ପ୍ରମୁଖ ଖବର

ପୂର୍ବ ଭଳି ରାସନ କାର୍ଡରେ ମିଳିବ ଗହମ : ଯୋଗାଣ ମନ୍ତ୍ରୀ
ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି: ମନ୍ତ୍ରୀ
ତାରାଙ୍କୁ ନିଲମ୍ବନ, ୨୭ରେ ବିଧାନସଭା ଘେରିବ କଂଗ୍ରେସ
ହୋଲି ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ
ପୁରୀ ଶ୍ଵେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ
ବିଧାନସଭାରେ ସାମ୍ବାଦିକଙ୍କ ଉପରେ ଲାଗିଥିବା ମୋବାଇଲ କଟକଣା ହଟାଇ ଦିଆଯାଇଛି

ଭିକାରିଙ୍କୁ ଏବେ ରାଜଧାନୀ ମନା

0

ଭୁବନେଶ୍ୱର: ମଲ୍ ହେଉ କି ମନ୍ଦିର। କୌଣସି ଛକ କି ବସ୍‌ ରହଣୀ ସ୍ଥଳ। ସବୁଠି ବୁଲୁଥିଲେ ମାଳ ମାଳ ଭିକାରି। କେଇ ସେକେଣ୍ଡ ପାଇଁ ଗାଡି ଅଟକିଗଲେ, କାଚ ଠକ୍ ଠକ୍ କରି ଭିକ ମାଗୁଥିଲେ କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଅନେକ। କଅଁଳ ବୟସରେ ବହି ବସ୍ତାନୀ ଧରିବା ଜାଗାରେ ପିଲାମାନେ କୁନି ହାତ ପତାଇ ମାଗୁଥିଲେ ବଞ୍ଚିବା ଲାଗି ଦି ମୁଠା ଖାଦ୍ୟ। ଘରେ ପିଲାମାନଙ୍କ ସେବା ଯତ୍ନ ପାଇ ଜୀବନର ଶେଷ ମୁହୂର୍ତ ରାମ ନାମ ଜପିବା ବଦଳରେ ଆଗରେ ଏକ ପାତ୍ର ରଖି ଆଉ କାହାର ଦୟାକୁ ଅପେକ୍ଷା କରୁଥିଲେ ବୟସ୍କ। ରାଜଧାନୀର ଏ ଚିତ୍ର ବଡ଼ ବଡ଼ ବ୍ୟବସାୟୀ,, ଚିକ୍‌ ମିକ୍‌ କରୁଥିବା ସହର ଓ ପୁଳା ପୁଳା କ୍ଷମତାର ବଳୟ ଭିତରେ ଥିବା ନେତା, ପ୍ରଶାସକଙ୍କ ପାଇଁ ଲଜ୍ଜା ଜନକ ପରିସ୍ଥିତି ସୃଷ୍ଟି କରୁଥିଲା। ରାଜ୍ୟ ସରକାର ଯେବେ ବିକାଶର କଥା କହୁଥିଲେ, ଏ ଚିତ୍ର ସେବେ ସମସ୍ତଙ୍କୁ ତାତ୍ସଲ୍ୟ କରୁଥିଲା। ଜୀର୍ଣ୍ଣ ଶରୀର, ପଶିଯାଇଥିବା ଆଖି, ଚିରା ଫଟା ପୋଷାକ କଟାକ୍ଷ କରୁଥିଲେ ସମସ୍ତଙ୍କୁ। ଶେଷରେ ପ୍ରଶାସନ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି।

ଆଉ ରାଜଧାନୀର ରାଜରାସ୍ତାରେ ଭିକାରି ବୁଲିବେନି କି ଭିକ ମାଗିବେନି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ହେବ ଭିକାରି ମୁକ୍ତ। ସିଟିକୁ ସ୍ମାର୍ଟ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଭିକାରିମୁକ୍ତ ସହର ଅଭିଯାନ। ରାଜଧାନୀର ସବୁ ଗଳି କନ୍ଦିରୁ ଭିକାରି ମାନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଥଇଥାନ କେନ୍ଦ୍ରରେ ରଖିବାକୁ ନିଷ୍ପତି ନିଆଯାଇଛି।

ବିଏମସି, କମିସରେଟ ପୁଲିସ ଓ ୩ଟି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଜି ଭିକାରି ମାନଙ୍କୁ ରାସ୍ତା ଉଠାଇ ନିଆଯାଇଛି। ପିପିଇ କିଟ୍‌ ପିନ୍ଧି ବିଏମସି କର୍ମଚାରୀ ଭିକାରିମାନଙ୍କୁ ବୁଝାସୁଝା କରି ବିଭିନ୍ନ ଆଶ୍ରୟସ୍ଥଳୀକୁ ନେଇଛନ୍ତି । ସହାୟ ସ୍କିମରେ ଏକାମ୍ର ନିଳୟ ଯୋଜନାରେ ଭିକାରିମାନଙ୍କୁ ଆଶ୍ରୟସ୍ଥଳୀରେ ଥଇଥାନ କରାଯିବ। ସେଠାରେ ଭିକାରିମାନଙ୍କ ରହିବା, ଖାଇବା ନେଇ ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ଆଜି ଭୁବନେଶ୍ୱରର ବାଣୀବିହାର ଶନି ମନ୍ଦିର, ରାମ ମନ୍ଦିର, ସିଆରପି, ରାଜମହଲ, ମାଷ୍ଟରକ୍ୟାଣ୍ଟିନ, ୟୁନିଟ ୧, ୟୁନିଟ ୨ ମାର୍କେଟ, ଲିଙ୍ଗରାଜ ମନ୍ଦିର, କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଭିକାରିଙ୍କୁ ଉଦ୍ଧାର କରାଯାଇଛି । ସହରର ୮ଟି ଆଶ୍ରୟସ୍ଥଳୀରେ ସେମାନଙ୍କୁ ରଖାଯାଇଛି । ପୂର୍ବରୁ ମଧ୍ୟ ଏପରି ଚଢ଼ାଉ କରି ୨ ଶହରୁ ଅଧିକ ଭିକାରିଙ୍କୁ ଉଦ୍ଧାର କରିଥିଲା ବିଏମ୍‌ସି।

ଏବେ କିନ୍ତୁ ଥଇଥାନ କେନ୍ଦ୍ରରେ ରଖାଯାଉଥିବା ଭିକାରୀଙ୍କ ଆବଶ୍ୟକ ଯତ୍ନ ନିଆଯିବ। ସେମାନଙ୍କ ଖାଇବା ବ୍ୟବସ୍ଥା ସହ ସ୍ୱାସ୍ଥ୍ୟର ତଦାରଖ କରାଯିବ। ଏହା ସହ ସେମାନେ କିପରି ରୋଜଗାରକ୍ଷମ ହୋଇପାରିବେ ସେଥି ପ୍ରତି ମଧ୍ୟ ପ୍ରଚେଷ୍ଟା କରିବୁ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିସନର ।

Leave A Reply

Your email address will not be published.