ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଏବେ ବିଜେଡି ବିଧାୟକମାନେ ସକ୍ରିୟ ହେବେ

0

ଭୁବନେଶ୍ବର: କରୋନା ମୁକାବିଲା କ୍ଷେତ୍ରରେ ସରକାରୀସ୍ତରରେ ତତ୍ପରତା ଦେଖାଯାଇଥିଲା। ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ହେଁ, ଏହା ସଙ୍ଗରୋଧ କେନ୍ଦ୍ର ଭିତରେ ସୀମିତ ରହିଛି। ଅନ୍ୟପଟେ ଜୀବିକାକୁ ନେଇ ରାଜ୍ୟରେ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେଲାଣି। ଲୋକେ ଜୀବନ ଜୀବିକାର ଦୋଛକିରେ ଲଢାଇ କରୁଥିବା ବେଳେ ରାଜନୈତିକ ସକ୍ରିୟତାର ଆବଶ୍ୟକତା ଅନୁଭବ ହେଉଥିଲା।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ବିଜେଡି ଏବେ ରାଜନୈତିକସ୍ତରରେ ମୁକାବିଲା କରିବା ଲାଗି ପାଗ ଭିଡିଛି। ବିଜେଡି ରାଜ୍ୟ ସଂଗଠନ ସଂପାଦକ ବିଧାୟକ ପ୍ରବଣ ପ୍ରକାଶ ଦାସ ଏବେ ବିଧାୟକମାନଙ୍କ ସହିତ ଜୁମ ଆପ୍ ଯୋଗେଡ ଆଲାେଚନା କରିଛନ୍ତି। ମାସ୍କ ଓ ସାନି ଟାଇଜର ସହିତ ଲୋକଙ୍କ ସମସ୍ୟା ସମାଧାନ ଭିତରେ ଯୋଡି ହେବା ଲାଗି ବିଧାୟକମାନଙ୍କ ସହିତ ଆଲୋଚନା ବେଳେ ଏଭଳି ସଙ୍କେତ ଶ୍ରୀ ଦାସ ଦେଇଥିବା ସୂଚନା ମିଳିଛି।

ବିଜେଡିର ଏହି କାର୍ଯ୍ୟକ୍ରମ ରାଜନୈତିକସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି। ବିଧାୟକମାନଙ୍କୁ ସକ୍ରିୟ କରିବା ଦ୍ବାରା ଏବେ ସଂପୃକ୍ତ ନିର୍ବାଚନମଣ୍ଡଳୀରେ ଏହାର ପ୍ରଭାବ ପଡୁଥିବା ଲକ୍ଷ୍ୟ କରାଗଲାଣି। ନେତାମାନେ ସାମାଜିକ ଦୂରତ୍ବ ରଖି ଲୋକଙ୍କ ସହିତ ନିଜକୁ ଯୋଡିବା ଲାଗି କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ମୟୂରଭଂଜ ଠାରୁ କୋରାପୁଟ ପର୍ଯ୍ୟନ୍ତ ବିଜେଡି ବିଧାୟକଙ୍କ ଭିତରେ ବବି ଦାସଙ୍କ ଫୋନକୁ ନେଇ ଆଲୋଚନା ଚାଲିଛି।

ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କାର୍ତିକେୟନ୍ ପାଣ୍ଡିଆନଙ୍କ ଟିମ୍ କରୋନା ମୁଲାବିଲା ଲାଗି ରଣନୀତି ପ୍ରସ୍ତୁତ ଚଳାଇଥିବା ବେଳେ ଏବେ ରାଜନୈତିକ ସକ୍ରିୟତା ଲାଗି ବବିଙ୍କ ଉଦ୍ୟମକୁ ଦଳର ଗୋଟିଏ ମହଲ ଭଲ ସୂଚନା ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବ୍ରୁଆରି ୨୬ ତାରିଖରେ ସଭାପତି ଭାବେ ପୁଣି ଥରେ ମନୋନୀତ ହେବା ପରେ ମାର୍ଚ୍ଚ ୫ ତାରିଖ, ବିଜୁ ଜୟନ୍ତୀରେ ବବିଙ୍କୁ ସଂଗଠନ ସଂପାଦକ ଭାବେ ନିଯୁକ୍ତି ଦେଇଥିଲେ। ସବୁ ଛାମୁଆ ସଂଗଠନ ଉପରେ ସେ ରହି କାର୍ଯ୍ୟ କରିବେ ବୋଲି ନବୀନ ନିଜେ ଘୋଷଣା କରିଥିଲେ। ହେଲେ ଲକଡ଼ାଉନ ପରିପ୍ରେକ୍ଷୀରେ ବବିଙ୍କ କାର୍ଯ୍ୟ ଅଟକିଯାଇଥିଲା।

ଉଲ୍ଲେଖଯୋଗ୍ୟ, ଭାରତୀୟ ଜନତା ପାର୍ଟି କରୋନା ମୁକାବିଲା ଭିତରେ ରାଜନୈତିକ ସକ୍ରିୟତା ଦେଖାଇଛି। ରାଜ୍ୟ ସଭାପତିଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ସରପଞ୍ଚଙ୍କ ପର୍ଯ୍ୟନ୍ତ ଦଳ ପକ୍ଷରୁ ଘନ ଘନ ଯୋଗାଯୋଗ ଚାଲିଛି। ସେମାନଙ୍କୁ ଏହି ସମୟରେ ଲୋକଙ୍କ ସହିତ ଯୋଡ଼ି ହେବା ଲାଗି ସଙ୍କେତ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଏହି କାର୍ଯ୍ୟକ୍ରମର ମଙ୍ଗ ଧରିଛନ୍ତି। ପ୍ରତିଦିନ ଶହ ଶହ ଓଡ଼ିଆଙ୍କ ସହ ଯୋଡି ହେଉଛନ୍ତି। ଧର୍ମେନ୍ଦ୍ରଙ୍କ ସଙ୍କେତରେ ବିଜେପିର ଶୀର୍ଷ ଟିମ୍ ପୂରା ରାଜ୍ୟରେ ସକ୍ରିୟ ହେବା ଆରମ୍ଭ କରିଛି, ଠିକ୍ ୨୦୧୫ ମସିହା ଭଳି। କେହି କେହି ବିଜେପିର ପଞ୍ଚାୟତ ପ୍ରସ୍ତୁତି ଆରମ୍ଭ ହୋଇଥିବା କହିଲେଣି।

Leave A Reply

Your email address will not be published.