ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର

0

ନୂଆଦିଲ୍ଲୀ: ଇଣ୍ଡିଗୋର ବିମାନ ଉଡାଣ ଧୀରେ ଧୀରେ ସ୍ୱାଭାବିକ ହେଉଛି। ଗୋଟିଏ ଦିନ ପୂର୍ବରୁ ବିମାନ କମ୍ପାନୀ କେବଳ ଦିଲ୍ଲୀରୁ ୧୦୦୦ ରୁ ଅଧିକ ବିମାନ ବାତିଲ କରିଥିଲା। ବିମାନବନ୍ଦର ଅଧିକାରୀଙ୍କ କହିଛନ୍ତି ଯେ ପରିସ୍ଥିତି ଏବେ ସୁଧୁରୁଛି। ତେବେ ଯାତ୍ରୀମାନଙ୍କୁ ଘରୁ ବାହାରିବା ପୂର୍ବରୁ ସେମାନଙ୍କର ବିମାନ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

ଶୁକ୍ରବାର ଇଣ୍ଡିଗୋ ରାତି ୧୨ଟା ପର୍ଯ୍ୟନ୍ତ ଦିଲ୍ଲୀ ବିମାନବନ୍ଦରରୁ ସମସ୍ତ ଘରୋଇ ବିମାନ ଉଡାଣ ବାତିଲ କରିଛି। ବିମାନ କମ୍ପାନୀ ଏହାକୁ ଏପର୍ଯ୍ୟନ୍ତ ସବୁଠାରୁ ଗମ୍ଭୀର ପରିସ୍ଥିତି ବୋଲି ବର୍ଣ୍ଣନା କରିଛି। ଇଣ୍ଡିଗୋର ସିଇଓ ପିଟର ଏଲବର୍ସ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଡିସେମ୍ବର ୫ ରେ ପରିସ୍ଥିତି ସବୁଠାରୁ ଖରାପ ଥିଲା ଏବଂ ୧୦୦୦ରୁ ଅଧିକ ବିମାନ ବାତିଲ କରିବାକୁ ପଡିଥିଲା। ସେ ଯାତ୍ରୀମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି କହିଥିଲେ ଯେ ଡିସେମ୍ବର ୧୦ରୁ ୧୫ ତାରିଖ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।

ସେହିପରି ଡିଜିସିଏ ଇଣ୍ଡିଗୋକୁ ପାଇଲଟଙ୍କ ପାଇଁ ରାତି ଡ୍ୟୁଟି ସମ୍ବନ୍ଧୀୟ ନୂଆ ନିୟମରୁ ଛାଡ ପ୍ରଦାନ କରିଛି। ଯାହା ୧୦ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହା ଅଧୀନରେ ରାତି ୧୨ଟାରୁ ସକାଳ ୬ଟା ୫୦ ପର୍ଯ୍ୟନ୍ତ ରାତି ଡ୍ୟୁଟି ଉପରେ ଥିବା କଠୋର କଟକଣାକୁ ଅସ୍ଥାୟୀ ଭାବରେ ଉଠାଇ ଦିଆଯାଇଛି। ପାଇଲଟଙ୍କ ଛୁଟିକୁ ସାପ୍ତାହିକ ବିଶ୍ରାମ ଭାବରେ ବିବେଚନା କରାଯିବ। ଇଣ୍ଡିଗୋର ପାଇଲଟ ଅଭାବ ଏବଂ ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.