ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

୩ମାସ ବଦଳରେ ୩ବର୍ଷ ମିଳିଲା

0
  • କେନ୍ଦ୍ର-ପଶ୍ଚିମବଙ୍ଗ ବିବାଦରେ ନାଟକୀୟ ମୋଡ଼
  • ଭାରତର ସଂଘୀୟ ବ୍ୟବସ୍ଥା ପ୍ରତି ସାଂଘାତିକ ବିପଦ
  • କେନ୍ଦ୍ରକୁ ଗଲେନି ଅଲପାନ୍, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ

କୋଲକାତା: କେନ୍ଦ୍ର-ପଶ୍ଚିମବଙ୍ଗ ସରକାରରେ ସାପ-ଶିଡି ଖେଳ ଚାଲିଛି। କେତେବେଳେ କେନ୍ଦ୍ର ବାଜିମାତ୍ କରୁଛି ତ ଆଉ କେତେବେଳେ ପଶ୍ଚିମବଙ୍ଗ ସରକାର। ଏହି କ୍ରମରେ କେନ୍ଦ୍ର ସରକାରଙ୍କୁ ମୁକାବିଲା କରିବାକୁ ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପୁଣି ଏକ ଗୋଟିଚାଳନା କରିଛନ୍ତି। ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ଅବସର ପରେ ମୁଖ୍ୟଶାସନ ସଚିବ ଭାବେ କାର୍ଯ୍ୟ କରିବା ଲାଗି କେନ୍ଦ୍ର ସରକାର ପ୍ରଥମେ ତିନି ମାସ ଅନୁମତି ଦେଇଥିଲେ ଓ ପରବର୍ତୀ ସମୟରେ ଏକ ବିବଦମାନ ସ୍ଥିତିରେ ତାଙ୍କୁ କେନ୍ଦ୍ରକୁ ଫେରାଇ ଆଣିବା ଲାଗି ନିର୍ଦେଶ ଦେଇଥିଲେ। ମମତା କିନ୍ତୁ ଚିଠି ଦିଆନିଆ ଆଳରେ ମେ’ ୩୧ ତାରିଖ ପର୍ଯ୍ୟନ୍ତ ସମୟ ଟାଳିଦେଇ ଆଲାପନ୍‌ଙ୍କୁ କେନ୍ଦ୍ରକୁ ତ ପଠାଇଲେ ନାହିଁ, ଓଲଟା ତିନିମାସ ବଦଳରେ ତିନିବର୍ଷ ପାଇଁ ତାଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି। ଆଜି ଆଲାପନ୍‌ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ତାଙ୍କ କାର୍ଯ୍ୟାଳୟରେ ତିନିବର୍ଷ ଲାଗି ନିଯୁକ୍ତି ଦିଆଯାଇଛି। ସେପଟେ ଅବସର ସମୟସୀମା ବୃଦ୍ଧି ଲାଗି କେନ୍ଦ୍ରୀୟ ସମ୍ମତି ପରେ ବି ଆଲାପନ୍ ଆଜି ଆକସ୍ମିକ ଭାବେ ଅବସର ନେଇଛନ୍ତି। ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ଗୃହ ସଚିବ ଏଚ୍ କେ ଦ୍ବିବେଦୀଙ୍କୁ ମମତା ନିଯୁକ୍ତି ଦେଇଛନ୍ତି।

ନିଜେ ଗଣମାଧ୍ୟମ ସାମ୍ନାକୁ ଆସି ମମତା ଏହି ସୂଚନା ଦେଇଥିଲେ। ଏକଥା ବି କହିଥିଲେ ଯେ ରାଜ୍ୟ ପ୍ରଶାସନର ଅନୁମତି ବିନା ଜଣେ ଅଧିକାରୀ ନୂତନ ନିଯୁକ୍ତିରେ ଯୋଗ ଦେଇପାରିବେ ନାହିଁ। ଭାରତବର୍ଷରେ ଏମିତି ଅନେକ ନଜିର ରହିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଖ୍ୟସଚିବ ଭାବେ କାର୍ଯ୍ୟ କରିବେ କି ନାହିଁ, ତାହା ବନ୍ଦୋପାଧ୍ୟାୟଙ୍କର ନିଜ ନିଷ୍ପତ୍ତି ଥିଲା ଓ ସେ ଆଜି ନିଜେ ଇଚ୍ଛାକରି ଅବସର ନେଇଛନ୍ତି। ସରକାର କିନ୍ତୁ ତାଙ୍କୁ ରିଲିଭ୍ କରୁନାହାନ୍ତି। ବରଂ ଅବସର ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ଗୁରୁତ୍ବପୂର୍ଣ୍ଣ ନିଯୁକ୍ତି ଦିଆଯାଇଛି। ସେ ତିନିବର୍ଷ ପାଇଁ ଏହି ଦାୟିତ୍ବରେ ରହିବେ।

ମମତା କହିଥିଲେ, ବନ୍ଦୋପାଧ୍ୟାୟକୁ କେନ୍ଦ୍ରକୁ ନ ନେବା ଲାଗି ବା ନିର୍ଦେଶ ପ୍ରତ୍ୟାହାର ଅନୁରୋଧ କରି ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ, ଯାହାର ଉତ୍ତର କେନ୍ଦ୍ର ସରକାର ଏଯାଏ ଦେଇନାହାନ୍ତି। ବରଂ ଆସନ୍ତାକାଲି ସୁଦ୍ଧା ନର୍ଥବ୍ଲକରେ ଯୋଗଦେବା ଲାଗି ବନ୍ଦୋପାଧ୍ୟାୟଙ୍କୁ ନିର୍ଦେଶ ଆସିଥିଲା।

ଏଠାରେ ଉଲ୍ଲେଖଥାଉକି, ନିର୍ବାଚନ ସରିବା ପରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ତୁଟିନି ବରଂ ବହୁଗୁଣିତ ହୋଇଛି। କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ଯେଭଳି ମୁହାଁମୁହିଁ ହେଉଛନ୍ତି. ଏହା ଭାରତର ସଂଘୀୟ ବ୍ୟବସ୍ଥା ନେଇ ସାଂଘାତିକ ପ୍ରଶ୍ନ ଉଠାଇଲାଣି। ବିଶେଷଜ୍ଞମାନେ ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭ ନୁହେଁ ବୋଲି ଖୋଲାଖୋଲି ମତ ରଖୁଛନ୍ତି। ଏହା ସତ୍ତ୍ବେ କେହି କାହା ଜିଦ୍‌ରୁ ଓହରୁନାହାନ୍ତି।

ପଶ୍ଚିମବଙ୍ଗ କ୍ୟାଡରର ୧୯୮୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ହେଉଛନ୍ତି ବନ୍ଦୋପାଧ୍ୟାୟ। କୋଭିଡ୍ ପରିସ୍ଥିତିରେ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳ ଆଉ ତିନିମାସ ପାଇଁ ବୃଦ୍ଧି ଅନୁମତି ଦେଇଥିଲେ।

Leave A Reply

Your email address will not be published.