ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଆଇପିଏସ୍‌ ଅଦଳବଦଳ, କିଏ କେଉଁଠିକୁ ଯିବେ

0
  • ଏସ୍‌ପି, ଡିଆଇଜି, ଆଇଜି, ଏଡିଜିସ୍ତରରେ ହେବ ବ୍ୟାପକ ପରିବର୍ତ୍ତନ
  • ନୁଆ ଟିମ୍ ପାଇଁ ଅଭୟଙ୍କ ତାଲିକା ପ୍ରସ୍ତୁତ, ନବୀନଙ୍କ ମୋହର ପରେ ବିଜ୍ଞପ୍ତି

ଭୁବନେଶ୍ବର: ଆଇପିଏସ୍ ଅଫିସର ଆଶିଷ ସିଂହ ଅବକାରୀ କମିସନର ନିଯୁକ୍ତି ହେବା ପରେ କା’ରେ ଚାଲିଛି କେନ୍ଦ୍ରାଞ୍ଚଳ ରେଂଜ। ଏସ୍‌ଟିଏଫ୍ ମୁଖ୍ୟ ଜୟ ନାରାୟଣ ପଙ୍କଜଙ୍କୁ ସରକାର ଅତିରିକ୍ତ ଭାବେ ଏହି ରେଂଜ ବୁଝିବା ଲାଗି ଦାୟିତ୍ବ ଦେଇଛନ୍ତି।

ପଶ୍ଚିମାଞ୍ଚଳ ରେଂଜ ଆଇଜି କବିତା ଜଲାନ୍ କେନ୍ଦ୍ରୀୟ ଡେପୁଟେସନ୍‌ ଯିବା ପରେ ଏହି ପଦବି ସ୍ଥିତି ବି ସମାନ। ଉତ୍ତର-କେନ୍ଦ୍ରାଞ୍ଚଳ ରେଂଜ ଡିଆଇଜି ଡାକ୍ତର ସାର୍ଥକ ଷଡ଼ଙ୍ଗୀ ଅତିରିକ୍ତ ଭାବେ କବିତାଙ୍କୁ ଦିଆଯାଇଥିବା ଦାୟିତ୍ବ ତୁଲାଉଛନ୍ତି।

କେବଳ ସେତିକି ନୁହେଁ, ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପୁଲିସ କମିସନରଙ୍କୁ ଏଡିଜି ନିଯୁକ୍ତି ପରେ କ୍ରାଇମବ୍ରାଞ୍ଚ ମୁଖିଆ ପଦବି ମଧ୍ୟ ଖାଲି। ଆଇନଶୃଙ୍ଖଳା ଦାୟିତ୍ବରେ ଥିବା ଏଡିଜି ଯଶବନ୍ତ ଜେଠଓ୍ବା ନିଜ ଦାୟିତ୍ବ ସହିତ କ୍ରାଇମବ୍ରାଞ୍ଚ କଥା ବି ବୁଝାସୁଝା କରୁଛନ୍ତି।

ଏମିତି ଏକାଧିକ ପଦବି ଖାଲିଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଇପିଏସ୍‌ ଅଫିସରସ୍ତରରେ ଏକ ବଡ ଧରଣର ଅଦଳବଦଳ କରିବା ଲାଗି ନିଷ୍ପତ୍ତି ଚୂଡାନ୍ତ କରିଛନ୍ତି। ଅଦଳବଦଳ ପଛର ଅନ୍ୟ କାରଣଟି ହେଲା, କୌଣସି ନା କୌଣସି କାରଣରୁ ପୁଲିସର ଭୂମିକା କିଛି କ୍ଷେତ୍ରରେ ବିବାଦୀୟ ହୋଇପଡ଼ିଛି। ଏମିତି ଯେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟ ବିଭାଗ ଯେତିକି ଚିନ୍ତାରେ ପକାଉନାହାନ୍ତି, ଏହି ବିଭାଗର କିଛି କାର୍ଯ୍ୟ ବିରୋଧୀଙ୍କ ହାତରେ ସେତିକି ପ୍ରସଙ୍ଗ ଗୋଟେଇ ଆଣି ଦେଉଛି।

ଏଇ ଯେମିତି ନିକଟରେ ବାଲେଶ୍ବର ଜିଲ୍ଲାରେ କିଛି ଅପରାଧୀ ଥାନା ଭିତରେ ପଶି ମରଣାନ୍ତକ ଆକ୍ରମଣ କଲେ। କୌଣସି ଜଣେ ବି ବରିଷ୍ଠ ଅଧିକାରୀ ସେ ଥାନାକୁ ଗଲେ ନାହିଁ କି ଆଇନଶୃଙ୍ଖଳା ପ୍ରତି ଲୋକଙ୍କର ବିଶ୍ବାସ ଫେରାଇ ଆଣିବା ଲାଗି ଉଦ୍ୟମ କଲେନାହିଁ। ଯାଜପୁର ଜିଲ୍ଲାରେ କେବେ ପୁଲିସ ନାଗିନ୍ ନାଚ ନାଚିଲେଣି ତ ଆଉ କେବେ ପିହୁ ଭଳି ମାମଲାରେ ଅପରାଧୀ ଧରିବା ଦିଗରେ ଯେତିିକି ତନାଘନା ହେବା କଥା ତାହା ଦେଖାଗଲା ନାହିଁ। ଜିଲ୍ଲା ଏସ୍‌ପି ତାଙ୍କ ଟିମ୍‌ ଉପରେ ଯେଭଳି ପ୍ରଭାବ ରଖିବା କଥା ତାହା ମଧ୍ୟ ପରିଦୃଷ୍ଟ ହେଲା ନାହିଁ। ହାଇଦର ଫେରାର ଘଟଣାରେ ସମ୍ବଲପୁର ପୁଲିସର ଭୂମିକା ଆଦୌ ବିବାଦ ମୁକ୍ତ ନୁହେଁ। ସେହିପରି ଜେଲ୍ ବିଭାଗର କାର୍ଯ୍ୟ ମଧ୍ୟ ଏବେ ସରକାରଙ୍କ ଲେନ୍‌ସରେ।

ଅନ୍ୟପକ୍ଷରେ ଗତ କିଛି ଦିନ ମଧ୍ୟରେ ଅନେକ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ଭିଜିଲାନ୍ସ ମୁଖିଆ ଭାବେ ସାଢେ ତିନିବର୍ଷ କାଟି ସାରିଲେଣି ଦେବାଶିଷ ପାଣିଗ୍ରାହୀ। ସରକାର ତାଙ୍କୁ ଅନ୍ୟ କୌଣସି ଗୁରୁ ଦାୟିତ୍ବ ଦେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଦକ୍ଷିଣାଞ୍ଚଳ ରେଂଜ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ସରକାର କେନ୍ଦ୍ରାଞ୍ଚଳକୁ ଆଣିବା ସମ୍ଭାବନା ଅଧିକ। ସେହିଭଳି କେନ୍ଦ୍ରୀୟ ଡେପୁଟେସନରୁ ଫେରୁଥିବା ଡାକ୍ତର ଦୀପକ କୁମାର ଦକ୍ଷିଣାଞ୍ଚଳ ରେଂଜ ଡିଆଇଜି ହୋଇପାରନ୍ତି। ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କୁ ସରକାର ବାଲେଶ୍ବରରୁ ପରିବର୍ତ୍ତନ କରିପାରନ୍ତି। ଏସବୁକୁ ବିଚାରକୁ ନେଲେ ଗୋଟିଏ ବଡ଼ ଧରଣର ଅଦଳବଦଳ ଖୁବ୍ ଶୀଘ୍ର ଦେଖିବାକୁ ମିଳିପାରେ।

ଗୋଟିଏ ମହଲ ମତ ରଖୁଛନ୍ତି ଯେ ବର୍ତ୍ତମାନ ପୁଲିସ ଭାବମୂୁର୍ତି ସଙ୍କଟ ଭିତରକୁ ଠେଲି ହୋଇଯାଉଥିବା ପରିପ୍ରେକ୍ଷୀରେ କିଛି ଲୋକପ୍ରିୟ ଅଫିସର ସାମ୍ନାକୁ ଆସିବାର ଆବଶ୍ୟକତା ଅଛି। ଯେଉଁମାନଙ୍କ ସଂପର୍କରେ ସାଧାରଣରେ ବହୁତ ଭଲ ଧାରଣା ରହିଛି। ସେମାନେ ବିଭିନ୍ନ ମୁଖ୍ୟ ​ଓ୍ବିଙ୍ଗ୍‌ ଦାୟିତ୍ବରେ ରହିଲେ, ସାଧାରଣ ଲୋକଙ୍କ ଅଭିଯୋଗର ପ୍ରତ୍ୟେକ୍ଷ ଶୁଣାଣି ହୋଇପାରିବ ଏବଂ ଏହା ସହିତ ସରକାରଙ୍କ ଭାବମୂର୍ତ୍ତିର ସୁରକ୍ଷିତ ହେବ।

ଅନ୍ୟ ଗୋଟିଏ ମହଲର ମତ ହେଉଛି, ରାଜ୍ୟ ସରକାର ବଚ୍ଛା ବଚ୍ଛା ଅଫିସରଙ୍କୁ ସାମ୍ନାକୁ ଆଣିବା ସହିତ ପୁରୀ ପାଇଁ ତୁରନ୍ତ ଏକ ସ୍ବତନ୍ତ୍ର ରେଂଜ ଭାବେ ଘୋଷଣା କରି ସେଠାରେ ଡିଆଇଜି ଅବସ୍ଥାପିତ କରିବା ସମୟ ଆସିଯାଇଛି। ଏହା ରଥଯାତ୍ରା ଠାରୁ ଆରମ୍ଭକରି ବର୍ତ୍ତମାନର କୋଭିଡ୍ କ୍ଷେତ୍ରରେ ବଡ଼ ସହାୟକ ହୋଇପାରିବ।

ଦ୍ବିତୀୟତଃ, ରାଜ୍ୟରେ ବନ୍ୟପ୍ରାଣୀ ବିଭାଗରେ ଶିକାରୀଙ୍କ ଉତ୍ପାତ ବଢୁଥିବା କାରଣରୁ ସରକାର ବଦନାମ ହେଉଛନ୍ତି। ଜଙ୍ଗଲ ବିଭାଗ ଅଧିକାରୀ ଏମାନଙ୍କୁ ମୁକାବିଲା କରିବା ଲାଗି ଶତ ପ୍ରତିଶତ ସକ୍ଷମ ନୁହେଁ। ଦ୍ବିତୀୟତଃ ପୁଲିସ ଉପରେ ଜଙ୍ଗଲ ବିଭାଗର କର୍ତ୍ତୃତ୍ବ ନାହିଁ। ଏଣୁ ସରକାର ପିସିସିଏଫ୍‌ଙ୍କ ଅଧୀନରେ ଜଣେ ଆଇଜି ଏବଂ ଜଣେ ଏସ୍‌ପିଙ୍କୁ ନେଇ ଗୋଟିଏ ସ୍ବତନ୍ତ୍ର ଓ୍ବିଙ୍ଗ୍ ଗଠନ କଲେ ତାହା ବେଶ୍ ପ୍ରଭାବୀ ହୋଇପାରନ୍ତା ଓ ଏହି ସ୍ବତନ୍ତ୍ର ଓ୍ବିଙ୍ଗ୍ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ବଡ଼ ଭୂମିକା ନିର୍ବାହ କରିପାରନ୍ତେ। ଅନ୍ୟ ରାଜ୍ୟରେ ଏହାର ଉଦାହରଣ ରହିଛି। ଏପିରିକି ଓ୍ବାଇଲ୍ଡ ଲାଇଫ୍ କଣ୍ଟ୍ରୋଲ ବୋର୍ଡରେ ବି ପୁଲିସ ମୁଖିଆ ଭାବେ କାର୍ଯ୍ୟ କରନ୍ତି।

ତେବେ ସବୁଠାରୁ ବଡ଼ କଥା ହେଲା, ରେଂଜରେ ଅପେକ୍ଷାକୃତ ଦକ୍ଷ ନିଯୁକ୍ତି ଦିଆଯିବା ସହିତ ଆଇନଶୃଙ୍ଖଳା, ଭିଜିଲାନ୍ସ,, ଗୁଇନ୍ଦା ଓ ଅପରେସନ୍‌କୁ ଆହୁରି ଅଧିକ ସଶକ୍ତ କରିବାର ଆବଶ୍ୟକତା ରହିଛି। ପାଖାପାଖି ୭ଟି ଜିଲ୍ଲାର ଏସ୍‌ପି ବିଭିନ୍ନ କାରଣରୁ ବିତର୍କ ବଳୟ ଭିତରେ ଥିବାରୁ ସରକାର ବଦଳି କରିବା ଉଚିତ୍ ବୋଲି ମଧ୍ୟ ମତପ୍ରକାଶ ପାଉଛି।

ବିଶେଷକରି ଏଡିଜି ହେଡକ୍ବାଟର୍ସ ଦାୟିତ୍ବରେ ଏବଂ ଆଇଜି ଅମିତାଭ ଠାକୁର, ଯତୀନ୍ଦ୍ର କୋଏଲ୍‌, ଅସିତ କୁମାର ପାଣିଗ୍ରାହୀ, ଘନଶ୍ୟାମ ଉପାଧ୍ୟାୟ, ଏସ୍‌ ପ୍ରବୀଣ କୁମାରଙ୍କ ଭଳି ଅଫିସରମାନଙ୍କୁ ବିଭିନ୍ନ ଓ୍ବିଙ୍ଗ୍‌ର ସାମ୍ନାରେ ରଖି ଅପରେସନ୍ କରିବା ଆବଶ୍ୟକ ହୋଇପଡିଛି। ଏହାଦ୍ବାରା ପରିଚାଳନା ବ୍ୟବସ୍ଥା ଅଧିକ ସଶକ୍ତ ହେବ ଓ ଏସ୍‌ପିମାନଙ୍କ ଉପରେ ଅଧିକ ଚାପ ରହିବ।

ଏଠାରେ ଉଲ୍ଲେଖଥାଉକି, ପୁଲିସ ମହାନିର୍ଦେଶକ ଅଭୟ ବଦଳିବାର କୌଣସି ସମ୍ଭାବନା ନାହିଁ। ସେ ଚଳିତବର୍ଷ ଡିସେମ୍ବର ପର୍ଯ୍ୟନ୍ତ ନିଜ ଦାୟିତ୍ବ ନିର୍ବାହ କରିବେ।

Leave A Reply

Your email address will not be published.