ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

କେତେ ଭୀଷଣ ରୂପ ନେବାକୁ ଯାଉଛି ଲଘୁଚାପ

0
  • ୧୧ ତାରିଖରେ ଛୁଇଁପାରେ ମୌସୁମୀ, ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବ
  • ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଜିଲ୍ଲାରେ ଭାରି ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଆଉ ଦୁଇ ଦିନ ପ୍ରାକ୍ ମୌସୁମୀ ବର୍ଷା ପରେ ଲଘୁଚାପ ଜନିତ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ। ଉତ୍ତର ଓଡ଼ିଶା ଅପେକ୍ଷା ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ସହିତ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ପାଣିପାଗ ସଂପର୍କରେ ଏମିତି ପୁର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୧୧ ତାରିଖ ମୌସୁମୀ ଓଡ଼ିଶା ଛୁଇଁବ।

ତାଙ୍କ ଆକଳନ କହୁଛି, ଜୁନ୍ ୧୦ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୧ ତାରିଖରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ୧୨ ତାରିଖରେ ଏହା ଅବପାତ ରୂପ ନେବ। ୧୩ ତାରିଖ ରାତିବେଳକୁ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ସେତେବେଳେ ଏହା ପଶ୍ଚିମ ଓଡ଼ିଶାରେ ରହିଥିବ।

ଜୁନ ୧୦ ତାରିଖରେ ଉପକୂଳର କିଛି ଅଞ୍ଚଳରେ ସ୍ବଳ୍ପ ବର୍ଷା ହେବ। ମୟୂରଭଂଜ, ବାଲେଶ୍ବର, ବଲାଙ୍ଗୀର ଏବଂ ଅବିଭକ୍ତ କୋରାପୁଟରେ ମଧ୍ୟମ ଧରଣର (୩୫ ମିଲିମିଟର ପର୍ଯ୍ୟନ୍ତ) ବର୍ଷା ହେବ। ୧୧ ତାରିଖରୁ ୧୩ ତାରିଖ ଭିତରେ ପୁରୀ, ଖୋର୍ଧା, କଟକ, ଢେଙ୍କାନାଳ ଜିଲ୍ଲାରେ ସମୁଦାୟ ବର୍ଷା ୧୦୦ ମିମି ଛୁଇଁପାରେ। ଉତ୍ତର ଉପକୂଳ ଏବଂ ଆଭ୍ୟନ୍ତର ଓଡ଼ିଶାରେ ୧୪ରୁ ୧୫ ତାରିଖ ମଧ୍ୟରେ ୯୦ ମିମି ଯାଏ ବର୍ଷା ହୋଇପାରେ। ସେହିଭଳି ୧୨ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ କିନ୍ତୁ ୨୦୦ ମିମି ଯାଏ ବର୍ଷା ହେବାର ସମ୍ଭାବନା ଅଧିକ ବୋଲି ଡ, ପଶୁପାଳକ ଆକଳନ କରିଛନ୍ତି।

ସେ ଆହୁରି କହିଛନ୍ତି, ଜଗତସିଂହପୁର ଠାରୁ ସମ୍ବଲପୁର ସଂଯୋଗ କରୁଥିବା ସରଳ ରେଖାର ଦକ୍ଷିଣରେ ଥିବା ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବ। ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ବୌଦ୍ଧ, ଫୁଲବାଣୀ, ଗଞ୍ଜାମ, ଗଜପତି ଏବଂ ଅବିଭକ୍ତ କୋରାପୁଟରେ ସ୍ଥାନେ ସ୍ଥାନେ ୧୩ ଓ ୧୪ ତାରିଖରେ ୨୦୦ ମିମିରୁ ଅଧିକ ବର୍ଷା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ବରରେ ୧୨ ଓ ୧୩ ତାରିଖରେ ବର୍ଷା ହେବ। ଜୁନ୍ ୧୩ ତାରିଖ ସୁଦ୍ଧା ସର୍ବାଧିକ ତାପମାତ୍ରା ବିଭିନ୍ନ ସ୍ଥାନରେ ମଙ୍ଗଳବାର ତୁଳନାରେ ୧୦ରୁ ୧୨ ଡିଗ୍ରି ସେଲସିୟସ ଯାଏ କମିବା ସହିତ ବର୍ଷା ଓ ସମ୍ପୂର୍ଣ୍ଣ ମେଘୁଆ ପାଗ ଚଳିତ ମୌସୁମୀର ଦୃଶ୍ୟପଟ୍ଟ ରହିବ।

Leave A Reply

Your email address will not be published.