ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଖୋର୍ଧାରେ ସୀମା ଡେଇଁଲା ସଂକ୍ରମଣ

0
  • ରେକର୍ଡ କଲା ଖୋର୍ଧା, ୯୦୨ ଜଣଙ୍କ ଠାରେ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ୪୩୫୬ଜଣଙ୍କ କୋଭିଡ୍ ସଂକ୍ରମଣ ତାଲିକାରେ ସାମିଲ
  • ଆଉ ୧୬ଜଣଙ୍କ ମୃତ୍ୟୁ ସୂଚନା , ମୋଟ ସଂଖ୍ୟା ୭୮୩ ଛୁଇଁଲା
  • ଗତକାଲି ୫୩ ହଜାର ୫୩୪ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଗତକାଲି ରାଜ୍ୟରେ ଯେତେ ପରୀକ୍ଷା ହୋଇଥିଲା, ସେ ମଧ୍ୟରେ ୪୩୫୬ଜଣଙ୍କର କରୋନା ଭୂତାଣୁ ଥିବା ଜଣାପଡ଼ିଛି। ଚିନ୍ତାଜନକ କଥା ହେଲା, ଖୋର୍ଧା ଜିଲ୍ଲାରେ ସଂକ୍ରମଣ ପୂର୍ବର ତଥା ରାଜ୍ୟର ସମସ୍ତ ରେକର୍ଡକୁ ଡେଇଁ ଏମିତି ଏକ ସ୍ଥିତିରେ ପହଞ୍ଚିଛି, ଯାହାକୁ ଦେଖିଲେ, ଯେ କେହି ତଟସ୍ଥ ହୋଇଯିବ। ଖୋର୍ଧାରେ ୯୦୨ ଜଣଙ୍କ ଠାରେ କୋଭିଡ୍ ଭୂତାଣୁ ଚିହ୍ନଟ କରାଯାଇଛି। ସଂକ୍ରମଣ ହାର କମିବା ପରିବର୍ତେ ଏଭଳି ଢଙ୍ଗରେ ବୃଦ୍ଧିକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଚକିତ ହୋଇପଡ଼ିଲେଣି।

ସେପଟେ ରାଜ୍ୟର ପାଖାପାଖି ଅଧା ଅର୍ଥାତ୍ ଷ୍ଟେଟ୍ ପୁଲ୍‌କୁ ମିଶାଇ ୧୫ଟି ସ୍ଥାନରେ ସଂକ୍ରମଣର ସ୍ଥିତି ଉଦବେଗଜନକ ରହିଛି। ଏସବୁ ସ୍ଥାନରେ ଶହେରୁ ଅଧିକ ସଂକ୍ରମିତ ଅଛନ୍ତି। କଟକ ଜିଲ୍ଲାରେ କୋଭିଡ୍ ପଜିଟିଭ୍‌ଙ୍କ ସଂଖ୍ୟା ୪୦୯ ଥିବା ବେଳେ ପୁରୀରେ ୧୬୮,ନୂଆପଡାରେ ୧୭୩, କେନ୍ଦ୍ରାପଡାରେ ୧୧୯, ଜଗତସିଂହପୁରରେ ୧୭୧, ବାଲେଶ୍ବରରେ ୧୯୪, ଭଦ୍ରକରେ ୧୨୪, ବରଗଡରେ ୧୦୬, ଝାରସୁଗୁଡାରେ ୧୨୦, ଯାଜପୁରରେ ୧୩୬, ମୟୂରଭଂଜରେ ୧୫୩, ରାୟଗଡାରେ ୧୨୧, ସୁନ୍ଦରଗଡରେ ୧୦୧ ଜଣ କୋଭିଡ୍ ପଜିଟିଭ୍ ତାଲିକାରେ ଯୋଡି ହୋଇଛନ୍ତି।

ଗତକାଲି ରାଜ୍ୟରେ ମୋଟ ୫୩ହଜାର ୫୩୪ଜଣଙ୍କର କୋଭିଡ୍ ପରୀକ୍ଷା ହୋଇଥିଲା। ସେ ମଧ୍ୟରୁ ୯୯୧୭ଜଣଙ୍କର ଆର୍‌ଟିସିଆର୍ ଓ ୪୩ହଜାର ୫୨୩ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଆଉ ୧୬ ଜଣଙ୍କର କୋଭିଡରେ ମୃତ୍ୟୁ ଘଟିଛି ଓ ଏଥିସହିତ ମୃତ୍ୟୁ ସଂଖ୍ୟା ୭୮୩ରେ ପହଞ୍ଚିଛି।

Leave A Reply

Your email address will not be published.