ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

‘ପୂଜାରେ ତ୍ରୁଟି ହେଲେ ଦେବୀ ଦଣ୍ଡନ୍ତି’

0

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁରରେ ବିରାଜିତା ମାଆ ମଣିନାଗ ଦୁର୍ଗା ପ୍ରତ୍ୟକ୍ଷ ଓ ବେଶ ପ୍ରଭାବଶାଳୀ ବୋଲି ବିଶ୍ବାସ କରାଯାଏ। ଦେବୀଙ୍କ ପାଖରେ ଯିଏ ଯାହା କାମନା କରନ୍ତି, ତାହା ପୂରଣ ହୋଇଥାଏ ବୋଲି ଭକ୍ତମାନେ କୁହନ୍ତି। ସେହିଭଳି ପୂଜାରେ ଯିଏ ଯେତେବେଳେ ଅବହେଳା କରିଛନ୍ତି, ତାଙ୍କୁ ତତ୍କାଳ ଦଣ୍ଡିଥାନ୍ତି ଦେବୀ।

ବିଶେଷକରି ଦୁର୍ଗା ପୂଜା ସମୟରେ ଦେବୀ ଅତ୍ୟନ୍ତ ପ୍ରଚଣ୍ଡ ହୋଇଥାନ୍ତି ବୋଲି କୁହାଯାଏ। ଅନ୍ୟ ସମୟରେ ରାଜା ଖଞ୍ଜିଥିବା ସେବକମାନେ ହିଁ ଦେବୀଙ୍କ ପୂଜା କରିଥାନ୍ତି। ହେଲେ ଦୁର୍ଗା ପୂଜା ସମୟରେ ସ୍ୱତନ୍ତ୍ର ବ୍ରାହ୍ମଣ ବରଣ କରାଯାଇଥାଏ। ଦେବୀଙ୍କ ସଂପର୍କରେ ଭକ୍ତଙ୍କ ଅନୁଭୂତି ଯେମିତି ବେଶ୍ ଲମ୍ବା, ଠିକ୍ ସେମିତି ସେବକଙ୍କ ଅନୁଭୂତି ବି। 

ଦେବୀଙ୍କ ଦୁର୍ଗା ପୂଜା ସମୟରେ ବରଣ ହୋଇଆସୁଥିବା ପୂଜକ ଦୁର୍ଗାଚରଣ ପଣ୍ଡାଙ୍କ ମତ ଦେହରେ ଶିହରଣ ଖେଳାଇ ଦେଲାଭଳି। ପାଖାପାଖି ଚାରି ଦଶନ୍ଧି ଧରି ସେ ଦେବୀଙ୍କ ପୂଜା କରି ଆସୁଛନ୍ତି। ପୂଜାରେ ସାମାନ୍ୟ ବ୍ୟତିକ୍ରମ ହେଲେ ମାଆ ତତକ୍ଷଣାତ୍‍ ଦଣ୍ଡବିଧାନ କରନ୍ତି ବୋଲି ତାଙ୍କର ଦୃଢ଼ ଧାରଣା।

ତାଙ୍କ ମତରେ ଦୁର୍ଗା ପୂଜା ସମୟରେ ଦେବୀଙ୍କ ନିକଟରେ ସେବା କରିବା ବେଶ୍‍ କାଠିକର ପାଠ। ଯିଏ ଯେତେବେଳେ ପୂଜା କରିବାକୁ ଆସନ୍ତି, ତ୍ରୁଟି କଲେ ଦେବୀଙ୍କ କୋପ ଦୃଷ୍ଟିରେ ପଡନ୍ତି ଓ ଅଳ୍ପ ଦିନରେ ପୂଜା ଛାଡ଼ି ଚାଲିଯାଆନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ (ପୂଜକ ଦୁର୍ଗା ଚରଣ ପଣ୍ଡା) ନିକଟସ୍ଥ ନଳୀବସନ୍ତ ଗ୍ରାମରୁ ୧୯୭୧ମସିହାରେ ବୀର ରାମଚନ୍ଦ୍ରପୁର ମହାଜନ ମାନେ ଆଣିଥିଲେ। ସେତେବେଳେ ତାଙ୍କ ବୟସ ମାତ୍ର ୨୨ବର୍ଷ ବୟସ ହୋଇଥିଲା।

ପ୍ରଥମ ବର୍ଷ ତାଙ୍କପୂଜା ଭଲରେ କଟିଥିଲା। କିନ୍ତୁ ଦ୍ୱିତୀୟ ବର୍ଷ, ଦିନେ ଠାକୁରାଣୀଙ୍କ ପାଖରେ ପୂଜା କରୁଥିଲେ। ସେଦିନ ଷଷ୍ଠୀ ପୂଜା ଥିଲା। ମନ୍ଦିର ଭିତରେ ଆଉ କେହି ନଥିଲେ। ହଠାତ୍‍ ଠାକୁରାଣୀଙ୍କ ପାଖରେ ଲାଗିଥିବା ଦୀପଟି ଲିଭିଗଲା। କୈାଣସି ପବନ ନ ଥିଲା କିମ୍ୱା ଆଉ କାହାର ଉପସ୍ଥିତି ନଥାଇ ଦୀପ କାହିଁକି ଲିଭିଲା ତାହା ତାଙ୍କୁ ବିବ୍ରତ କରିଥିଲା । ମନରେ ଭୟ ସୃଷ୍ଟି ହେଲା ଏବଂ ପୂଜା ଛାଡି ପ୍ରାଣ ବଞ୍ଚାଇବା ଲାଗି ସେ ମନ୍ତ୍ର ପାଠ କରିଥିଲେ। ପରେ ଭାବିଲେ ପୂଜା ବନ୍ଦ କଲେ ଦେବୀ ଅଧିକ ଉଗ୍ର ହେବେ। ଏଣୁ ଛାଡିଯାଇଥିବା ପୂଜାକୁ ବହି ନଦେଖି ବୋଲିବାରେ ଲାଗିଲେ। କିଛି ସମୟ ପରେ ଦୀପଟି ଆପେ ଆପେ ଜଳି ଉଠିଲା। ସେ ଜାଣିପାରିଲେ ଯେ ଦେବୀ ପରୀକ୍ଷା ନେଲେ। ବହି ଛାଡି ତାଙ୍କ ପୂଜକ ପୂଜା କରିପାରୁଛି ନା ନାହିଁ।

ଶ୍ରୀ ପଣ୍ଡା କହନ୍ତି, ସେଦିନ ରାତିରେ ପୁଣି ଏକ ଘଟଣା ଘଟିଲା। ସବୁଦିନ ଭଳି ରାତିରେ ମନ୍ଦିରରେ ସେ ଏକା ଶୋଇଥିଲେ। କବାଟ ଖୋଲିବାର ଶବ୍ଦ ଶୁଭିଲା। ସେ ଅନୁଭବ କଲେ କେହି ଜଣେ କବାଟ ଖୋଲି ବାହାରକୁ ଯାଉଛନ୍ତି। ଆଖିରୁ ନିଦ ହଜିଗଲା। କିଛି ସମୟ ଅନ୍ତରରେ ପୁଣିଥରେ କବାଟ ବନ୍ଦ ହେବାର ଶବ୍ଦ ଶୁଣିଲେ।ପରଦିନ ସକାଳେ ଦେଖିଲେ କବାଟ ବନ୍ଦ ଥିଲା। ତା ପରଦିନ ଗ୍ରାମର ପୁରୁଖା ମହାଜନଙ୍କୁ ଏକଥା କହିବାରେ ସେମାନେ ସର୍ତକ କରାଇ ଦେଇଥିଲେ ଯେ ଠାକୁରାଣୀ ରାତିରେ ଗ୍ରାମ ଭ୍ରମଣ କରନ୍ତିି।

୨୦୦୧ ମସିହାର ଅନୁଭୂତି ସବୁଠାରୁ ଅଧିକ ନିଆରା। ସେବର୍ଷ  ପୁଣି ଏକ ଅଘଟଣ ଘଟିଲା। ଗ୍ରାମର ଦ୍ୱିତୀୟ ଖଣ୍ଡିର ତୃତୀୟ ପାଳିର ଥିଲା ସେଦିନ ଓପନ। ମାତ୍ର କୌଣସି ମହାଜନ ହକରା ନଦେଇ ସେ ବାବଦପ୍ରାପ୍ୟ ମନ୍ଦିର ଅଫିସରେ ଜମା କରିଦେଇଥିଲେ। ସେଦିନ ମହାଜନ ରାଜକିଶୋର ମହାପାତ୍ର ଭୋଗ ଆଣିବା ପାଇଁ କହିଲେ ଏବଂ ରାତିରେ ମଧ୍ୟ ଭୋଗ ଯଥାରୀତି ଆସିଲା। ମାତ୍ର ପୂଜା କରିବା ସମୟରେ ବିଧି ମୁତାବକ ଟୋକେଇରୁ ଏଣ୍ଡୁରିକୁ ଓ ପଇଡ଼କୁ ଅଲଗା କରାଯାଏ । ବାକି ସଙ୍ଖୁଡି ଭୋଗକୁ ଠାକୁରାଣୀଙ୍କ ପାଖରେ ଭୋଗ କରାଯାଏ। ପରେ ବିରିପିଠା ବା ଏଣ୍ଡୁରି ବଳି ଚଢ଼ାଯାଏ । ସେଦିନ ଟୋକେଇରେ ଭୋଗ ସହ ଏଣ୍ଡୁରି ଥିବା ସମୟରେ ଅଲକ୍ଷ୍ୟରେ ତାହାକୁ ସେ ନୈବେଦ୍ୟ କରିଦେଇଥିଲେ। ରାତିରେ ମନ୍ଦିରରେ ଶୋଇଥିଲେ। ଚତୁର୍ଥ ପ୍ରହର ସମୟରେ ତାଙ୍କ  ପିଠିକୁ ବସିଲା ଏକ ନିର୍ଘାତ ପାହାର। ନା ସେ ବୁଲି ପାରିଲେ କି ଚିତ୍କାର କରିପାରିଲେ। ଠାକୁରାଣୀ ଯେ ଗତରାତିର ଭୁଲ ପାଇଁ ଏଭଳି ଶାସ୍ତି ଦେଇଛନ୍ତି,ଏକଥା ସେ ଜାଣିପାରିଥିଲେ । 

Leave A Reply

Your email address will not be published.