ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଟିକେ ଟାଣ କରି କହିଲା କଂଗ୍ରେସ

0

ଭୁବନେଶ୍ବର: କରୋନା ମୁକାବିଲା ପ୍ରସଙ୍ଗକୁ ଧରି କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତ୍ତା ଜରିଆରେ କହିଛନ୍ତି ଯେ ଓଡିଶାରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ୪୦ ହଜାରରୁ ଅଧିକ ଲୋକ ଆସି ପହଂଚିଲେଣି। ଆହୁରି ମଧ୍ୟ ଆସିବେ। ସେମାନଙ୍କର ସଂପୂର୍ଣ୍ଣ ବ୍ୟବସ୍ଥା ଖାଲି ୩ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଦେଇଦେଲେ ହେବନାହିଁ । ଅନ୍ୟାନ୍ୟ ସହଯୋଗୀ କାର୍ଯ୍ୟକ୍ରମ ସେଠାରେ ଆରମ୍ଭ କରିବାର ଆବଶ୍ୟକତା ରହିଛି ।

ଶ୍ରୀ ପଟ୍ଟନାୟକ କହିଥିଲେ, ବାଚସ୍ପତି ମହାଶୟ ନିଜେ କାଲି ଗଣମାଧ୍ୟମ ଜରିଆରେ କହିଥିଲେ ଯେ ଗାଁ ମଝିରେ କ୍ୱାରେନ୍‌ଟାଇନ୍ ସେଣ୍ଟର ଖୋଲାଯାଇଛି । ରାତିରେ କେହି ରହୁନାହାନ୍ତି, ଘରକୁ ପଳାଉଛନ୍ତି । ତେଣୁ ଏ ସବୁ କାର୍ଯ୍ୟକ୍ରମକୁ ଆହୁରି ସୁଧାରୁ ରୂପେ କରିବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଆମେ ଯାହା ସରକାରଙ୍କୁ ପ୍ରସ୍ତାବ ଦେଲୁ ସରକାର ଆମ କଥା ଶୁଣିଲେ ନାହିଁ । ଏବେ ମଧ୍ୟ ସମୟ ଅଛି ସେଠାକାର ବିଭିନ୍ନ ରାଜନୈତିକ ଲୋକ, ସେବାକାରୀ ସଂସ୍ଥା, ନାଗରିକ ସମାଜକୁ ନେଇ ସେଠାରେ ମନୋବଳ ସୃଷ୍ଟି କରାଯାଉ। କାରଣ ଅନ୍ୟାନ୍ୟ ଜିଲ୍ଲାର ଯେଉଁମାନେ ଦାଦନ ଶ୍ରମିକ ଖଟିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି, ସେମାନେ ଫେରି ନାହାନ୍ତି । ଫେରିଲେ ଗଞ୍ଜାମ ଭଳି ଭୟାବହ ସ୍ଥିତି
ଦେଖାଯାଇପାରେ। ଏହାଛଡା ଗଞ୍ଜାମ ଜିଲ୍ଲାରେ ବିଗୁଡୁଥିବା ସ୍ଥିତି ତୁଳନାରେ ମାତ୍ର ୨୦୦ ବେଡ୍ ଥିବା
ହସ୍‌ପିଟାଲ ବ୍ୟବସ୍ଥା କରାଯାଇଛି । ତେଣୁ ସଂକ୍ରମଣକୁ କେମିତି ଆୟତ କରାଯିବ ତାହା ଏବେ ବଡ ପ୍ରଶ୍ନ ।

ଯେଉଁଠି ଆବଶ୍ୟକତା ନାହିଁ, ସେଠରେ ଅଧିକ ବେଡ୍‌ର କୋଭିଡ୍ ବ୍ୟବସ୍ଥା କରିଛନ୍ତି ସରକାର । କିନ୍ତୁ
ଯେଉଁଠି ଆବଶ୍ୟକତା ଅଛି ସେଠାରେ ବ୍ୟବସ୍ଥା କରାଯାଇନାହିଁ । ତେଣୁ ଏହି ଅସୁବିଧାକୁ ଦୃଷ୍ଟିରେ ରଖି
ସରକାର ବର୍ତମାନ ଉଚିତ୍ ପଦକ୍ଷେପ ନେବା ନିହାତି ଆବଶ୍ୟକ । ଆମେ ସରକାରଙ୍କୁ ନିବେଦନ କରୁଛୁ ଓଡିଆ ଗରିବମାନଙ୍କୁ ବଂଚାନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.