ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍‌ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି କ୍ୟାବିନେଟ ବୈଠକ। ବୈଠକରେ ୫ଟି ବିଭାଗର ୬ଟି ପ୍ରସ୍ତାବରେ ବାଜିଛି ମୋହର। ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନାକୁ ମିଳିଛି ମନ୍ତ୍ରୀ ମଣ୍ଡଳର ମୋହର। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ସ୍ବାସ୍ଥ୍ୟ, ଆଇନ, ବୟନ ଶିଳ୍ପ ଓ ହସ୍ତତନ୍ତ୍ର, ଉଚ୍ଚଶିକ୍ଷା ବିଭାଗ ଭଳି ବିଭାଗ ଉପରେ ନିଆଯାଇଛି ନିଷ୍ପତ୍ତି। ଗୃହରେ ଏ ନେଇ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଓଡ଼ିଶା ମତ୍ସ୍ୟ ସେବା କ୍ୟାଡରର ପୁନଃଗଠନକୁ ମନ୍ତ୍ରୀମଣ୍ଡଳ ଅନୁମୋଦନ କରିଛି। ଫଳରେ ବିଭାଗର ସମସ୍ତ ବରିଷ୍ଠ ସ୍ତରରେ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ବୃଦ୍ଧି ହୋଇଛି।

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ରାଜ୍ୟ ମନ୍ତ୍ରୀମଣ୍ଡଳର ଅନୁମୋଦନ ଲାଭ କରିଛି। ଏହି ଯୋଜନା ରାଜ୍ୟର ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବ। ଏହି ଯୋଜନା ଜରିଆରେ ରେଶମ କୀଟର ବିହନ ପ୍ରସ୍ତୁତି, ରେଶମ ପ୍ରଜାତିର ସଂରକ୍ଷଣ ସହ ନୈତିକ ଉପାୟରେ କରୁଣା ରେଶମର ଉତ୍ପାଦନ କରିବା ପାଇଁ ବିଶେଷ ଧ୍ୟାନ ଦିଆଯିବ। ରେଶମ ଚାଷୀଙ୍କୁ ଆବଶ୍ୟକୀୟ ପ୍ରୋତ୍ସାହନ, କାର୍ଯ୍ୟକାରୀ ମୂଳଧନ ସହାୟତା ପ୍ରଦାନ କରିବ। ସମବାୟ ସମିତି ଜରିଆରେ ରେଶମ ଉତ୍ପାଦର ବଜାରୀକରଣ କରିବ। ଏହି ଯୋଜନା ମାଧ୍ୟମରେ ସରକାର ଆଗାମୀ ୫ ବର୍ଷ ପାଇଁ ୨୭୪ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରିଛନ୍ତି। ଯାହା ଚାଷୀଙ୍କ ଦକ୍ଷତା ବିକାଶ, ଗବେଷଣା ବିକାଶ ତଥା ଉପକରଣ ଯୋଗାଇବ।

ସେହିପରି ରାଜ୍ୟ ମନ୍ତ୍ରିମଣ୍ଡଳ ୧୪୯୦ କୋଟି ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନାର ଲକ୍ଷ୍ୟ ହେଉଛି ନୂତନ ନିବେଶକୁ ଆକର୍ଷିତ, ଉତ୍ପାଦକତାକୁ ବୃଦ୍ଧି, ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ସଶକ୍ତ ଓ ରାଜ୍ୟରେ ଏକ ପ୍ରତିଯୋଗିତାମୂଳକ ବୟନ ମୂଲ୍ୟ ଶୃଙ୍ଖଳା ଗଠନ କରିବ। ଓଡ଼ିଶା ଔଷଧ ଏବଂ ଚିକିତ୍ସା ଉପକରଣ ନୀତି-୨୦୨୫କୁ ଅନୁମୋଦନ ମିଳିଛି। ଏହି ନୀତିରେ ଆବଶ୍ୟକୀୟ ଶିଳ୍ପ ଭିତ୍ତିଭୂମିର ସୁବିଧା ଯୋଗାଇବା ପାଇଁ ଓଡ଼ିଶା ଫାର୍ମା ପାର୍କ ଏବଂ ଓଡ଼ିଶା ମେଡଟେକ ପାର୍କର କଳ୍ପନା କରାଯାଇଛି।

Leave A Reply

Your email address will not be published.