ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ସମରେ ହେବ କୋଭିଡ ପରୀକ୍ଷା

0

ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ ଭାବେ ମନୋନୀତ


ଭୁବନେଶ୍ୱର: ଆଇଏମଏସ ଓ ସମ ହସ୍ପିଟାଲ ସହ ଆଉ ଏକ ବଡ ସଫଳତା ଯୋଡି ହୋଇଯାଇଛିି। ଓଡ଼ିଶାରେ କୋଭିଡ ପରୀକ୍ଷା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ ସମ୍ କୁ ମନୋନୀତ କରିଛି।

ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ୧୦୦୦ ଶଯ୍ୟା ବିଶିଷ୍ଟ ଏହି ଟିଚିଙ୍ଗ ହସ୍ପିଟାଲ ହେଉଛି ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ, ଯିଏକି କରୋନା ପରୀକ୍ଷା କେନ୍ଦ୍ର ଭାବେ ମନୋନୀତ ହୋଇଛି ବୋଲି ସୂଚନା ଦେଇଛନ୍ତି ସମର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର। ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ପକ୍ଷରୁ ଏହି ଅନୁମତି ମିଳିଥିବା ସେ କହିଛନ୍ତି । କରୋନା ପରୀକ୍ଷଣ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମୋଲିକ୍ୟୁଲାର ଆରଏନଏ ଭିରୋଲୋଜି ଲାବୋରେଟୋକିରେ କରାଯିବ ।

ପ୍ରାଥମିକ ପର୍ଯ୍ୟାୟରେ ଦିନକୁ ୩୦୦0 ପରୀକ୍ଷା କରାଯିବ ବୋଲି ସୂଚନା ଦେଇଛନ୍ତି ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଗବେଷଣା ନିର୍ଦେଶକ ଡାକ୍ତର ଜୟ ଶଙ୍କର ଦାସ। ଚଳିତ ମାସ ସମ ହସ୍ପିଟାଲର ମୋଲିକ୍ୟୁଲାର ଆରଏନଏ ଭିରୋଲୋଜି ଲାବୋରେଟୋରୀକୁ ଏହି ପରୀକ୍ଷା ନିମନ୍ତେ ଏନଏବିଏଲ ପକ୍ଷରୁ ଅନୁମତି ମିଳି ଥିଲା ବୋଲି ଡାକ୍ତର ଦାସ କହିଛନ୍ତି।

Leave A Reply

Your email address will not be published.