ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ପ୍ରଦୀପ ମାମଲା ଲୋକାୟୁକ୍ତଙ୍କୁ ଦେଲେ ନବୀନ

0
  • ଲୋକାୟୁକ୍ତ ଗଠନ ପରେ ଏହା ପ୍ରଥମ ମାମଲା ହେବ
  • ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳ ନୀତି

ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଲୋକାୟୁକ୍ତ କରିବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିର୍ଦେଶ ଦେଇଛନ୍ତି। ଏହି ମାମଲାକୁ ଲୋକାୟୁକ୍ତଙ୍କୁ ଦେବା ଲାଗି ଆଜି ସରକାରଙ୍କ ପକ୍ଷରୁ ସୁପାରିସ କରାଯାଇଛି।

ଲୋକାୟୁ୍କ୍ତ ଗଠନ ପରଠାରୁ କୌଣସି ବିଧାୟକ ସିଧାସଳଖ ତଦନ୍ତ ପରିସରଭୁକ୍ତ ହେବା ପ୍ରଥମ ଘଟଣା। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା କ୍ଷେତ୍ରରେ ଦେଶରେ ଚର୍ଚ୍ଚିତ ମୁଖ୍ୟମନ୍ତ୍ରୀ ଆଜି ଏହି କ୍ଷେତ୍ରରେ ମଧ୍ୟ ରେକର୍ଡ କରିଛନ୍ତି।

ଆଇଏଫ୍ଏସ୍ ପ୍ରଦୀପ ପାଠକ କେଳେଙ୍କାରୀ ଘଟଣାରେ ଭିଜିଲାନ୍ସ ଚଢଉ ବେଳେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ଦେଖାଯାଇଥିଲା ଯେ ସେ ମଧ୍ୟ ପାଠକଙ୍କ ସହିତ ମିଶି କେଳେଙ୍କାରୀରେ ଛନ୍ଦି ହୋଇ ରହିଛନ୍ତି। ଏହି ଘଟଣାରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର ମଧ୍ୟ କରିସାରିଛି। କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ ଓ ପ୍ରବର୍ତନ ନିର୍ଦେଶାଳୟ ଏହି ଘଟଣାରେ ତଦନ୍ତ କରୁଛନ୍ତି।

ନିଜର ଭାବି ଜ୍ବାଇଁ ତଥା ପାଠକଙ୍କ ପୁଅ ଆକାଶ ନିଜକୁ ଟାଟା ମୋଟର୍ସ ଏମ୍‌ଡି ବୋଲ କହି ନିରୀହ ଲୋକଙ୍କୁ ଠକିବା ସହିତ ବ୍ୟାପକ ଟଙ୍କା ହଡ଼ପ ଅଭିଯୋଗ ଉଠିଛି। ଏ ବାବଦରେ ଲକ୍ଷ ଲକ୍ଷ ଟଙ୍କା ସ୍ଥାନୀୟ କିଛି ବ୍ୟକ୍ତିଙ୍କ ଆକାଉଣ୍ଟରୁ ପ୍ରଦୀପଙ୍କ ଆକାଉଣ୍ଟକୁ ଓ ପରେ ଆକାଶ ଆକାଉଣ୍ଟ ଯାଇଥିବା ପରିପ୍ରେକ୍ଷୀରେ ଇଡି ଏହାର ତଦନ୍ତ କରୁଛନ୍ତି। ମନି ଲଣ୍ଡରିଂ ଅଭିଯୋଗରେ ଏହି ତଦନ୍ତ ଚାଲିଛି। ସେପଟେ ଟାଟା ମୋଟର୍ସ କେଳେଙ୍କାରୀ ଆକାଶ ଛନ୍ଦି ହୋଇପଡ଼ିଛନ୍ତି। କ୍ରାଇମବ୍ରାଞ୍ଚ ଏହି ମାମଲାରେ ତନାଘନା କରୁଛି।

ଏହି ଘଟଣା କି ମୋଡ ନେବ ସେ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କର ଆଜିର ପଦକ୍ଷେପ ସବୁ ମହଲକୁ ଆଚମ୍ବିତ କରିଛି। ଲୋକାୟୁକ୍ତ ଏବେ ଏହି ମାମଲାକୁ କିଭଳି ଢଙ୍ଗରେ ଆଗକୁ ନେଉଛନ୍ତି, ସର୍ବୋପରି କି ରାୟ ଆସୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିବ।

Leave A Reply

Your email address will not be published.