ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭିଡ଼ିଓରେ ଆଶା ଦେଖାଇଲେ ନବୀନ, …ବାସ୍ ଆଉ କିଛି ଦିନ

0
  • ଭିଡ଼ିଓ ଜାରି କରି ନୂଆ ସମ୍ଭାବନାର ସ୍ବପ୍ନ ଦେଖାଇଲେ ସରକାର
  • ରାଜ୍ୟର ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ଗୀତ ମାଧ୍ୟମରେ ସାହସ ଦେଲେ

ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି। ତା’ ଭିତରେ ରାଜ୍ୟ ସରକାର ଏହାର ମୁକାବିଲା ଲାଗି ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛନ୍ତି। ଲକଡାଉନ୍ ଅବଧି ଶେଷ ହେବ ନା ବଢିବ ତାହାକୁ ନେଇ ସମସ୍ତେ ଦୋଛକିରେ। ବିଦ୍ୟାଳୟରେ ପାଠପଢା କେବେ ଆରମ୍ଭ ହେବ, ତାହା କହିବା ମୁସ୍କିଲ୍। ଶିଳ୍ପାୟନ ପ୍ରକ୍ରିୟାକୁ ଜବରଦସ୍ତ ମାଡ଼ ବସିଛି। ଏସବୁ ଭିତରେ ଲୋକମାନେ ସନ୍ତୁଳି ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଆଶା ଦେଖାଇଛନ୍ତି। ସରକାର ବାର୍ତା ରଖିଛନ୍ତି, ବାସ୍ ଆଉ କିଛି ଦିନ…

ରାଜ୍ୟର ଆଗଧାଡିର କଳାକାରମାନଙ୍କୁ ନେଇ ଏକ ଭିଡ଼ିଓ ପ୍ରସ୍ତୁତ ହୋଇଛି, ଯାହା ଲୋକଙ୍କ ଭିତରେ ପୁଣି ଥରେ ନୂଆ ସ୍ବପ୍ନ ସୃଷ୍ଟି ଲାଗି ସାହସ ଯୋଗାଇବ। ଖୁବ୍ ଶୀଘ୍ର ପରିସ୍ଥିତି ସ୍ବାଭାବିକ ହେବ, ସେ ନେଇ ମନରେ ବିଶ୍ବାସ ଫେରାଇ ଆଣିବ। ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କ କୋଳାହଳ ଫେରିବ, ଗାଁ, ଦାଣ୍ଡ ସହର ବଜାର ପୁଣି ହସିଉଠିବ। ଲୋକେ ପୁଣି ଥରେ ନୂଆକରି ନିଜ ଜୀବନ ଜିଇଁବେ।

ଗୀତରେ ଗୀତରେ ସରକାର ବାର୍ତା ରଖିଛନ୍ତି ଯେ ନୂଆ ସକାଳ ନୂଆ ବାର୍ତା ଦେବା ବେଳେ ଆମେ ପଛରେ ରହିବାନି, ବରଂ ପୁଣି ଥରେ ଓଡ଼ିଶା ଆଗେଇବ। ଚଳଚ୍ଚିତ୍ର ତାରକା ଅପରାଜିତା ମହାନ୍ତି, ଏଲିନା ସାମନ୍ତରାୟ, ବାବୁସାନଙ୍କ ଠାରୁ ଆରମ୍ଭକରି ସାଂସଦ ଅନୁଭବ ମହାନ୍ତି ,ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ଦିଲ୍ଲୀପ ତିର୍କି, ସୁଦର୍ଶନ ପଟ୍ଟନାୟକ ପ୍ରମୁଖଙ୍କୁ ନେଇ ପ୍ରସ୍ତୁତ ଏହି ଭିଡ଼ିଓରେ ଆହୁରି କୁହାଯାଇଛି ଯେ ଫାଇଲିନ୍, ହୁଡହୁଡ୍, ଫନି ଯେତେ ଆସିଲେ ବି ଓଡ଼ିଶା ହାରିନି। ଓଡ଼ିଶାକୁ ସେମାନେ ହରାଇପାରିନାହାନ୍ତି। ଏଥର ବି କରୋନା ଯନ୍ତ୍ରଣାକୁ ଦୂରରେ ରଖି ବହୁତ ପଛରେ ପକାଇ ଓଡ଼ିଶାକୁ ଆଗକୁ ବଢିବ। ଆଉ ଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶା କରୋନା ମୁକାବିଲାରେ ସଫଳ ହେବ, ପୁରୀ ବଡ଼ଦାଣ୍ଡରୁ ଜଗନ୍ନାଥ ସ୍ବାମୀ ନୟନପଥ ଗାମୀ ସ୍ବର ପୁଣି ଶୁଭିବ।

ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି, ଘରେ ରହନ୍ତୁ ଆଉ ସୁସ୍ଥ ରହନ୍ତୁ।

Leave A Reply

Your email address will not be published.