ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌

0

ଭୋଟର ତାଲିକାରେ ନାମର ବନାନ ତ୍ରୁଟି
କର୍ଣ୍ଣାଟକ: ଭୋଟର ତାଲିକାରେ ନାମର ବନାନରେ ସାମାନ୍ୟ ଅସଙ୍ଗତି ଯୋଗୁ ଭାରତ ରତ୍ନ ସମ୍ମାନପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସିଏନଆର ରାଓଙ୍କୁ ନୋଟିସ୍‌ ଜାରି ହୋଇଛି। କର୍ଣ୍ଣାଟକରେ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ୍‌ (SIR) ସମୟରେ ତାଙ୍କ ନାମରେ ଅସଙ୍ଗତି ଚିହ୍ନଟ ହେବା ପରେ ପରିଚୟ ସ୍ପଷ୍ଟ କରିବା ପାଇଁ ଶୁଣାଣିରେ ହାଜର ହେବାକୁ ତାଙ୍କୁ କୁହାଯାଇଛି। ପୁରୁଣା ଭୋଟର ତାଲିକାରେ ତାଙ୍କ ନାମ ‘Prof CNR Rao’ ଭାବେ ଥିବାବେଳେ ବର୍ତ୍ତମାନର ତାଲିକାରେ ‘Prof’ ଶବ୍ଦରେ ଅତିରିକ୍ତ ‘f’ ଯୋଡ଼ାଯାଇ ‘Proff CNR Rao’ ଲେଖାଯାଇଛି। ଏହି ନାମ ଅସଙ୍ଗତିକୁ ‘ସେଲ୍ଫ-ନେମ ମିସମ୍ୟାଚ’ ଭାବେ ଚିହ୍ନଟ କରାଯାଇଛି।

ନିୟମ ଅନୁଯାୟୀ, ଯାହାଙ୍କ ନାମରେ ନୋଟିସ୍‌ ଜାରି ହୋଇଛି, ସେହି ବ୍ୟକ୍ତିଙ୍କୁ ଶୁଣାଣିରେ ହାଜର ହେବାକୁ ପଡ଼ିବ। ତେଣୁ IISc ନିକଟସ୍ଥ ମଲ୍ଲେଶ୍ୱରମରେ ହେବାକୁ ଥିବା ଶୁଣାଣିରେ ପ୍ରଫେସର ରାଓଙ୍କୁ ଉପସ୍ଥିତ ହେବାକୁ କୁହାଯାଇଛି। ୯୨ ବର୍ଷୀୟ ପ୍ରଫେସର ସିଏନଆର ରାଓ ସଲିଡ୍‌-ଷ୍ଟେଟ୍‌ ଓ ଷ୍ଟ୍ରକ୍ଚରାଲ କେମିଷ୍ଟ୍ରି କ୍ଷେତ୍ରରେ ବିଶ୍ୱର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ। ବିଜ୍ଞାନ କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ସେ ‘ଭାରତ ରତ୍ନ’ରେ ସମ୍ମାନିତ ହୋଇଛନ୍ତି। ଜଣେ ବିଶିଷ୍ଟ ବୈଜ୍ଞାନିକଙ୍କ ନାମ କେବଳ ବନାନ ତ୍ରୁଟି ଯୋଗୁ ଭୋଟର ତାଲିକାରେ ‘ମିସମ୍ୟାଚ’ ଭାବେ ଚିହ୍ନଟ ହୋଇ ଶୁଣାଣି ପର୍ଯ୍ୟନ୍ତ ପହଞ୍ଚିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.