ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବିଜେଡି ପାଇଁ କିଏ ବିପଦ? ବିଜେପି ନା ଧର୍ମେନ୍ଦ୍ର

0

ଭୁବନେଶ୍ବର: ଓଡ଼ିଶାରେ କଂଗ୍ରେସ ବଢ଼ିବ ନା ଛିଡ଼ିବ? ବିଜେପି ରାଜ୍ୟ ସରକାରଙ୍କ ପାଇଁ ବିପଦ ହେବ କି? ବିଜେଡି ରାସ୍ତା ରୋକିବା କ୍ଷମତା କାହାର ଅଛି? ବିଜେଡି ବା କଂଗ୍ରେସ ଦଳର ଅସନ୍ତୁଷ୍ଟଙ୍କ ପାଇଁ କିଛି ବିକଳ୍ପ ଅଛି କି?

ଏମିତି ଅନେକ ପ୍ରଶ୍ନ ଉପରେ ଏବେ ରାଜ୍ୟ ରାଜନୀତିରେ ବିତର୍କ ଧୀରେ ଧୀରେ ମୁଣ୍ଡ ଟେକିବାରେ ଲାଗୁଛି। ଏଇଥିପାଇଁ ଯେ ନବୀନ ପଟ୍ଟନାୟକଙ୍କ ଶକ୍ତି ବିରୋଧରେ ଗୋଟିଏ କ୍ଷମତା କେନ୍ଦ୍ର ସୃଷ୍ଟି ହୋଇ ବିପଦ ସାଜିବା ଅବସ୍ଥାରେ ନାହାନ୍ତି। ଯେଉଁମାନେ ବିଜେଡିରେ ଅଣନିଶ୍ବାସୀ ହୋଇଗଲେଣି, ସେମାନଙ୍କ ପାଇଁ ମଧ୍ୟ କୌଣସି ବିକଳ୍ପ ରାସ୍ତା ଏଯାଏ ଖୋଲିପାରୁନାହିଁ। କଂଗ୍ରେସ କ୍ଷେତ୍ରରେ ବି ସମାନ ଦଶା ହୋଇଛି। ଏଭଳି ୧୦୦ ସରିକି ପୂର୍ବତନ ବିଧାୟକ, ମନ୍ତ୍ରୀ, ଯୁବ ନେତାଙ୍କର ଭାଗ୍ୟ ଭବିଷ୍ୟତ ଓଡ଼ିଶା ରାଜନୀତିରେ କଣ ହେବ, ତାହା କେହି ଅନୁମାନ ଲଗାଇ ପାରୁନାହାନ୍ତି।

ଗୋଟିଏ ସମୟରେ ଏମାନେ ବିଜେପିକୁ ମୁଖ୍ୟତଃ ସାମ୍ନାରେ ରଖି ଗୋଟିଚାଳନା କରୁଥିଲେ। କିନ୍ତୁ ଏବେ ଚିନ୍ତାରେ। ଯେଉଁମାନେ ତାଙ୍କୁ ବିଜେପିରେ ଭରସା ଦେଇଥିଲେ,ସେମାନେ ବଢୁନାହାନ୍ତି କି ରାସ୍ତା ଦେଖାଉନାହାନ୍ତି। ରାଜ୍ୟରେ ଆଉ ଗୋଟିଏ ଆଞ୍ଚଳିକ ଶକ୍ତି ମୁଣ୍ଡ ଟେକିବା ଅବସ୍ଥାରେ ନାହିଁ। ଏଭଳିସ୍ଥଳେ ଏସବୁ ନେତାମାନେ କିଭଳି ନିଜ ସମର୍ଥକଙ୍କୁ ସାଙ୍ଗରେ ରଖିବେ, ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନରେ ନିଜର ସ୍ଥିତି ଜାହିର କରିବେ, ତାହା ଏମାନଙ୍କୁ ବିଚଳିତ କରୁଛି।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ବିଜେଡି ଓଡ଼ିଶାରେ କାହାକୁ ଭୟ କରୁଛି। ବିଜେପି ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦୁଇ ଥର ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ଫୁସୁକାଇ ଦେଇଛନ୍ତି। ଚିଟ୍‌ଫଣ୍ଡ କେଳେଙ୍କାରୀ ଭଳି ଘଟଣାରେ ସିବିଆଇ ଅପରେସନ୍ ବି ନିଷ୍ପ୍ରଭ ହୋଇଛି। ଆଉ ଏ ଦିଗରେ ଯେତେ ଅଧିକ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ହେଲେ ବି ବିଜେପିକୁ ରାଜନୈତିକ ଫାଇଦା ମିଳିବା ସମ୍ଭାବନା କ୍ଷୀଣ। କେବଳ ସେତିକି ନୁହେଁ, ଓଡ଼ିଶାରେ ସିଧା ନରେନ୍ଦ୍ର ମୋଦୀଙ୍କର ପ୍ରଭାବ ଶତ ପ୍ରତିଶତ ଅନୁଭବ ହେବାର ନାହିଁ। କାରଣ ରାଜ୍ୟ ଶାସନରେ ଥିବା ବିଜେଡି ମାତ୍ରାଧିକ ସକ୍ରିୟତା ଏ କ୍ଷେତ୍ରରେ ବାରମ୍ବାର ରାସ୍ତା ଓଗାଳୁଛି ଏବଂ ଏହି ଧାରା ଜାରି ରହିବ।

ଗୋଟିଏ ମହଲ ମତ ରଖୁଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ପାଇଁ ହିଁ କେବଳ ବିପଦ। ତାଙ୍କ ବ୍ୟତୀତ ରାଜ୍ୟ ବିଜେପିର କୌଣସି ସତ୍ତା ସେମାନେ ଉପଲବ୍ଧି କରିପାରୁନାହାନ୍ତି। ଧର୍ମେନ୍ଦ୍ର ସକ୍ରିୟ ହେଲେ ବିଜେପି ସକ୍ରିୟ ହେଉଛି, ତାଙ୍କର ନିରବତ୍ତାରେ ଦଳ କୌଣସି ପ୍ରସଙ୍ଗରେ ଝଡ଼ ସୃଷ୍ଟିକରିପାରୁନାହିଁ।

ଏହି ମହଲର ଯୁକ୍ତି ପଛର ସବୁଠାରୁ ବଳିଷ୍ଠ କଥାଟି ହେଲା, ରାଜ୍ୟ ବିଜେପିକୁ ସକ୍ରିୟ କରିବା ଲାଗି ଯେଉଁ ନୂଆ ରକ୍ତ ଦିଆଯାଇଛି, ତାହା କେବଳ ଧର୍ମେନ୍ଦ୍ରଙ୍କର। ଏବେ ଦଳର ଅଧିକାଂଶ ବିଧାୟକ ତାଙ୍କ ମାର୍ଫତରେ ଆସିଛନ୍ତି, ଯେଉଁମାନେ ସକ୍ରିୟ ଅଛନ୍ତି ସେମାନଙ୍କ ପଛରେ ବି କେବଳ ଧର୍ମେନ୍ଦ୍ର। ଯାଜପୁରର ଗୌତ୍ତମ ରାୟ, ଅମର ନାୟକଙ୍କ ଠାରୁ ଆରମ୍ଭ କରି ମାହାଙ୍ଗାରେ ବୁଲୁ ପ୍ରଧାନ, ଭୁବନେଶ୍ବରରେ ବାବୁ ସିଂ ସମସ୍ତେ। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମଧ୍ୟ ବେଶୀ ଧର୍ମେନ୍ଦ୍ରଙ୍କର। ପୁରୁଣା ବିଜେପି ନେତା ମନମୋହନ ସାମଲଙ୍କ ଠାରୁ ସୁରମା ପାଢୀ, କେ ଭି ସିଂହଦେଓଙ୍କ ଠାରୁ ଆରମ୍ଭ କରି ଜୁଏଲ ଓରାମଙ୍କ ପର୍ଯ୍ୟନ୍ତ ସମସ୍ତେ ରାଜ୍ୟ ରାଜନୀତିରେ ନିଜ କାଟ୍‌ତି ହରାଇସାରିଲେଣି।

ଏଣୁ ଧର୍ମେନ୍ଦ୍ରଙ୍କ ଉପରେ ସମସ୍ତଙ୍କର ଆଖି ରହିବା ସ୍ବାଭାବିକ। କେବଳ ସେତିକି ନୁହେଁ, ସେ ହେଉଛନ୍ତି ଓଡ଼ିଶାର ଏକମାତ୍ର ନେତା ଯିଏ ବାହାର ରାଜ୍ୟରୁ ରାଜ୍ୟସଭା ଯିବାର କ୍ଷମତା ରଖିଛନ୍ତି, କେନ୍ଦ୍ରରେ ସବୁଠାରୁ ଦୀର୍ଘ ସମୟ ଧରି ପେଟ୍ରୋଲିୟମ୍ ମନ୍ତ୍ରୀ ଅଛନ୍ତି। ଜାତୀୟ ବିଜେପି ଯୁବ ମୋର୍ଚ୍ଚା ନେତୃତ୍ବ ଠାରୁ ଆରମ୍ଭ କରି ବିଧାନସଭା, ସଂସଦର ଦୁଇ ଅଧିବେଶନରେ ଅଭିଜ୍ଞତା, ବିଜେପିର ଶୀର୍ଷ କୋଟେରିରେ ନିଜର ସ୍ଥାନ ପକ୍କା କରିବା ଠାରୁ ଅନ୍ୟ ରାଜ୍ୟର ନିର୍ବାଚନ ପରିଚାଳନା ପର୍ଯ୍ୟନ୍ତ ଦକ୍ଷତା ରଖିଛନ୍ତି।

ଏଣୁ ବିଜେଡି ପାଇଁ ସେ ଯେ କୌଣସି ମୁହୂର୍ତରେ ବିପଦ ସାଜିପାରନ୍ତି। ହେଲେ ସମସ୍ତଙ୍କୁ ନେଇ ଆଗକୁ ଯିବା କ୍ଷେତ୍ରରେ ତାଙ୍କ ଲାଗି ଏବେ ଅସମ୍ଭବ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଅଧିକରୁ ଅଧିକ ବୁଦ୍ଧିଜୀବୀଙ୍କୁ ନିଜ ସହିତ ସାମିଲ କରିବା, ସରକାର ବିରୋଧରେ ନ କହିଲେ ବି ଦଳରେ ନିଜର ସକ୍ରିୟତା ବଜାୟ ରଖିବା, ସର୍ବୋପରି ନୂଆ କୋଟେରି ତିଆରି କରି ସେମାନଙ୍କ ମାଧ୍ୟମରେ ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିପାରିଲେ, ତାଙ୍କ ପ୍ରତି ଆସ୍ଥା ବଢ଼ିବ ଓ ସରକାର ବିରୋଧୀ ଗୋଟିଏ ବଡ ଗୋଷ୍ଠୀ ତାଙ୍କ ସହିତ ଦୀର୍ଘକାଳୀନ ରାଜନୀତି ପାଇଁ ସାମିଲ ହେବାର ସମ୍ଭାବନା ରହିଛି। ଧର୍ମେନ୍ଦ୍ର ଏକ ନୂଆ ରାଜନୈତିକ ଫର୍ମୁଲା ସହିତ ଆଗକୁ ବଢିବାର ସମୟ ଆସିଯାଇଛି ବୋଲି ଏହି ମହଲର ମତ।

ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କ ରାସ୍ତାରେ ଗୋଟିଏ ବଡ଼ ଶକ୍ତି ଭାବେ ଉଭା ହେବା ଲାଗି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏକଦା ଉଦ୍ୟମ କରିଥିଲେ। ଏବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ରାଜ୍ୟ ରାଜନୀତିରେ ପୃଥକ୍ ଭାବେ ସେମାନଙ୍କର ଅସ୍ତିତ୍ବ ରଖିବା ଲାଗି ଚେଷ୍ଟାରେ ଅଛନ୍ତି। କିନ୍ତୁ ସରକାରଙ୍କ ଉପରେ ବିପଦ ସାଜିବା ଭଳି ସ୍ଥିତି ଏମାନଙ୍କର ଆସିନାହିଁ। କାରଣ ଏମାନେ ନିର୍ଦିଷ୍ଟ କିଛି ବ୍ୟକ୍ତି ଓ ଗୋଟିଏ ଦୁଇଟି ଗୋଷ୍ଠୀ ଅଥବା ଅଳ୍ପ କିଛି ଅଞ୍ଚଳ ମଧ୍ୟରେ ନିଜକୁ ସୀମିତ ରଖିଛନ୍ତି। ଯେତେ ଗର୍ଜନ ତର୍ଜନ କରିଲେ ବି ସାଧାରଣ ଲୋକଙ୍କ ମନରେ ପଶିବା ଲାଗି ଯେଉଁ ବଳିଦାନର ଆବଶ୍ୟକ ରହିଛି, ସେଥିରେ ଯଥେଷ୍ଟ କମ୍ ଯୋଗଦାନ ଏସବୁ ନେତାଙ୍କର ଅଛି।

ଏବେ କେନ୍ଦ୍ର ବିଜେପି ନେତାଙ୍କ କଥା ଆଲୋଚନା କଲେ, ଗୋଟିଏ କଥା ସ୍ପଷ୍ଟ ଭାବେ କହିହେବ ଯେ ଧର୍ମେନ୍ଦ୍ରଙ୍କ ଛଡ଼ା ବର୍ତମାନ ପରିପ୍ରେକ୍ଷୀରେ ସେମାନଙ୍କ ନିକଟରେ କୌଣସି ବିକଳ୍ପ ନାହିଁ। ଏହି ମୁହଁ ସହିତ ସେମାନଙ୍କୁ ଆଗକୁ ବଢ଼ିବାକୁ ହେବ। ଧର୍ମେନ୍ଦ୍ରଙ୍କ ପ୍ରଭାବ କମାଇ ଯଦି କେନ୍ଦ୍ର ସରକାର ରାଜ୍ୟ ବିଜେଡି ସରକାର ବିରୋଧରେ କୌଣସି ବି ପଦକ୍ଷେପ ନେବାକୁ ଚାହାଁନ୍ତି, ତେବେ ଏହାର ଫାଇଦା ଅବଶ୍ୟ କଂଗ୍ରେସକୁ ଯିବ ଓ ସ୍ଥଳବିଶେଷରେ ରାଜ୍ୟରେ ନୂଆ ଶକ୍ତି କେନ୍ଦ୍ର ଗଢିଉଠିବା ବିଚିତ୍ର ନୁହେଁ। ଏଭଳି ଉଦାହରଣ ପୂର୍ବରୁ ଓଡ଼ିଶାରେ ରହିଛି ଓ ତୃତୀୟ ବିକଳ୍ପ ଶକ୍ତି ମୁଣ୍ଡ ଟେକି ବେଶ୍ କିଛି ସମୟ ରାଜ୍ୟ ରାଜନୀତିରେ ହଇଚଇ କରିଛନ୍ତି। ଆଉ ଫାଇଦା ସେ ସମୟରେ କଂଗ୍ରେସ ସପକ୍ଷରେ ହିଁ ଯାଇଥିଲା। ଏଣୁ ଏହାର ପୁନରାବୃତ୍ତି ଘଟିବା ବିଚିତ୍ର ନୁହେଁ।

ଏଠାରେ ପ୍ରକାଶଥାଉକି, ଗୋଟିଏ ପରିଚିତ ଓ ଗ୍ରହଣୀୟ ନେତୃତ୍ବ ସୃଷ୍ଟି ନ କରି ଯୁଦ୍ଧକୁ ଓହ୍ଲାଇବାର ପରିଣାମ କଣ ହୁଏ, ଏକଥା ବିଜେପି କେନ୍ଦ୍ରୀୟ ନେତୃତ୍ବ ବିହାର ନିର୍ବାଚନରେ ସାମ୍ନା କରୁଛନ୍ତି। ଓଡିଶାରେ କଣ ସେ ଭୁଲ ଦୋହରାଇବେ?

Leave A Reply

Your email address will not be published.