ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ହୃଦୟ ଥରାଇଦେଲା ପାଣ୍ଡିଆନଙ୍କ ଭିଡ଼ିଓ

0

ଭୁବନେଶ୍ବର: କରୋନା ପାଇଁ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଜାରି ସହିତ ଲୋକଙ୍କ ଦୁର୍ଦଶା ମଧ୍ୟ ବଢିଯାଇଛି। ମେ’ ୩ ତାରିଖ ଯାଏ ଏହା ଲାଗୁ ରହିବ। ରାଜ୍ୟ ସରକାର ଓଡ଼ିଶାରେ ଏଯାଏ ଅନ୍ୟ ସମସ୍ତଙ୍କ ଅପେକ୍ଷା ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି, ସଂକ୍ରମଣର ତଥ୍ୟ ଏଭଳି ସୂଚାଉଛି। ନିଜେ ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ ମୁଖ୍ୟଶାସନ ସଚିବ ଏବଂ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଏକ ପ୍ରଶାସନିକ ଟିମ୍ ନେଇ ତନାଘନା ଚଳାଇଛନ୍ତି।
ଠିକ୍ ଏମିତି ଏକ ସମୟରେ ଆଉ ଏକ ବଡ଼ କଥା ସାମ୍ନାକୁ ଆସିଛି। ଶ୍ରୀ ପାଣ୍ଡିଆନ୍ ଏକ ଭିଡିଓ ଜାରି କରିଛନ୍ତି, ଯାହା ଏବେ ପ୍ରଶାସନିକ କରିଡ଼ର ଠାରୁ ଆରମ୍ଭ କରି ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି। ଏଥିରେ ସେ ଅଧିକାରୀମାନଙ୍କର ମନୋବଳ ବଢାଇବା ପାଇଁ ଗୋଟିଏ ଉଦାହରଣ ଦେଇଛନ୍ତି, ଯାହା ଯେ କୌଣସି କଠୋର ହୃଦୟର ବ୍ୟକ୍ତିଙ୍କ ଆଖିରେ ଲୁହ ଜକାଇଦେବାର ସାମର୍ଥ୍ୟ ରଖିଛି। ତା ଭିତରେ ମଣିଷ ପଣିଆ ତେଜି ଉଠିବା ଭଳି ତାକତ ଯୋଗାଇପାରେ।

ଏହି ଭିଡ଼ିଓ ସହିତ ଶ୍ରୀ ପାଣ୍ଡିଆନ୍ ଶେଷରେ ଯାହା ଲେଖିଛନ୍ତି, ତାହା ହେଉଛି, ”ଭାରତର ସଶକ୍ତ ଜିଲାପାଳ (କଲେକ୍ଟର) ଅନୁଷ୍ଠାନ ଭଳି ସମଗ୍ର ବିଶ୍ୱରେ ବହୁତ କମ୍ ଅନୁଷ୍ଠାନ ଅଛି । ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସମୟ ଅପେକ୍ଷା ଉତ୍କୃଷ୍ଟ ସମୟ ହୋଇ ନପାରେ । ନିଜର ଏହି ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରନ୍ତୁ । ଅତିରିକ୍ତ ମାଇଲ ଯାଇ ଲୋକଙ୍କ ସେବା କରନ୍ତୁ ଓ ସେବାର ଉତ୍କୃଷ୍ଟ ମାନଦଣ୍ଡ ସ୍ଥିର କରନ୍ତୁ । ସମସ୍ତ ମାନବିକ କାର୍ଯ୍ୟ ବିପଦମୁକ୍ତ ।”

Leave A Reply

Your email address will not be published.