ପ୍ରମୁଖ ଖବର

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଶିମିଳିପାଳରକୁ ଆସିଲା ମହାରାଷ୍ଟ୍ରରୁ ମହାବଳ
୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି
ପୋଲିସ ପିନ୍ଧିବେ ବଡି କ୍ୟାମେରା
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ବଡ ଘୋଷଣା,୬ ମାସ ଭିତରେ ମିଳିବ ୨୦ ଲକ୍ଷ ଲୋକଙ୍କୁ ଘର
ବୃନ୍ଦାବତୀ ନିବାସରେ ରହୁଥିବା ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସରେ ମୃତ୍ୟୁ
ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିରେ ବୈଜୟନ୍ତ

ବିଜେଡିର ଖୋର୍ଧା ଗଡ଼ ଦୁର୍ବଳ ହେଉଛି!

0
  • ଏକା ଅପରାଜିତା ବିପଦ ସୃଷ୍ଟି କଲେଣି
  • ଘେରିପାରୁନାହାନ୍ତି ବିଜେଡି ବିଧାୟକ, ମନ୍ତ୍ରୀ

ଭୁବନେଶ୍ବର: କାହାକୁ ସାମ୍ନାରେ ରଖି ଆଗକୁ ଖୋର୍ଧା ଜିଲ୍ଲାରେ ଲଢ଼ିବ ବିଜେଡି? ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମୁକାବିଲା କରିବା ଭଳି ନେତା କିଏ? ଦଳ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ନେଇ ଆଗକୁ ବଢିବ ନା ତାଙ୍କୁ ପୁରୀ ପଠାଇବାର ଯୋଜନା ରଖିଛି? ଅରୁପଙ୍କୁ ପିପିଲି ବିଧାନସଭାରେ ଦଳ ପ୍ରାର୍ଥୀ କରିବନି ତ?

ଖୋର୍ଧା ଜିଲ୍ଲା ରାଜନୀତିକୁ ନେଇ ତର୍ଜମା କରିବା ବେଳେ ଏମିତି କିଛି ପ୍ରଶ୍ନ ଏବେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ଆନ୍ଦୋଳିତ କରୁଛି। ଆଗକୁ ଯେବେ ମହାନଗର ନିର୍ବାଚନ ହେବ, ସେବେ ଅପରାଜିତା ବିଜେଡିକୁ ଅକଳରେ ପକାଇବା ଅସମ୍ଭବ ନୁହେଁ ବୋଲି ଏହି ମହଲ ପୂର୍ବାନୁମାନ କରୁଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରଠାରୁ ଖୋର୍ଧା ଜିଲ୍ଲାରେ ବିଜେଡିର ଦବଦବା ରହି ଆସିଥିଲା। ବିଜେପି ବିଧାୟକମାନେ ମଧ୍ୟ ମେଣ୍ଟ ସରକାରରେ ଜିତୁଥିଲେ। ଖୋଦ୍ ବିଶ୍ବଭୂଷଣ ହରିଚନ୍ଦନ ଏଠାରୁ ଜିତି ମନ୍ତ୍ରୀ ହୋଇଛନ୍ତି। ହେଲେ ସୀମା ପୁନଃ ନିର୍ଧାରଣ ଏବଂ ମେଣ୍ଟ ଭାଙ୍ଗିବା ପରେ ସବୁ ଗଣିତ ବିଜେପିର ଏଠାରେ ଗୋଳମାଳ ହୋଇଯାଇଛିଯ ଦୀର୍ଘ ୧୦ବର୍ଷ ଧରି ବିଜେପି ଏଠାରେ ବେଶୀ କିଛି ପାରଦର୍ଶିତା ଦେଖାଇ ପାରିନାହିଁ। ଏପରିକି ଶ୍ରୀ ହରିଚନ୍ଦନ ଏଠାରେ ଅମାନତ ହରାଇଛନ୍ତି।

୨୦୧୯ ନିର୍ବାଚନରେ କିନ୍ତୁ ଯେଉଁ ବଡ଼ ଘଟଣାଟି ଘଟିଲା, ତାହା ହେଲା, ଭୁବନେଶ୍ବର ଲୋକସଭା ଆସନ ବିଜେପି ଖାତାକୁ ଗଲା। ଏହି ସଂସଦୀୟ କ୍ଷେତ୍ର ଅଧୀନସ୍ଥ ୬ଟି ଆସନ ବିଜେଡି ସହିତ ଓ ଗୋଟିକରେ (ଜଟଣୀ) କଂଗ୍ରେସ ପ୍ରାର୍ଥୀ ଜିତିଥିଲେ ବି ଅପରାଜିତା ଏଠାରେ ଶାସକ ବିଜେଡି ଦଳକୁ ମାତ୍ ଦେଲେ। ଏହି ବିଜୟ ଯେତେବଡ଼ ଝଟକା ଦେଇନାହିଁ, ସଂପ୍ରତି ଅପରାଜିତା ସଂସଦୀୟ କ୍ଷେତ୍ରରେ ଯେଭଳି କାର୍ଯ୍ୟକ୍ରମ ଚଳାଇଛନ୍ତି, ତାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କିଛି ରାଜନୈତିକ ନେତା ତାଙ୍କ କାର୍ଯ୍ୟକ୍ରମ ବା ପଦକ୍ଷେପ ଈର୍ଷଣୀୟ ବୋଲି କହୁଛନ୍ତି।

ଗତ ଦେଢବର୍ଷ ହେଲାଣି ବିଜେଡି ରାଜନୈତିକସ୍ତରରେ ଅପରାଜିତାଙ୍କୁ ଅଟକାଇ ପାରିନାହିଁ। କୋଭିଡ୍ ନିୟମ ଉଲ୍ଲଂଘନ କ୍ଷେତ୍ରରେ ଭୁବନେଶ୍ବର ମହାନଗର ନିଗମ ଅପରାଜିତାଙ୍କୁ ନୋଟିସ୍ ଦେବା, ତାଙ୍କ କାର୍ଯ୍ୟାଳୟ ବନ୍ଦ କରିବା ଭଳି ହଲାପଟା କରିଥିଲେ ହେଁ, ଦଳର ସ୍ଥାନୀୟ ନେତା ଏହାକୁ ଆଗକୁ ଯାଇପାରିନଥିଲେ। ପରିଣାମ ହେଲା, ନିର୍ଧାରିତ ସମୟ ପୂର୍ବରୁ ବିଏମ୍‌ସି ଅପରାଜିତାଙ୍କ କାର୍ଯ୍ୟାଳୟ ଖୋଲିବାକୁ ବାଧ୍ୟ ହୋଇଥିଲା।

ଭୁବନେଶ୍ବରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବର୍ତମାନ ସମୟରେ ସାଂସଦଙ୍କୁ ଅଟକାଇବା ସ୍ଥିତିରେ ନାହାନ୍ତି। ତାଙ୍କ ପାଖରେ ବଡ଼ ବିଭାଗ ନାହିଁ ବୋଲି ଗୋଟିଏ ଯୁକ୍ତି କରାଯାଇପାରେ। ହେଲେ ତାଙ୍କ କାର୍ଯ୍ୟ ଶୈଳୀ ଅପରାଜିତାଙ୍କ ଗତିରୋଧ କରିବା ଭଳି ନୁହେଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ରଖୁଛନ୍ତି। ଅପରାଜିତା କମିସନର ଥିବା ବେଳେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମେୟର ଥିଲେ। ଏମାନଙ୍କ ମଧ୍ୟରେ ବୁଝାମଣା ସେ ସମୟରେ ବେଶ୍ ଚର୍ଚ୍ଚାରେ ଥିଲା। ଅନନ୍ତ ରାଜନୈତିକ ଦୃଷ୍ଟିକୋଣରୁ ଜଣେ ଉଚ୍ଚମାନର ନେତା ନୁହଁନ୍ତି। ଦ୍ବିତୀୟତଃ ଯିଏ ଅପରାଜିତାଙ୍କ ପ୍ରଶଂସକ ସେ ଅନନ୍ତଙ୍କ ସହିତ ଥିଲେ। ଏବେ କିଛି ନେତାଙ୍କର ସଂପର୍କ ଅପରାଜିତାଙ୍କ ସହିତ ରହିଛନ୍ତି ଓ କେବଳ ଲୋକ ଦେଖାଣିଆ ଭାବେ ବିଜେଡି ପାଇଁ କାମ କରୁଛନ୍ତି ବୋଲି ଦାବି କରୁଛନ୍ତି।

ସେହିଭଳି ଜୟଦେବ ଆସନରୁ ଅରବିନ୍ଦ ଢାଲି କିମ୍ବା ଖୋର୍ଧାରେ ଜିତୁ ମିତ୍ର ଅଥବା ବେଗୁନିଆ ବୋଲଗଡରେ ରାଜେନ୍ଦ୍ର ସାହୁ ଅପରାଜିତାଙ୍କ ପାରଦର୍ଶିତାକୁ ରୋକିବା ସ୍ଥିତିରେ ନାହାନ୍ତି। ଉତ୍ତର ବିଧାୟକ ସୁଶାନ୍ତ ରାଉତ ନବାଗତ। ରାଜନୈତିକ ଗୋଟି ଚାଳନା ବା ଦୂରଦୃଷ୍ଟି ଅଭାବ କାରଣରୁ ଏଠାରେ ବିଜେଡି ଏବେ ପଛରେ ପଡିଛି। କୌଣସି ରାଜନୈତିକ କାର୍ଯ୍ୟକ୍ରମ ବି ଦେଖିବାକୁ ମିଳୁନାହିଁ।

ସବୁଠାରୁ ବଡ କଥା ହେଲା, ଭୁବନେଶ୍ବରରେ ଥିବା ୪୨୫ରୁ ଅଧିକ ବସ୍ତି ଭୋଟ ଏବେ ବିଭାଜନ ମୁହାଁ। ଏହା ଲକ୍ଷ୍ୟ କରାଗଲାଣି। ସମସ୍ତଙ୍କ ଅଲକ୍ଷ୍ୟରେ ଏଠାରେ ବିଜେପି, ବିଶେଷକରି ସାଂସଦ ଭାଗ ବସାଇବା ଆରମ୍ଭ କରିଛନ୍ତି। ସରକାରଙ୍କ ପକ୍ଷରୁ କେବଳ ଯୋଜନା ଏବେ ଏହି ଭୋଟ୍ ବ୍ୟାଙ୍କକୁ ଅଟକାଇପାରିବନି, ଏମିତି ଗୋଟିଏ ଚିତ୍ର ସାମ୍ନାକୁ ଆସୁଛି। ତା ଠାରୁ ଅଧିକ ଚିନ୍ତାର ବିଷୟ ହେଲା, ସରକାରୀ ଭୋଟ ଆଉ ବିଜେଡି ସହିତ ଯାଉନାହିଁ। ଗତ କିଛି ଦିନ ଭିତରେ ଯେତେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସୁଛି, ସେଥିରେ ଏ ଚିତ୍ରଟି ସ୍ପଷ୍ଟ ଦେଖାଗଲାଣି। ଭୁବନେଶ୍ବରରେ ଏହା ଟିକେ ଅଧିକ ଗାଢ଼ ରହିଛି। ଏସବୁ କାରଣରୁ ବିଜେଡିର ଭୁବନେଶ୍ବର ବା ଖୋର୍ଧା ଗଡ଼ ଏବେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି।

ଏପରିସ୍ଥଳେ ଦଳ ଯଦି ବେଳ ଥାଉ ଥାଉ ଜଣେ ଦକ୍ଷ ସଂଗଠକଙ୍କୁ ଆଗକୁ ନ ଆଣେ, ତେବେ ନିର୍ବାଚନ ବେଳେ ମୋର୍ଚ୍ଚା ଗଠନ କରି ଭୋଟ ରୋକିବା ସମ୍ଭବତଃ ମହଙ୍ଗା ପଡ଼ିପାରେ।

Leave A Reply

Your email address will not be published.