ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ରାଜ୍ୟକୁ ଆଶା ଦେଖାଇଲେ ନବୀନ

0
  • ୭୪ତମ ରାଜ୍ୟ ଉତ୍ସବରେ ପତାକା ଉତ୍ତୋଳନ କଲେ ନବୀନ
  • ଓଡ଼ିଶାର କୃଷି ଅଭିବୃଦ୍ଧି ୭.୧ ପ୍ରତିଶତ ଛୁଇଁଛି
  • ପୁଞ୍ଜିନିବେଶରେ ମହାରାଷ୍ଟ୍ରକୁ ପଛରେ ପକାଇଲା ଓଡ଼ିଶା
  • ଦେଶର ୧୮ ପ୍ରତିଶତ ପୁଞ୍ଜିନିବେଶ ପ୍ରସ୍ତାବ ରାଜ୍ୟକୁ ଆସିଛି

ଭୁବନେଶ୍ବର: ଓଡ଼ିଆ ଜାତି ଅନେକ ବିପଦର ସାମ୍ନା କରିଛି। ସାହସର ସହିତ ମୁକାବିଲା କରି ନୂଆ ଇତିହାସ ଲେଖିଛି। ମୋର ପୂରା ବିଶ୍ବାସ କରୋନା ଶୀଘ୍ର ଦୂର ହେବ। ସ୍କୁଲ ମାନଙ୍କରେ ପୁଣି ଥରେ ଘଣ୍ଟା ବାଜି ଉଠିବ। ମାନବ ଜାତିର ଜୟଯାତ୍ରା ଆହୁରି ଆଗକୁ ବଢିବ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ତମ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡ ଅଭିବାଦନ ଗ୍ରହଣ କରିବା ପରେ ରାଜ୍ୟ ଉଦ୍ଦେଶ୍ୟରେ ଏଭଳି ଆଶା ଦେଖାଇଛନ୍ତି। ସଂପ୍ରତି କରୋନା ମହାମାରୀକୁ ନେଇ ସମଗ୍ର ରାଜ୍ୟରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟ ମନୁଷ୍ୟ ମନରେ ବିଶ୍ବାସ ଫେରାଇ ଆଣିବା ଲାଗି ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଆଜି ୟୁନିଟ୍ ୩ ପ୍ରଦର୍ଶନୀ ପଡିଆରେ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ଓ କୋଭିଡ୍ କଟକଣା ଭିତରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ପାଞ୍ଚମାନ ହେଲା ସାରା ଦେଶ କରୋନା ବିରୋଧରେ ଲଢୁଛି। ଏହି ଲଢେଇରେ ସହିଦ୍ ହୋଇଥିବା କୋଭିଡ୍ ଯୋଦ୍ଧାମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। କରୋନା ଆଜି କେବଳ ଭାରତ ନୁହେଁ, ସାରା ବିଶ୍ବ ତଥା ମାନବ ଜାତି ପାଇଁ ଏକ ବହୁତ ବଡ଼ ସଙ୍କଟ ଭାବେ ଦେଖା ଦେଇଛି। ଶିକ୍ଷା, ସ୍ବାସ୍ଥ୍ୟ,ଅର୍ଥନୀତି, ପର୍ଯ୍ୟଟନ, ପରିବହନ ତଥା ସମାଜ ଉପରେ ଏହା ଗଭୀର ପ୍ରଭାବ ପକାଇଛି। ସାରା ବିଶ୍ବରେ କୋଟି କୋଟି ଲୋକ ଜୀବିକା ହରାଇଛନ୍ତି। ଟିକା ଆସିବା ପରେ କରୋନା ନିୟନ୍ତ୍ରଣ ହେବ। କିନ୍ତୁ ଅର୍ଥନୀତି ଓ ସମାଜ ଉପରେ କରୋନା ଯେଉଁକ୍ଷତି କରିଛି, ତାକୁ ଭରଣା କରିବା ପାଇଁ ଆମକୁ ସାହସର ସହିତ କାମ କରିବାକୁ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ମୁକାବିଲା ପାଇଁ ସରକାର କୋଭିଡ୍ ହସ୍ପିଟାଲ କରିଛନ୍ତି। ପାଞ୍ଚଟି ପ୍ଲାଜ୍‌ମା ବ୍ୟାଙ୍କ ସହିତ ପ୍ଲାଜ୍‌ମା ଥେରାପି ସେବା ଲୋକଙ୍କୁ ମିଳୁଛି। ପଇସା ପାଇଁ ଓଡ଼ିଶାରେ କେହି ଜଣେ ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ। ଏଥିପାଇଁ ସରକାର କୋଭିଡ୍ ରୋଗୀଙ୍କୁ ସବୁ ପ୍ରକାର ସୁବିଧା ମାଗଣାରେ ଯୋଗାଉଛନ୍ତି। ପ୍ରତି ଜୀବନ ଆମ ପାଇଁ ମୂଲ୍ୟବାନ। ସମସ୍ତଙ୍କୁ ଉତ୍ତମ ଚିକିତ୍ସା ଦେବାକୁ ଆମେ ଚେଷ୍ଟା କରୁଛୁ।

ଲକ୍‌ ଡାଉନ ସମୟରେ ଅର୍ଥନୈତିକ କାରବାର ଜାରି ରଖିବା ପାଇଁ ପଦକ୍ଷେପ ନେଇଛୁ ବୋଲି ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ କୃଷିକାର୍ଯ୍ୟ, ନିର୍ମାଣ କାର୍ଯ୍ୟ ସହିତ ବିଭିନ୍ନ ନିଯୁକ୍ତି ସୃଷ୍ଟିକାରୀ କାମ ଜାରି ରହିଛି। ଗରିବ ଲୋକ ଓ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ଦିଆଯାଉଛି। ଏହି ସମୟ ମଧ୍ୟରେ ଓଡ଼ିଶାରୁ ୧୨ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମଧ୍ୟ ଆସିଛି। ଦେଶରେ ଏହି ସମୟରେ ହୋଇଥିବା ପୁଞ୍ଜିନିବେଶରୁ ୧୮ ପ୍ରତିଶତ ଆମ ରାଜ୍ୟକୁ ଆସିଛି। ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ଏ କ୍ଷେତ୍ରରେ ଏକ ନମ୍ବର ହୋଇଛି। ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୧୯-୨୦ରେ ଦେଶରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୨.୮ ପ୍ରତିଶତ ଥିବା ବେଳେ ଆମ ରାଜ୍ୟରେ କୃଷି କ୍ଷେତ୍ରରେ ବିକାଶ ୭.୬୧ ପ୍ରତିଶତ ରହିଛି।

କରୋନା ବିରୋଧରେ ଆମ ଲଢେଇରେ କୋଭିଡ୍ ଯୋଦ୍ଧାମାନେ ଯେମିତି କାମ କରୁଛନ୍ତି, ତାହାର ତୁଳନା ନାହିଁ। ସେମାନଙ୍କ ସେବା ଓ ତ୍ୟାଗ ପାଇଁ ସାରା ଭାରତରେ ଆମ ରାଜ୍ୟରେ ସୁସ୍ଥତା ହାର ଭଲ ରହିଛି। ସାରା ଭାରତରେ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍ ବୋଲି ସୂଚନା ଦେଇ ନବୀନ କହିଥିଲେ ଯେ ସେମାନଙ୍କ ତ୍ୟାଗ ପାଇଁ ରାଜ୍ୟବାସୀ ଋଣୀ। କୋଭିଡ୍ ଯୋଦ୍ଧାମାନଙ୍କ ତ୍ୟାଗ, ନିଷ୍ଠା ଓ ସେବା ସହିତ ସମସ୍ତଙ୍କ ସହଯୋଗ ହିଁ ଓଡ଼ିଶା, ଭାରତ ତଥା ମାନବ ଜାତି ଲାଗି ବିଜୟ ଆଣିବ।

ଏହି ଅବସରରେ କରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କରିଥିଲେ।

Leave A Reply

Your email address will not be published.