ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଭିନ୍ନ ଜଣେ ଆଇଏଏସ୍ ଅଫିସର…

0

ଭୁବନେଶ୍ବର: ପୂର୍ବରୁ ଲାଲକୃଷ୍ଣ ଆଡ଼ଭାନୀ ଓଡ଼ିଶା ଆସିଲେ, ପୂର୍ବତନ ମନ୍ତ୍ରୀ କନକ ବର୍ଧନ ସିଂହଦେଓ ତାଙ୍କ ସାରଥୀ ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ। ବିମାନବନ୍ଦରରୁ ସଭାସ୍ଥଳ ପର୍ଯ୍ୟନ୍ତ ସବୁଆଡେ ନିଜ ନିଜର ଇନୋଭା ଗାଡିରେ ତାଙ୍କୁ ସଭାସ୍ଥଳକୁ ଆଣିଥାନ୍ତି। ରାଜନୈତିକ ନେତାଙ୍କ କ୍ଷେତ୍ରରେ ଏଭଳି ଆନୁଗତ୍ୟ କିଛି ନୂଆ କଥା ନୁହେଁ।

ହେଲେ ପ୍ରଶାସନିକ ସେବା ଅଧିକାରୀମାନେ ସରକାରଙ୍କ ଠାରୁ ସବୁ ସୁବିଧା ହାସଲ କରୁଥିଲେ ହେଁ, ଶାସନ ମୁଖ୍ୟଙ୍କ ପ୍ରତି ଏଭଳି ଆଚରଣ ପ୍ରଦର୍ଶନ କରିବାର ବହୁତ କମ୍ ନଜିର୍ ଅଛି। କେତେକ ତ କୁହନ୍ତି, ଆଇଏଏସ୍ ଅଫିସରମାନେ ପଦ୍ମ ପତ୍ରର ଜଳ।

ଓଡ଼ିଶାରେ କିନ୍ତୁ ସମ୍ପୂୁର୍ଣ୍ଣ ବିପରୀତ ଉଦାହରଣ ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଆଇଏଏସ୍ ଅଫିସର ଭି କାର୍ତିକେୟନ୍ ପାଣ୍ଡିଆନ୍ ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଗତ ୮ ବର୍ଷ ଧରି ସରକାରରେ ସେ ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତି। ତାଙ୍କର ଉପସ୍ଥିତି ହିଁ ସବୁବେଳେ ଗଣମାଧ୍ୟମର ହେଡଲାଇନ୍ସ ପାଇଁ ଖୋରାକ ଯୋଗାଇଥାଏ। ସେ ବିଭିନ୍ନ ଜିଲ୍ଲାକୁ (୫ଟି) ଅନୁଧ୍ୟାନ ପାଇଁ ଗଲେ, ତାଙ୍କର କାର୍ଯ୍ୟ କରିବାର ତରିକା ଯେମିତି ଚର୍ଚ୍ଚାର ବିଷୟ ହୋଇଥାଏ, ତାଙ୍କର ତୃତୀୟ ମହଲାର ଉପସ୍ଥିତି କ୍ଷେତ୍ରରେ ବି ସେମିତି ଆଲୋଚନାପାଇଁ ଖୋରାକ ଯୋଗାଏ। ସେ ଜିଲ୍ଲାପାଳ ଥିବା ବେଳେ ଯେମିତି ଗଣମାଧ୍ୟମ ପୃଷ୍ଠାରେ ଥିଲେ, ଏବେ ବ୍ୟକ୍ତିଗତ ସଚିବ ଭାବେ ତା ଠାରୁ ଢେର୍ ଆଗରେ ଅଛନ୍ତି। ଏହି ଅଧିକାରୀ ଜଣକ ସବୁଠି ନିଜର ଭିନ୍ନ ଏକ ଛାପ ଛାଡିଛନ୍ତି।

ଏଇ ଯେମିତି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀ ପଡିଆକୁ ପତାକା ଉତ୍ତୋଳନ କରିବାକୁ ଗଲେ। ହେଲେ କିନ୍ତୁ ଦେଖାଗଲା, ମୁଖ୍ୟମନ୍ତ୍ରୀଙ୍କ ଗାଡିର ସାରଥୀ ନାହାନ୍ତି। ସେଠାରେ ସ୍ବୟଂ ଶ୍ରୀ ପାଣ୍ଡିଆନ୍ ବସିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସରକାରୀ ଗାଡିରେ ଆଣି ସର୍ବସାଧାରଣ କାର୍ଯ୍ୟକ୍ରମକୁ ଓହ୍ଲାଇବା ଘଟଣା ବହୁ ବିଚକ୍ଷଣ ରାଜନୈତିକ ପଣ୍ଡିତମାନଙ୍କୁ ବି ବିସ୍ମିତ କରିଛି।

ଶ୍ରୀ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ, ରାଜ୍ୟ ସରକାରରେ ସର୍ବେସର୍ବା ଏକଥା ନେଇ ଆଉ କାହାର ଦ୍ବନ୍ଦ୍ବ ନାହିଁ। ତାଙ୍କର ସ୍ବୀକୃତି ଦରକାର ନାହିଁ କିମ୍ବା ତାହାକୁ ସେ ଅପେକ୍ଷା କରିନାହାନ୍ତି। ହେଲେ ଆଜି ସେ ମୁଖ୍ୟମନ୍ତ୍ରୀଙ୍କୁ ପରେଡ୍ ପଡିଆକୁ ଆଣି ଆସିବା ଘଟଣା ସୂଚାଇ ଦେଉଛି ଯେ ପ୍ରଶାସନିକ ଅଧିକାରୀଙ୍କ ଭିତରେ ଥିବା ଅହଂକାର ସମ୍ଭବତଃ ଶ୍ରୀ ପାଣ୍ଡିଆନଙ୍କୁ ସ୍ପର୍ଶ କରିନାହିଁ। କୋଭିଡ୍ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଶ୍ରୀ ପାଣ୍ଡିଆନ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

ନିନ୍ଦୁକମାନେ ଏହି ଘଟଣାକୁ ଯେତେ ଯେମିତି ଚର୍ଚ୍ଚା କଲେ କଣ ହେବ, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜଣେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ତ୍ୟାଗ ସବୁଦିନ ପାଇଁ ଉଲ୍ଲେଖନୀୟ ହୋଇ ରହିବ।

Leave A Reply

Your email address will not be published.