ପ୍ରମୁଖ ଖବର

କଟକ ମଧୁପାଟଣା ଥାନା ଲିଙ୍କରୋଡ୍‌ ରେ ପାର୍କିଂକୁ ନେଇ ଅଟୋ ଡ୍ରାଇଭରଙ୍କ ବେକ କାଟିଦେଲେ ୨ ଯୁବକ
ରାଉରକେଲାରେ ୨୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ
ଅନିବାର୍ଯ୍ୟ କାରଣ ଦର୍ଶାଇ PGT ପରୀକ୍ଷା ବାତିଲ୍
ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣାରେ ରାୟଗଡ଼ା ଡିଏଫଓ ନିଲମ୍ବିତ
ଅମୃତସର ବିମାନ ବନ୍ଦରରୁ ୧୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ
ଭୋପାଳରୁ ୧,୮୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ
ହବିଷ୍ୟାଳୀ ବ୍ରତ ପାଇଁ ଆଜିଠୁ ଅନଲାଇନ ପଞ୍ଜୀକରଣ ଆରମ୍ଭ
ଅରବିନ୍ଦ କେଜରିୱାଲ ବଡ ଘୋଷଣା : ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା

‘ଆରୋଗ୍ୟ ସେତୁ’ରେ କେଁ

0
  • ସୂଚନା ଆୟୋଗ ଅସନ୍ତୋଷ ଝାଡ଼ିଲେ, କାରଣ ଦର୍ଶାଅ ନୋଟିସ ଜାରି କଲେ
  • ଏହା ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର କରିବାରେ ସକ୍ଷମ କି ନାହିଁ ଯାଞ୍ଚ ପାଇଁ କହିଲେ
  • ପୂର୍ବରୁ ରାହୁଲ ଗାନ୍ଧୀ ଏହି ପ୍ରଶ୍ନ ଉଠାଇଥିଲେ, କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରିଥିଲେ
  • ବିବାଦ ପରେ ଡିଜିଟାଲ୍ କର୍ପୋରେସନ୍ ସିଇଓ ଅଭିଷେକଙ୍କ ସ୍ପଷ୍ଟୀକରଣ ଆସିଲା

ନୂଆଦିଲ୍ଲୀ: ଆରୋଗ୍ୟ ସେତୁ ଆପ୍‌ କିଏ ସୃଷ୍ଟି କରିଛି, ସେ ସଂପର୍କରେ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପାଖରେ କୌଣସି ତଥ୍ୟ ନାହିଁ। ଏକଥା ଏବେ ଜାତୀୟ ଗଣମାଧ୍ୟମରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ଖୋଦ୍ ସୂଚନା ଆଯୋଗଙ୍କୁ ଏହା ବିସ୍ମିତ କରିଛି। ଆୟୋଗ ଜାତୀୟ ସୂଚନା କେନ୍ଦ୍ରକୁ ଭର୍ତ୍ସନା କରିବା ସହିତ “ଡୋମେନ୍ ନାମ gov.in ସହିତ ୱେବସାଇଟ୍ https://aarogyasetu.gov.in କିପରି ସୃଷ୍ଟି ହୋଇଛି ସେ ସମ୍ବନ୍ଧରେ ଲିଖିତ ଭାବରେ ବ୍ୟାଖ୍ୟା କରିବାକୁ ସିପିଆଇଓ, ଏନଆଇସିକୁ କୁ ନିର୍ଦ୍ଦେଶ ଦେଇଛନ୍ତି।” କର୍ତ୍ତୃପକ୍ଷଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ସେ ନେଇ ବ୍ୟକ୍ତିଗତ ଭାବେ ହାଜର ପାଇଁ କହିଛନ୍ତି।

ସୌରଭ ଦାସ ନାମକ ଜଣେ ବ୍ୟକ୍ତି ଏ ସଂକ୍ରାନ୍ତରେ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ପ୍ରାର୍ଥନା କରିଥିଲେ ଯେ ଲକ୍‌ଡାଉନ ସମୟରେ ଆରୋଗ୍ୟ ସେତୁ ଲକ୍ଷ ଲକ୍ଷ ଲୋକ ଡାଉନଲୋଡ୍ କରିଥିଲେ। ଏପିରିକି ରେସ୍ତୋରାଁ ଠାରୁ ଆରମ୍ଭ କରି ବିମାନ ବନ୍ଦର, ଟ୍ରେନ ଯାତ୍ରା , କେନ୍ଦ୍ର ଗୃହ ମନ୍ତ୍ରାଳୟ ପର୍ଯ୍ୟନ୍ତ ସବୁଠାରେ ସମସ୍ତେ ଆରୋଗ୍ୟ ସେତୁ ଡାଉନଲୋଡ୍ କଥା କହିଥିଲେ। ହେଲେ ସେ ଜାଣିବାକୁ ପାଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏନ୍‌ଆଇସି, ନ୍ୟାସନାଲ ଇ-ଗଭର୍ଣ୍ଣାନ୍ସ ଡିଭିଜନ୍ ବା ଏନ୍‌ଜେଡି ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ମଧ୍ୟ ଜାଣିନାହାନ୍ତି, ଏହାକୁ କିଏ ତିଆରି କରିଛନ୍ତି। ଏପରିସ୍ଥଳେ ଏହାକୁ କିଭଳି ପ୍ରୟୋଗ ପାଇଁ କୁହାଗଲା?

ଆୟୋଗଙ୍କୁ ଏହି ପ୍ରଶ୍ନ ମଧ୍ୟ ବିଚଳିତ କରିଛି। ସେ ଭୀଷଣ ଅସନ୍ତୋଷ ପ୍ରକାଶ କରିବା ସହିତ ଏନ୍‌ଆଇସିର ମୁଖ୍ୟ ଜନସୂଚନା ଅଧିକାରୀଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଆୟୋଗ ଆହୁରି ଆଶଙ୍କା ବ୍ୟକ୍ତ କରିଛନ୍ତି କି କେବଳ ଆପ୍ ସୃଷ୍ଟି କିଏ କରିଛି, ତାହା ଜାଣିବା ପର୍ଯ୍ୟାପ୍ତ ନୁହେଁ। ବରଂ ଏହାକୁ ଡାଉନଲୋଡ୍ ପରେ ଏହା ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର କରିବାରେ ସକ୍ଷମ ହୋଇଛି କି ନାହିଁ ତାହା ବି ଯାଞ୍ଚ କରାଯିବା ଦରକାର। ଏଥିପାଇଁ କି ପ୍ରକାର ଅଡିଟ୍ ପଦକ୍ଷେପ ନିଆଯାଇଥିଲା ତାହା ମଧ୍ୟ ଜାଣିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି।

ଉଲ୍ଲେଖଥାଉକି, ଆରୋଗ୍ୟ ସେତୁ ଆପ୍ ଏବଂ ଏହାର ସୁରକ୍ଷା ଦିଗ ଉପରେ ପୂର୍ବରୁ ପ୍ରଶ୍ନ ଉଠିଛି। ଆଉ କେହି ନୁହେଁ, ଖୋଦ୍ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବରୁ ଏ ସଂପର୍କରେ ଆପତ୍ତି ଉଠାଇ କହିଥିଲେ ଯେ ଏହା ସରକାରୀ ତଥ୍ୟ ସୁରକ୍ଷା ଉଲ୍ଲଂଘନ କରିଛି। ଏହା ହେଉଛି ଏକ ଅତ୍ୟାଧୁନିକ ନିରୀକ୍ଷଣ ପ୍ରଣାଳୀ, ଯାହା ପ୍ରାଇଭେଟ୍ ଅପରେଟରଙ୍କ ଦ୍ବାରା ଆଉଟସୋର୍ସିଂ ଜରିଆରେ କରାଯାଇଛି। କୌଣସି ଆନୁଷ୍ଠାନିକ ତଦାରଖ ନ କରି ଏହାର ପ୍ରୟୋଗ କରାଯାଉଛି, ଯାହାଦ୍ବାରା ଡାଟା ସୁରକ୍ଷା ଏବଂ ଗୋପନୀୟତା ନେଇ ଚିନ୍ତା ବଢାଉଛି। ସେ ଆହୁରି କହିଥିଲେ ଯେ ଟେକ୍ନୋଲୋଜି ଆମକୁ ସୁରକ୍ଷିତ ରଖିବାରେ ନିଶ୍ଚିତ ସାହାଯ୍ୟ କରିବ, କିନ୍ତୁ ନାଗରିକଙ୍କ ସମ୍ମତି ବିନା ତାଙ୍କୁ ଟ୍ରାକ୍ କରିବାର ଭୟ ବି ସୃଷ୍ଟି ହେବ। ସେ ସମୟରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଆରୋଗ୍ୟ ସେତୁ କୌଣସି ବେସରକାରୀ ଅପରେଟରଙ୍କୁ ଆଉଟସୋର୍ସିଂରେ ଦିଆଯାଇନାହିଁ ବୋଲି କହିଥିଲେ।

ଏହି ବିବାଦ ସୃଷ୍ଟି ହେବା ପରେ ମାଇଁ ଗଭ ଓ ଡିଜିଟାଲ ଇଣ୍ଡିଆ କର୍ପୋରେସନ୍‌ ସିଇଓ ଅଭିଷେକ ସିଂହ ଗୋଟିଏ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ଯେ ଏହା ଘରୋଇ ସହଭାଗିତାରେ ଏନଆଇସି ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଏହି ଆରୋଗ୍ୟ ସେତୁ ପ୍ରସ୍ତୁତ କରିଛନ୍ତି। ଏଣୁ ଏହାକୁ ନେଇ କୌଣସି ଦ୍ବନ୍ଦ୍ବ ହେବା ଉଚିତ୍ ନୁହେଁ।

Leave A Reply

Your email address will not be published.