥିର କରନ୍ତୁ । ସମସ୍ତ ମାନବିକ କାର୍ଯ୍ୟ ବିପଦମୁକ୍ତ ।”

Leave A Reply

Your email address will not be published.