ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ବଙ୍ଗୋପସାଗରରେ ଆସୁଛି ବାତ୍ୟା!

0

ବିପଦମୁକ୍ତ ନୁହେଁ ଓଡ଼ିଶା, ବାତ୍ୟା ହେଲେ ତାର ନାମ ୟାସ୍ ରଖାଯିବ

ଭୁବନେଶ୍ବର: ଆରବ ସାଗରରେ ଭୀଷଣ ବାତ୍ୟା ତାଉତେ ଏଭଳି ପ୍ରଳୟ ରଚନା କରିଛି ଯେ ପାଞ୍ଚଟି ରାଜ୍ୟରେ ତାର ସାଂଘାତିକ ପ୍ରଭାବ ପଡ଼ିଛି। ୧୮ ଜଣଙ୍କର ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଉଛି। ଏପଟେ ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ଦାନା ବାନ୍ଧିଲେଣି। ଭାରତର ପାଣିପାଗ ବିଜ୍ଞାନୀମାନେ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି।

କେନ୍ଦ୍ର ସରକାରଙ୍କ ଭୂ ବିଜ୍ଞାନ ମନ୍ତ୍ରାଳୟର ସଚିବ ରାଜୀବ ମାଧବନ୍ ଏ ସଂକ୍ରାନ୍ତରେ ନିଜ ଟ୍ବିଟ୍‌ରେ ଆଭାସ ଦେଇଛନ୍ତି। ସେ କହିଛନ୍ତି, ୨୩ ତାରିଖରେ ବଙ୍ଗୋପସାଗରରେ ଏକ କ୍ଷେତ୍ର ସୃଷ୍ଟି ହେଉଛି। ଏପଟେ ପାଣିପାଗ ବିଜ୍ଞାନୀମାନେ ଆକଳନ କରୁଛନ୍ତି, ଏହା ବାତ୍ୟା ରୂପ ନେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଏପରିକି ଓଡ଼ିଶା ବିପଦ ମୁକ୍ତ ନୁହେଁ।

ବିିଶିଷ୍ଟ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ୨୪ ତାରିଖ ବେଳକୁ ଏହି ଘୁର୍ଣ୍ଣିବଳୟ ଲଘୁଚାପ ରୂପ ନେବ। ୨୭ ତାରିଖ ବେଳକୁ ଏହା ବାତ୍ୟା ରୂପ ନେଇପାରେ। ୨୮ କିମ୍ବା ୨୯ ତାରିଖ ବେଳକୁ ଏହା ସ୍ଥଳ ଭାଗ ଛୁଇଁବ। କିନ୍ତୁ ଏହି ବାତ୍ୟା କେଉଁଆଡେ ଯିବ, କେଉଁଠି ସ୍ଥଳଭାଗ ଛୁଇଁବ, ସେ ନେଇ ଏବେଠାରୁ ଠୋସ୍ ଭାବେ କିଛି କହିହେବନାହିଁ। ପୂର୍ବରୁ ଡ. ପଶୁପାଳକ ଏହି ଘୂର୍ଣ୍ଣିବଳୟ ଅବପାତ ରୂପ ନେବ ବୋଲି କହିସାରିଥିଲେ।

ଡ. ପଶୁପାଳକଙ୍କ ଆକଳନ କହୁଛି ଯେ ଏହି କ୍ଷେତ୍ରଟି ଏକ ବିଶାଳ ରୂପ ଧାରଣ କରିବା ସହିତ ଅଧିକରୁ ଅଧକ ବଳ ଗୋଟାଇ ଆଗକୁ ବଢ଼ୁଛି। ବର୍ତ୍ତମାନ ଯାହା ଚିତ୍ର ଅଛି ଏହା ଆଣ୍ଡାମାନ ପାଖାପାଖି ଅଞ୍ଚଳରେ ରହି ବାଙ୍ଗଳାଦେଶ, ମିଆଁମାର, ଥାଇଲାଣ୍ଡ ଆଡ଼କୁ ଚାହୁଁଛି। ଏସବୁ ଅଞ୍ଚଳ​ରେ ଭୀଷଣରୁ ଅତି ଭୀଷଣ ବର୍ଷା ହେବ। ଏହି କ୍ଷେତ୍ରଟି ଲଘୁଚାପ ରୂପ ନେବା ପରେ ଓଡ଼ିଶା ଆଡକୁ ବଢ଼ିବ କି ବାଲାଂଦେଶ ଆଡେ ଚାଲିଯିବ, ସେକଥା ଜଣାପଡ଼ିବ। ଏକଥା ସତ ଯେ ସଂପ୍ରତି ବାତ୍ୟା ପାଇଁ ପାଗ ବେଶ୍ ଅନୁକୂଳ ରହିଛି। ୨୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଭୀଷଣ ତାତି ରହିବ, ଯାହା ଏହି କ୍ଷେତ୍ରକୁ ଓଡ଼ିଶା ଆଡ଼କୁ ଟାଣିପାରେ। ଏଥିପାଇଁ ଓଡ଼ିଶାକୁ ପ୍ରସ୍ତୁତ ରହିବାକୁ ପଡ଼ିବ।

ଏହି ବାତ୍ୟାର ନାମ ୟାସ୍ ରଖାଯିବ।

Leave A Reply

Your email address will not be published.