ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

ବିଦ୍ୟୁତ ଖୁଣ୍ଟ ପଡି ନବମ ଶ୍ରେଣୀ ଛାତ୍ର ଗୁରୁତର

0

ସୋର: ସୋର ବ୍ଲକ ସରଶଙ୍ଖ ଗାଁରେ ବିଦ୍ୟୁତ ଖୁଣ୍ଟ ପଡି ଜଣେ ନବମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ହେଲେ ନବମ ଶ୍ରେଣୀ ଛାତ୍ର ଦେବାଶିଷ ବେହେରା

ସୂଚନା ଅନୁସାରେ ଆଜି ସକାଳେ ଦେବାଶିଷ ଅନ୍ୟ ସହପାଠୀଙ୍କ ସହ ଟ୍ୟୁସନ୍‌ରୁ ଘରକୁ ଫେରୁଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଏକ କୁକୁଡ଼ା ଚିଆଁ ବୋଝେଇ ଗାଡି ରାସ୍ତାରେ ଓହଳି ରହିଥିବା ବିଦ୍ୟୁତ କେବୁଲ ତାରକୁ ଘୋଷାଡି ନେବାରୁ ବିଦ୍ୟୁତ ଖୁଣ୍ଟଟି ଉପୁଡି ପଡି ଦେବାଶିଷଙ୍କ ସାଇକେଲ ଉପରେ ପଡିଥିଲା। ଫଳରେ ଅନ୍ୟ ସହପାଠୀମାନେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଦେବାଶିଷଙ୍କ ହାତ ଭାଙ୍ଗିବା ସହିତ ସେ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଦେବାଶିଷଙ୍କୁ ଗୁରୁତର ଭାବେ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିବା ସହିତ ଗାଡିକୁ ଅଟକ ରଖି ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରି ଥାନାରେ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବିଦ୍ୟୁତ ତାର ଦୀର୍ଘଦିନ ଧରି ରାସ୍ତାରେ ଓହଳି ରହିଥିବାବେଳେ ଗ୍ରାମବାସୀମାନେ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ବିଭାଗୀୟ ଅଧିକାରୀଙ୍କ ଅବହେଳା ଏବଂ ଦାୟିତ୍ୱ ହୀନତା ପାଇଁ ଏଭଳି ଘଟଣା ଘଟିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.