ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ଏବେ ବାହାରେ ଛେପ ପକାଇଲେ ଦଣ୍ଡ

0

ଭୁବନେଶ୍ବର: କରୋନାକୁ ଶହେ ପ୍ରତିଶତ ରୋକିବା ଲାଗି ରାଜ୍ୟ ସରକାର ଆଉ ଏକ କଠୋର ପଦକ୍ଷେପ ନେଇଛନ୍ତି। ପୂର୍ବରୁ ମାସ୍କ ପାଇଁ କଟକଣା ଜାରି କରାଯାଇଥିଲା। ଏବେ ସରକାର ବାହାରେ ଛେପ ପକାଇଲେ ଦଣ୍ଡ ବିଧାନ କରାଯିବ ବୋଲି ସୂଚନା ଦେଇଛନ୍ତି। ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ମୁ୍ଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି, ଆଜିଠାରୁ ବାହାରେ ଛେପ ପକାଇବା ମନା। ଯଦି କେହି ଏହାର ଅମାନ୍ୟ କରନ୍ତି, ତେବେ ପ୍ରଥମ ତିନି ଥର ପାଇଁ ୨୦୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ ହେବ। ଏହା ପରେ ୫୦୦ ଟଙ୍କା ଆଦାୟ କରାଯିବ।

ମାସ୍କ ଭଳି ଏ କ୍ଷେତ୍ରରେ ମଧ୍ୟ କିଛି ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ବ୍ଲକ ସଂପ୍ରସାରଣ ଅଧିକାରୀ, ଏଏସଆଇ, ଅତିରିକ୍ତ ତହସିଲଦାର ଓ ଵାର୍ଡ ଅଫିସରମାନେ ଏହି ଫାଇନ ଆଦାୟ କରିପାରିବେ। ରାଜ୍ୟ ସରକାର ଏ ସଂକ୍ରାନ୍ତରେ ଗତକାଲିଠାରୁ ନିର୍ଦେଶନାମା ଜାରି କରିସାରିଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ସମଗ୍ର ରାଜ୍ୟରେ ଏହାକୁ ଲାଗୁ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.