ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବଙ୍ଗୋପସାଗରରେ ଆସୁଛି ବାତ୍ୟା!

0

ବିପଦମୁକ୍ତ ନୁହେଁ ଓଡ଼ିଶା, ବାତ୍ୟା ହେଲେ ତାର ନାମ ୟାସ୍ ରଖାଯିବ

ଭୁବନେଶ୍ବର: ଆରବ ସାଗରରେ ଭୀଷଣ ବାତ୍ୟା ତାଉତେ ଏଭଳି ପ୍ରଳୟ ରଚନା କରିଛି ଯେ ପାଞ୍ଚଟି ରାଜ୍ୟରେ ତାର ସାଂଘାତିକ ପ୍ରଭାବ ପଡ଼ିଛି। ୧୮ ଜଣଙ୍କର ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଉଛି। ଏପଟେ ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ଦାନା ବାନ୍ଧିଲେଣି। ଭାରତର ପାଣିପାଗ ବିଜ୍ଞାନୀମାନେ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି।

କେନ୍ଦ୍ର ସରକାରଙ୍କ ଭୂ ବିଜ୍ଞାନ ମନ୍ତ୍ରାଳୟର ସଚିବ ରାଜୀବ ମାଧବନ୍ ଏ ସଂକ୍ରାନ୍ତରେ ନିଜ ଟ୍ବିଟ୍‌ରେ ଆଭାସ ଦେଇଛନ୍ତି। ସେ କହିଛନ୍ତି, ୨୩ ତାରିଖରେ ବଙ୍ଗୋପସାଗରରେ ଏକ କ୍ଷେତ୍ର ସୃଷ୍ଟି ହେଉଛି। ଏପଟେ ପାଣିପାଗ ବିଜ୍ଞାନୀମାନେ ଆକଳନ କରୁଛନ୍ତି, ଏହା ବାତ୍ୟା ରୂପ ନେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଏପରିକି ଓଡ଼ିଶା ବିପଦ ମୁକ୍ତ ନୁହେଁ।

ବିିଶିଷ୍ଟ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ୨୪ ତାରିଖ ବେଳକୁ ଏହି ଘୁର୍ଣ୍ଣିବଳୟ ଲଘୁଚାପ ରୂପ ନେବ। ୨୭ ତାରିଖ ବେଳକୁ ଏହା ବାତ୍ୟା ରୂପ ନେଇପାରେ। ୨୮ କିମ୍ବା ୨୯ ତାରିଖ ବେଳକୁ ଏହା ସ୍ଥଳ ଭାଗ ଛୁଇଁବ। କିନ୍ତୁ ଏହି ବାତ୍ୟା କେଉଁଆଡେ ଯିବ, କେଉଁଠି ସ୍ଥଳଭାଗ ଛୁଇଁବ, ସେ ନେଇ ଏବେଠାରୁ ଠୋସ୍ ଭାବେ କିଛି କହିହେବନାହିଁ। ପୂର୍ବରୁ ଡ. ପଶୁପାଳକ ଏହି ଘୂର୍ଣ୍ଣିବଳୟ ଅବପାତ ରୂପ ନେବ ବୋଲି କହିସାରିଥିଲେ।

ଡ. ପଶୁପାଳକଙ୍କ ଆକଳନ କହୁଛି ଯେ ଏହି କ୍ଷେତ୍ରଟି ଏକ ବିଶାଳ ରୂପ ଧାରଣ କରିବା ସହିତ ଅଧିକରୁ ଅଧକ ବଳ ଗୋଟାଇ ଆଗକୁ ବଢ଼ୁଛି। ବର୍ତ୍ତମାନ ଯାହା ଚିତ୍ର ଅଛି ଏହା ଆଣ୍ଡାମାନ ପାଖାପାଖି ଅଞ୍ଚଳରେ ରହି ବାଙ୍ଗଳାଦେଶ, ମିଆଁମାର, ଥାଇଲାଣ୍ଡ ଆଡ଼କୁ ଚାହୁଁଛି। ଏସବୁ ଅଞ୍ଚଳ​ରେ ଭୀଷଣରୁ ଅତି ଭୀଷଣ ବର୍ଷା ହେବ। ଏହି କ୍ଷେତ୍ରଟି ଲଘୁଚାପ ରୂପ ନେବା ପରେ ଓଡ଼ିଶା ଆଡକୁ ବଢ଼ିବ କି ବାଲାଂଦେଶ ଆଡେ ଚାଲିଯିବ, ସେକଥା ଜଣାପଡ଼ିବ। ଏକଥା ସତ ଯେ ସଂପ୍ରତି ବାତ୍ୟା ପାଇଁ ପାଗ ବେଶ୍ ଅନୁକୂଳ ରହିଛି। ୨୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଭୀଷଣ ତାତି ରହିବ, ଯାହା ଏହି କ୍ଷେତ୍ରକୁ ଓଡ଼ିଶା ଆଡ଼କୁ ଟାଣିପାରେ। ଏଥିପାଇଁ ଓଡ଼ିଶାକୁ ପ୍ରସ୍ତୁତ ରହିବାକୁ ପଡ଼ିବ।

ଏହି ବାତ୍ୟାର ନାମ ୟାସ୍ ରଖାଯିବ।

Leave A Reply

Your email address will not be published.