ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ମୋଦୀଙ୍କ ଭିତର ମଣିଷପଣିଆ ଏମିତି…

0
  • ଓଡ଼ିଶାର ପାଞ୍ଚ ପୁରୁଖା ନେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ, ପ୍ରିୟବତ ରଥ, ବୃନ୍ଦାବନ କଳସଙ୍କୁ ମନେପକାଇଲେ
  • କିଶନ ସାହୁ ଓ ନନ୍ଦ କିଶୋର ସାହୁଙ୍କ ସହ ଟେଲିଫୋନରେ ପରିବାର କଥା ପଚାରିଲେ
  • ସୁସ୍ଥ କାମନା କରି ମନକୁ ବଳ ଦେଲେ, କୋଭିଡ୍-୧୯ ରେ ଘରେ ରହି ସହାୟତା କଥା କହିଲେ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମୁକାବିଲା ଭଳି ଏତେ ବ୍ୟସ୍ତତା ଭିତରେ ସମୟ ପାଉଛନ୍ତି କେଉଁଠୁ? ଏଭଳି କଷ୍ଟକର ସମୟରେ ତାଙ୍କୁ କିଭଳି ମନେ ପକାଇଲେ? ଫୋନ୍ ପାଇବା ପରେ ଏଭଳି ପ୍ରଶ୍ନ ଆନ୍ଦୋଳିତ କରୁଛି। ଗଣମାଧ୍ୟମରେ ଏମିତି କହିଛନ୍ତି ବରିଷ୍ଠ ବିଜେପି ନେତା ପ୍ରିୟବତ ରଥ। ବୟସ ୭୮ ବର୍ଷ ହେଲାଣି। ବଲାଙ୍ଗୀରରେ ରହୁଛନ୍ତି। କାହିଁ କେବେ ଏକାଠି ଜନସଂଘରେ କାର୍ଯ୍ୟ କରିଥିଲେ। ପରେ ବିଜେପିରେ। ସେବେର ସେହି ସ୍ମୃତିକୁ ଗୋଟାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଶୁକ୍ରବାର ଶ୍ରୀ ରଥଙ୍କୁ ଫୋନ୍ କରିବା ଘଟଣା ଯେ କେହି ବ୍ୟକ୍ତିଙ୍କୁ ଅବିଶ୍ବାସ ଲାଗିଲେ ବି ସତ। ଏତେ ବ୍ୟସ୍ତ ବହୁଳ ସମୟ ଭିତରେ ସେ ଦୀର୍ଘ ୭ମିନିଟ୍ ଧରି ପ୍ରିୟବତଙ୍କ ସହିତ କଥା ହୋଇଥିଲେ। ପରିବାର କିଭଳି ଅଛନ୍ତି, ତାଙ୍କ ଦେହ କିଭଳି ଅଛି, ସେ କଥା ବୁଝିବା ସହିତ ଅତୀତର କିଛି କଥା ଉଖାରି ଦେବାକୁ ଭୁଲିନଥିଲେ ମୋଦୀ। ଏଥିସହିତ ଏଭଳି କଷ୍ଟଦାୟକ ସମୟରେ ସୁସ୍ଥ ରହିବା ଲାଗି କାମନା କରି ପ୍ରଧାନମନ୍ତ୍ରୀ କୋଭିଡ-୧୯ ମୁକାବିଲା ପାଇଁ ସହଯୋଗ କାମନା କରିଥିଲେ।

କେବଳ ପ୍ରିୟବତ ରଥ ନୁହଁନ୍ତି, ସେଦିନ ମୋଦୀ ଓଡ଼ିଶାର ଆଉ ୪ଜଣ ବରିଷ୍ଠ ନେତାଙ୍କ ସହିତ ବି ଟେଲିଫୋନରେ ଆଲୋଚନା କରିଛନ୍ତି। ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତମାନର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବାପା ଦେବେନ୍ଦ୍ର ପ୍ରଧାନ ବି ଅଛନ୍ତି। ଶ୍ରୀ ପ୍ରଧାନଙ୍କ ସହିତ ବେଶ୍ କିଛି ସମୟ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ। ତାଙ୍କର ସୁସ୍ଥତା କାମନା କରିଥିଲେ। ଶ୍ରୀ ପ୍ରଧାନ ବାଜପେୟୀ ସରକାରରେ କ୍ୟାବିନେଟ ସହଯୋଗୀ ଥିଲେ। ରାଜ୍ୟ ବିଜେପିରେ ତାଙ୍କର ଯୋଗଦାନ ସେ ସମୟରେ ଉଲ୍ଲେଖନୀୟ ବୋଲି ବିଚାର କରାଯାଏ।

ପ୍ରଧାନମନ୍ତ୍ରୀ ସେଦିନ ବ୍ରହ୍ମପୁର ଅଞ୍ଚଳର ବରିଷ୍ଠ ବିଜେପି ନେତା ନନ୍ଦ କିଶୋର ସାହୁଙ୍କ ସମେତ ବୃନ୍ଦାବନ କଳସ ଓ କିଶନ ସାହୁଙ୍କ ସହିତ ମଧ୍ୟ ଢେ୍ର୍ ସମୟ କଥା ହୋଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଥିଲେ। ତାଙ୍କ ପରିବାର କିଭଳି ଅଛି, ତାହା ଜାଣିବାକୁ ଚାହିଁଥିଲେ। ବର୍ତମାନ ସମୟ ସେମାନଙ୍କର କିଭଳି ଯାଉଛି ସେ ନେଇ ପଚାରି ବୁଝିବା ସହିତ କୋଭିଡ୍-୧୯ ଲଢେଇ ପାଇଁ ସହାୟତା ମାଗିଥିଲେ।

ମୋଦୀଙ୍କର ଏଭଳି ଅଭିଯାନ ଯେ କୌଣସି ରାଜନୈତିକ ଦଳ ଓ ନେତାଙ୍କ ପାଇଁ ବହୁତ ମାନେ ରଖେ। ଏମିତିରେ ବି ପରିବାରର ଅନ୍ୟ ବନ୍ଧୁବାନ୍ଧବ ଏହି କଷ୍ଟକର ସମୟ ଭିତରେ କିଭଳି ବିତାଉଛନ୍ତି, ସେ ନେଇ ସାଧାରଣ ବ୍ୟକ୍ତିଟିଏ ପଚାରିବା ମୁସ୍କିଲ। ଦେଶର ପ୍ରଧାନମନ୍ତ୍ରୀ ମୋଦୀ କେଉଁ ପୁରୁଣା ଦିନର ହିସାବନିକାସକୁ ଖୋଜି ବର୍ତମାନ ସମୟରେ ସମୟ କାଢିପାରିବା ଓ କଥା ହେବା ଘଟଣା ନିଶ୍ଚିତ ଭାବେ ରାଜନୀତିର ପରିବର୍ତିତ ପରିଭାଷା ସଂପର୍କରେ ଇଙ୍ଗିତ ଦେଉଛି।

ଏମିତିରେ ବି ବିପଦ ସମୟରେ ନିଜର ନିକଟ ସଂପର୍କୀୟ, ଶୁଭେଚ୍ଛୁ, ପରାମର୍ଶଦାତା ଫୋନରେ ହେଉ ବା ଟିକେ ପଚାରିଦେଲେ ମନରେ ଅନେକ ସାହସ ଆସିଯାଏ। ଏହି କଷ୍ଟକର ସମୟକୁ ଭୁଲିଯିବା ଲାଗି କେତେ କେଉଁଠୁ ବଳ ମାଡ଼ିଆସେ। ଅତୀତର ପ୍ରତିଟି ସ୍ମୃତି ଭାସିଆସେ, ଆଉ ତାରି ଭିତରେ ସମୟ ହଜିଯାଏ, ଜଣା ପଡେନି। ସେଇଥିପାଇଁ ତ ପ୍ରତି ବ୍ୟକ୍ତି ଭିତରେ ମଣିଷ ପଣିଆ କଥା କୁହାଯାଇଛି। କେହି କାହାକୁ ପଦେ ପଚାରି ଦେଲେ ଦୁଃଖ ଦୂର ହୋଇଯାଏନି, ବରଂ ଏକଥା ପ୍ରମାଣିତ ହୋଇଯାଏ ଯେ ମଣିଷଟି ଅଲୋଡା ନୁହେଁ। ଏହି କ୍ରମରେ ପ୍ରଧାନମନ୍ତ୍ରୀଙ୍କ ଫୋନକୁ ରାଜନୈତିକ ମହଲ ମଧ୍ୟ ଅତ୍ୟନ୍ତ ଗମ୍ଭୀରତା ସହିତ ଗ୍ରହଣ କରିଛନ୍ତି। ଓଡ଼ିଶା ଲୋକ ବା ନେତାଙ୍କୁ ମୋଦୀ ଭୁଲିନାହାନ୍ତି, ବରଂ ଆଜି ବି ତାଙ୍କର ପ୍ରାଥମିକତା ତାଲିକାରେ ଶ୍ରୀଜଗନ୍ନାଥଙ୍କ ରାଜ୍ୟ ରହିଛି, ଏକଥା କେଉଁଠି ନା କେଉଁଠି ବାରି ହୋଇଯାଉଛି।

Leave A Reply

Your email address will not be published.