ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବିଗିଡିଗଲା; ଏବର୍ଷ ପାଣିପାଗରେ ବଡ଼ ପରିବର୍ତ୍ତନ

0

ଭୁବନେଶ୍ବର: ଚଳିତବର୍ଷ ଲା-ନିନା ପ୍ରଭାବରେ ନଭେମ୍ବରରୁ ଜାନୁଆରି ମାସ ଯାଏ ଦକ୍ଷିଣ ଭାରତରେ ଅଧିକ ବର୍ଷିବ।ଓଡ଼ିଶାରେ ନଭେମ୍ବର ଓ ଡିସେମ୍ବରରେ ବର୍ଷା ଅଧିକ ସମ୍ଭାବନା ଅଧିକ। ଅନ୍ୟପକ୍ଷରେ ବିଳମ୍ବରେ ଶୀତ ଆସିଲେ ହେଁ, ଏଥର କିନ୍ତୁ ହାଡ଼ଥରାଇ ଦେବ। ପାଣିପାଗ ବିଜ୍ଞାନୀମାନେ ଏଭଳି ପୂର୍ବାନୁମାନ କରିଛନ୍ତି।

ପାଣିପାଗ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ କହୁଛି, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବା ପରେ ବର୍ଷା ଆରମ୍ଭ ହୋଇଯିବ। ଦଶହରାକୁ ବର୍ଷା ଭିଜାଇବ ଓ ୨୮ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ଅନ୍ୟପଟରେ ଚଳିତବର୍ଷ ନଭେମ୍ବରରେ କିନ୍ତୁ ତାପମାତ୍ରା ସ୍ବାଭାବିକ ଠାରୁ ଟିକିଏ ଅଧିକ ରହିବ। ଅର୍ଥାତ୍ ଏହି ମାସରେ ଶୀତ ଅନୁଭୂତ ହେବା ପରିବର୍ତ୍ତେ ଅଧିକ ଗରମ ଲାଗିବ।

ଡିସେମ୍ବର ମାସରେ ତାପମାତ୍ରା ଖସିବ ଓ ଶୀତର ପ୍ରକୋପ ଧୀରେ ଧୀରେ ବଢିବା ଆରମ୍ଭ କରିବ। ଡିସେମ୍ବର ଶେଷ ସପ୍ତାହ ବେଳକୁ ଶୀତରେ କମ୍ପିବା ଆରମ୍ଭ କରିବ ଓଡ଼ିଶା। ଜାନୁଆରିରେ ବି ସ୍ଥିତି ଅପରିବର୍ତ୍ତିତ ରହିବ।ସାଇବେରିଆରୁ ଥଣ୍ଡା ପବନ ଦେଶକୁ ପ୍ରବାହିତ ହେଉଥିବା ପରିପ୍ରେକ୍ଷୀରେ ଶୀତର ପ୍ରକୋପ ଦକ୍ଷିଣ ଭାରତରେ ବି ଅଧିକ ରହିବ।

୨୦୧୦ରୁ ୨୦୧୨ ଯାଏ ଦୁଇବର୍ଷ ଓଡ଼ିଶା ଉପରେ ଲା-ନିନା ଅଧିକ ଶକ୍ତିଶାଳୀ ଥିଲା। ୨୦୧୦ ଡିସେମ୍ବରରେ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରିକୁ ଖସିଆସିଥିଲା। ସେହିବର୍ଷ ଡିସେମ୍ବରରେ ବି ପ୍ରାୟ ୩୫ମିମି ବର୍ଷା ରେକର୍ଡ କରାଯାଇଥିଲା। ଚଳିତବର୍ଷ ଅକ୍ଟୋବରରେ ପ୍ରାୟ ୯୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି।

Leave A Reply

Your email address will not be published.