ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଶକ୍ତି ଫେରିପାଇବ କଂଗ୍ରେସ, ବଳ ଦେଉଛି ବିଜେପି!

0

ଭୁବନେଶ୍ବର: କେନ୍ଦ୍ରରେ ଧୀରେ ଧୀରେ ବିଜେପି-କଂଗ୍ରେସ ମଧ୍ୟରେ ଶୀତଳଯୁଦ୍ଧ କ୍ରମଶଃ ଜୋର ଧରିଲାଣି। ସମ୍ଭବତଃ ଏମିତି ଦିନ ନ ଥିବ ,ଯେଉଁଦିନ କେନ୍ଦ୍ରୀୟ ବିଜେପି ନେତାମାନେ ଗାନ୍ଧୀ ପରିବାର ସଂପର୍କରେ ବିଷୋଦଗାର କରୁନଥିବେ। ୨୦୧୯ ନିର୍ବାଚନର ପ୍ରଥମ ୮ମାସ ପରେ ବିଜେପିର ଶୀର୍ଷ ନେତୃତ୍ବଙ୍କର ଏଭଳି ରଣନୀତି ଏବେ ପୁଣି ଥରେ କଂଗ୍ରେସକୁ ଚର୍ଚ୍ଚାକୁ ଆଣିଛି। ଯଦିଓ ସଂସଦରେ କଂଗ୍ରେସ ବିରୋଧୀ ଦଳ ଆସନରେ ବସିବାର ଯୋଗ୍ୟତା ହରାଇ ବସିଛି, ସଂଖ୍ୟା ଦୃଷ୍ଟିରୁ କେନ୍ଦ୍ରକୁ ପ୍ରଭାବିତ କରିବାର ଶକ୍ତି ରଖିନାହିଁ; ବିଭିନ୍ନ ରାଜ୍ୟରେ କଂଗ୍ରେସ ଶକ୍ତିହୀନ ହେବା ଆରମ୍ଭ କଲାଣି ଓ ଶାସନରେ ଥିବା ରାଜ୍ୟ ପ୍ରତି ଏବେ ବଡ଼ ବିପଦ ସୃଷ୍ଟି ହୋଇଛି, ତଥାପି ବିଜେପି କଂଗ୍ରେସକୁ ପୂର୍ବଭଳି ବିରୋଧୀ ଆସନରେ ଅକ୍ଷତ ଭାବେ ରଖିଛି ଓ ଅତି ନିକଟରେ ବା ମାଡ଼଼ିଆସୁଥିବା ଶକ୍ତି ବୋଲି ବିବେଚନା କରି ଗୁରୁତ୍ବ ଦେବାରେ ଲାଗିଛି। ପରିଣାମ ହେଲା, କଂଗ୍ରେସ ପୁଣି ଥରେ ଦେଶରେ ସକ୍ରିୟ ହେବା ଆରମ୍ଭ କଲାଣି। ଏପରିକି ୨୦୨୪ ନିର୍ବାଚନ ବେଳକୁ ଏକାଧିକ ରାଜ୍ୟରେ ଦଳ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବା ସରକାରକୁ ଆସିବାର କ୍ଷମତା ଫେରିପାଇସାରିଥିବ, ଏ ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ।

ସଂପ୍ରତି ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଦଳମାନେ ଦୁର୍ବଳ ହେବା ଓ ଜାତୀୟ ପ୍ରସଙ୍ଗରେ ଆଞ୍ଚଳିକ ଦଳମାନଙ୍କର ଆଦୌ କୌଣସି ଯୋଗଦାନ ରହୁନଥିବା କାରଣରୁ କଂଗ୍ରେସର ଭୂମିକା ବ଼ଢ଼ିବା ଆରମ୍ଭ ହୋଇଛି। ସାଧାରଣରେ ଏଭଳି ଏକ ବିଷୟ ଉପରେ ତର୍ଜମା ଚାଲିଛି। ଏହା ଅଧିକ ଜୋର ଧରୁଛି, ତାର କାରଣ ହେଉଛି, ଗତ କିଛି ଦିନ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଆନ୍ତର୍ଜାତିକ ପ୍ରସଙ୍ଗକୁ ସାମ୍ନାରେ ରଖି ଆଗକୁ ବଢ଼ୁଛନ୍ତି। ସେ ଚୀନ ହେଉ କି ପାକିସ୍ତାନ ପ୍ରସଙ୍ଗରେ ମତ ସୃଷ୍ଟି କରିବାରେ ଆଞ୍ଚଳିକ ଦଳମାନଙ୍କର ବିଫଳତା କେଉଁଠି ନା କେଉଁଠି କଂଗ୍ରେସକୁ ବଞ୍ଚାଇ ରଖିଛି। ଏ କ୍ଷେତ୍ରରେ ଯେଉଁ ଦ୍ବିତୀୟ ସର୍ବଶ୍ରେଷ୍ଠ ମତକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି, ତାହା ହେଉଛି କଂଗ୍ରେସ ନେତାଙ୍କ ବକ୍ତବ୍ୟ ବା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ।

ଦେଶରେ ଜରୁରୀକାଳୀନ ପରିସ୍ଥିତି ପରେ ବି ୧୯୮୦ ମସିହା ବେଳକୁ କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରିଆସିବା ଓ ଦେଶ ଇନ୍ଦିରା ଗାନ୍ଧୀଙ୍କୁ ଆଇରନ୍ ଲେଡି ବୋଲି ଦେଇଥିବା ଟିପପ୍ପଣୀ ପଛରେ ସେତେବେଳର ଏଭଳି ଏକ ଭୁଲ ରଣକୌଶଳକୁ ରାଜନୈତିକ ବିଶେଷଜ୍ଞମାନେ ଠାରନ୍ତି। ବାରମ୍ବାର ଇନ୍ଦିରାଙ୍କ ସଂପର୍କରେ ନକାରାତ୍ମକ ଖବର ପ୍ରସାରଣ କାରଣରୁ ତାହା ତାଙ୍କ ରାଜନୈତିକ ଭବିଷ୍ୟତକୁ ନଷ୍ଟ କରିବା ପରିବର୍ତେ ଅଧିକ ସଶକ୍ତ କରି ତୋଳିଥିଲା। ଏକଥା ସତ ଯେ ରାହୁଲ ଏଭଳି କ୍ଷମତାର ଅଧିକାରୀ କି ନାହିଁ, ତାହା ବିଚାର କରାଯିବା କଥା। କିନ୍ତୁ ୨୦୦୪ ମସିହାରେ ବାଜପେୟୀ ସରକାରର ସବୁ ଲୋକପ୍ରିୟତାକୁ ଭାଙ୍ଗି କେନ୍ଦ୍ରରେ କଂଗ୍ରେସକୁ କ୍ଷମତାକୁ ଆଣିବା ତଥା ୧୦ବର୍ଷ ଧରି କଂଗ୍ରେସକୁ କ୍ଷମତାରେ ରଖିବା ପଛର ବିଶାଳ ରାଜନୈତିକ ବ୍ୟକ୍ତିତ୍ବ ହେଉଛନ୍ତି ସୋନିଆ ଗାନ୍ଧୀ, ଯିଏ ଏବେ ବି କଂଗ୍ରେସରେ ସକ୍ରିୟ ଅଛନ୍ତି।

ଯେଉଁ ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ କଥା ଉପରେ ଗୁରୁତ୍ବ ଦିଆଯାଉଛି, ତାହା ହେଲା ପ୍ରଭାବୀ ଆଞ୍ଚଳିକ ଦଳମାନେ ନିଷ୍ପ୍ରଭ ହେବା ଆରମ୍ଭ କଲେଣି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ଏଆଇଏଡିଏମକେ, ଏଆଇଏଡିଏମକେ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ଟିଡିପି ଭଳି ରାଜନୈତିକ ଦଳ ପ୍ରତି ବିପଦ ରହିଛି। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ପତିଆରା ଯେଭଳି ରହିଛି, ଆଉ କେଉଁ ଆଞ୍ଚଳିକ ଦଳ ଏଭଳି ସଫଳତା ପାଇପାରିବେ ନାହିଁ କିମ୍ବା ନବୀନଙ୍କ ଅବର୍ତମାନରେ ବି ବିଜେଡି ଏଭଳି ସମ୍ମାନ ହାସଲ କରିବା ଆଦୌ ସମ୍ଭବ ନୁହେଁ। ଯେହେତୁ ବିଜେପି ଏବେ ସକ୍ରିୟ ରହିଛି, ଏଣୁ ଆଞ୍ଚଳିକ ଦଳମାନଙ୍କ ସ୍ଥାନରେ ରାଜନୀତି ଗଣିତ ବଦଳିବ ହିଁ ବଦଳିବ। ଯେଉଁସ୍ଥାନରେ ଦଳ ନୂଆ ମୋର୍ଚ୍ଚା ଗଠନ କରିପାରିବ, ସେସବୁ ରାଜ୍ୟକୁ କରାୟତ କରିବା ମଧ୍ୟ ମୁସ୍କିଲ ନୁହେଁ।

ତେବେ ଏ କ୍ଷେତ୍ରରେ କଂଗ୍ରେସକୁ ଶାସନ କ୍ଷମତାକୁ ଫେରିବା ଲାଗି ପରିଶ୍ରମ କରିବା ଦରକାର। ନେତାମାନେ ସବୁକଥା ଭୁଲି ନୂଆ ପିଢି ତିଆରି କରିବା ସହିତ କ୍ଷମତା ହାତେଇବା ପାଇଁ ଯୋଜନାବଦ୍ଧ ରଣନୀତି ପ୍ରସ୍ତୁତ କଲେ ରାଜ୍ୟ ରାଜନୀତିର ଗଣିତ ଯେ କୌଣସି ମୁହୂର୍ତରେ ବଦଳିଯାଇପାରେ, ଏଥିରେ ସନ୍ଦେହ ନାହିଁ।

Leave A Reply

Your email address will not be published.