ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଗାଁକୁ ଯିବ ଅଧିକ ଟଙ୍କା, କୃଷି ପାଇଁ ଆସିବ ୩ ଅଧ୍ୟାଦେଶ

0
  • କୋଭିଡ଼ ସ୍ବେଚ୍ଛାସେବୀଙ୍କ ପାଇଁ ସଂକ୍ଷିପ୍ତ ସାର୍ଟିଫିକେଟ୍ କୋର୍ସ ଖୋଲାଯିବ
  • ୬ଟି ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ଶଯ୍ୟା ସଂଖ୍ୟା ବଢାଇବେ ସରକାର
  • ଗ୍ରାମ୍ୟ ଅର୍ଥନୀତିରେ ସୁଧାର ପାଇଁ ସରକାର ଅଣ୍ଟା ଭିଡ଼ିଲେ
  • ମନରେଗା ଓ ମିସନ ଶକ୍ତିକୁ ଅଧିକ ଗୁରୁତ୍ବ ଦେବାକୁ ନିର୍ଦେଶ ଗଲା

ଭୁବନେଶ୍ବର: ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ଲାଗି ରାଜ୍ୟ ସରକାର ଅଧିକ ପାଣ୍ଠି ଯୋଗାଇଦେବେ। କୃଷି କ୍ଷେତ୍ରର ବିକାଶ ପାଇଁ ଖୁବ୍ ଶୀଘ୍ର ତିନିଟି ଅଧ୍ୟାଦେଶ ଅଣାଯିବ। ଏହା କୃଷି ଅର୍ଥନୀତିକୁ ଅଧିକ ସୁଦୃଢ କରିବ। ମନରେଗା ଓ ମିସନଶକ୍ତିକୁ ଅଧିକ ଗୁରୁତ୍ବ ଦିଆଯିବ। ୬ଟି ଜିଲ୍ଲାରେ କୋଭିଡ଼ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବଡ଼ ଘୋଷଣା କରିଛନ୍ତି। କୋଭିଡ ମୁକାବିଲା ଓ ଅର୍ଥନୀତିରେ ସୁଧାର ପାଇଁ ମୁଖ୍ୟଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିବା ବେଳେ ନବୀନ ଏସବୁ ସଂପର୍କରେ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତମାନ ପ୍ରବାସୀ ଓଡ଼ିଆମାନେ ବହୁ ସଂଖ୍ୟାରେ ଓଡ଼ିଶା ଫେରୁଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିର୍ମିତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରଗୁଡିକର ଉପଯୁକ୍ତ ପରିଚାଳନା ଏବଂ ଲୋକମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ଅର୍ଥନୀତିକୁ ଚଳଚଞ୍ଚଳ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏଥିପାଇଁ ମାନବିକତା ଏବଂ ବୃତ୍ତିଗତ ଦକ୍ଷତା ସହିତ ଏହି କଠିନ ପରିସ୍ଥିତିର ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଏକ ଲମ୍ବା ଯୁଦ୍ଧ। ଏଣୁ କୋଭିଡ଼ ମୁକାବିଲାରେ ସମାଜର ସକ୍ରିୟ ଅଂଶଗ୍ରହଣ ସହିତ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ବର୍ତମାନ ପରିସ୍ଥିତିରେ ଅଧିକ ସଶକ୍ତ କରାଯିବାର ଆବଶ୍ୟକତା ରହିଛି। ଗଞ୍ଜାମ ଭଳି ଅନ୍ୟ ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଅନ୍ତେବାସୀମାନଙ୍କୁ କୋଭିଡ଼ ରୋଗ ପରିଚାଳନା ସଂପର୍କରେ ତାଲିମ ଦିଆଯିବା ଦରକାର। ଯାହା ଫଳରେ କି ସଙ୍ଗରୋଧରୁ ବାହାରିବା ପରେ କୋଭିଡ ସ୍ବେଚ୍ଛାସେବୀ ଭାବେ ସମାଜକୁ ସେବା ଯୋଗାଇ ଦେଇପାରିବେ। ଏଥିପାଇଁ ଏକ ସଂକ୍ଷିପ୍ତ ସାର୍ଟିଫିକେଟ୍ କୋର୍ସ ପ୍ରସ୍ତୁତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଆସନ୍ତା ୧ ସପ୍ତାହ ମଧ୍ୟରେ ଗଞ୍ଜାମ, ବାଲେଶ୍ବର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବଲାଙ୍ଗୀର ଆଦି ଜିଲ୍ଲାମାନଙ୍କରେ କୋଭିଡ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ବାରୋପ କରାଯାଇଥିଲା। ବର୍ତମାନ ସମୟରେ ଗର୍ଭବତୀ ମହିଳା, ପ୍ରସୂତୀ, ଶିଶୁ, ଭିନ୍ନକ୍ଷମ, ବୟସ୍କ ଲୋକମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଜୀବନ ଜୀବିକା ଏବଂ ଅର୍ଥନୈତିକ ପୁନରୁଦ୍ଧାର ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମନରେଗା ଓ ମିସନ ଶକ୍ତି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବା ଦରକାର। ବିଭିନ୍ନ ବିଭାଗମାନେ ସେମାନଙ୍କ ଅଧୀନରେ ଯେପରି ଅଧିକରୁ ଅଧିକ ଲୋକଙ୍କୁ କାମ ଯୋଗାଇ ଦେଇପାରିବେ, ସେଥିପାଇଁ ଯୋଜନା ହେବା ଦରକାର। ଗ୍ରାମ୍ୟ ଅର୍ଥନୀତିକୁ ଅଧିକ ସଶକ୍ତ କରିବା ପାଇଁ ଅଧିକ ପାଣ୍ଠି ଯୋଗାଇ ଦିଆଯିବ। ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ପିପିଇ ଓ ଅନ୍ୟ ମେଡିକାଲ ଉପକରଣ ଯୋଗାଣ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, କୃଷି ଅର୍ଥନୀତିକୁ ଅଧିକ ସୁଦଢ କରିବାକୁ ରାଜ୍ୟ ସରକାର ଖୁବ୍ ଶୀଘ୍ର ୩ଟି ଅଧ୍ୟାଦେଶ ଆଣିବେ। ବର୍ତମାନ ରବି ଧାନ ଅମଳ କାର୍ଯ୍ୟକ୍ଷମ ହୋଇଛି। ସାର, ବିହନ ଏବଂ ଅନ୍ୟାନ୍ୟ ଜରୁରୀ କୃଷି ଉପକରଣ ଯୋଗାଣ ଆରମ୍ଭ ହୋଇଛି। ଚାଷୀମାନଙ୍କ ପାଇଁ ହେଲ୍ପ ଲାଇନ ମଧ୍ୟ କାର୍ଯ୍ୟ କରୁଛି। ମତ୍ସ୍ୟଚାଷ, କୁକୁଡା ଚାଷ, ଉଦ୍ୟାନ କୃଷି, ଗୋପାଳନ କାର୍ଯ୍ୟକ୍ରମ ସନ୍ତୋଷଜନକ ରହିଛି ବୋଲି ସରକାରଙ୍କୁ କୁହାଯାଇଥିଲା।

ସ୍ବୟଂ ସହାୟକ ଗୋଷ୍ଠୀ କୋଭିଡ୍ ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ବୋଲି ମିସନ ଶକ୍ତି ନିର୍ଦେଶିକା ସୁଜାତା କାର୍ତିକେୟନ୍ ସୂଚନା ଦେଇଥିଲେ। ସେ କହିଥିଲେ ମିସନ ଶକ୍ତିର ମହିଳାମାନେ ୫୦ଲକ୍ଷରୁ ଅଧିକ ମାସ୍କ ପ୍ରସ୍ତୁତ କରିଥିବା ବେଳେ ସେଥି୍ରୁ ୪୬ଲକ୍ଷ ପାଖାପାଖି ମାସ୍କ ବଣ୍ଟନ ହୋଇଛି। ସେହିଭଳି ମାଗଣା ରନ୍ଧା ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ଦେଇ ୧.୬ କୋଟି ମିଲ୍ ଯୋଗାଇ ଦେଇଛନ୍ତି। ଏହା ସହିତ ସେମାନେ ହସ୍ପିଟାଲ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ, ମାଛଚାଷ, କୃଷି ଏବଂ ପରିବାରକୁ ସିଧାସଳଖ ରାସନ ଯୋଗାଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୩୦୦ କୋଟି ଟଙ୍କାର ସୁଧ ମୁକ୍ତ ଋଣ ଦିଆଯାଇଛି।

ବିଭିନ୍ନ କ୍ଷେତ୍ରରେ ଶ୍ରମଭିତ୍ତିକ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ଗୁରୁତ୍ବ ଦିଆଯାଇଥିଲା। ଜଳସଂପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ ଓ ଜଙ୍ଗଲ ବିଭାଗ ପକ୍ଷରୁ ଏ ଦିଗରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ଅଧିକାରୀମାନେ କହିଥିଲେ। ଆସନ୍ତା ଏକ ମାସରେ ଦିନକୁ ୧ଲକ୍ଷ ଲୋକଙ୍କୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ନିୟୋଜିତ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଲକଡାଉନ୍ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ନିୟମ ଭଙ୍ଗକାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ପୁଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇଥିଲେ।

ଏହି ବୈଠକରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର ବାଲକ୍ରିଷ୍ଣନ, ଉନ୍ନୟନ କମିସନର ସୁରେଶ ମହାପାତ୍ର, ବିଭିନ୍ନ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ, ପୁଲିସ ମହାନିର୍ଦେଶକ, ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.