ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ବାପିଙ୍କ ଜୀବନକୁ ହସ ଫେରିଲା

0

ଭୁବନେଶ୍ବର: ଯୁବ ବିଧାୟକ ତଥା ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ (ବାପି) ରାୟଙ୍କର ହାତ ଗଣ୍ଠି ପଡ଼ିଛି। କୋଭିଡ୍ କଟକଣା ଭିତରେ ଚିଲିକା ସ୍ବସ୍ତି ରିସର୍ଟରେ ସେ ତଦାସା (ଲିକି)ଙ୍କର ହାତ ଧରିଛନ୍ତି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବାପି ଓ ଲିକି। ପାଖରେ ଠିଆ ହୋଇଛି କୁନି ଝିଅ। ପାଖାପାଖି ୧୭ମାସ ପରେ ବ୍ୟୋମକେଶଙ୍କ ଜୀବନକୁ ଆସି ହସ ଫେରିଛି, କୁନି ଝିଅ ବି ମାଆ ବଦଳରେ ମାଆକୁ ଫେରିପାଇଛି।

ଆଜିର ଏହି ବିବାହ ଉତ୍ସବରେ ମନ୍ତ୍ରୀ ଅରୁଣ ସାହୁ, ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାପ ଦେବ, ସୁଧୀର ସାମଲ, ପ୍ରଣବ ବଳବନ୍ତରାୟ, ଉମା ସାମନ୍ତରାୟ, ସୁଶାନ୍ତ ରାଉତ ପ୍ରମୁଖ ଯୋଗଦେଇଥିଲେ। ଅପରାହ୍ନରେ ଉଭୟଙ୍କର ବିବାହ କାର୍ଯ୍ୟ ଶେଷ ହୋଇଛି।

ବ୍ୟୋମକେଶଙ୍କ ଖୁସିର ସଂସାର ଉପରେ କାହାର ଆଖି ଲାଗିଯାଇଥିଲା ଯେମିତି। ସେଦିନ ଥିଲା ୨୦୨୦ ମସିହା ଫେବ୍ରୁଆରି ୩ ତାରିଖ। ଅଧା ରାସ୍ତାରେ ହାତ ଛାଡି ଦେଇଥିଲେ ନିଲିମା। ଅସୁସ୍ଥତା କାରଣରୁ ଅକାଳରେ ତାଙ୍କୁ ଏ ଦୁନିଆ ଓ ହସଖୁସିର ସଂସାରକୁ ଛାଡିବାକୁ ପଡିଥିଲା। ସେବେଠାରୁ ଯୁବ ବିଧାୟକ ବ୍ୟୋମକେଶ ରାୟ ଓ କୁନି ଝିଅ ସମ୍ପୂର୍ଣ୍ଣ ଏକାକୀ ହୋଇଯାଇଥିଲେ। ସେଦିନ ଆଖିରୁ ଧାର ଧାର ଲୁହ ଗଡିଯାଉଥିଲା ବିଧାୟକଙ୍କର। ସ୍ତବ୍ଧ ହୋଇଯାଇଥିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ। ବ୍ୟୋମକେଶ ଓ ନିଲିମାଙ୍କୁ ଜାଣିଥିବା କେହି ବି କୋହ ସମ୍ବରଣ କରିପାରିନଥିଲେ। କୁନି ଝିଅ ମାଆକୁ ଛାଡି ବାପାଙ୍କ ସହିତ ଜୀବନ ବିତାଇବା ଆରମ୍ଭ କରିଥିଲା।

ଆଜି ବାପିଙ୍କ ଜୀବନରେ ସୁଖ ଫେରିଛି, କୁନି ଝିଅ ପାଟିରୁ ବିଧାତା ଛଡାଇ ନେଇଥିବା ମାଆ ଡାକ ତାକୁ ପୁଣି ଫେରାଇ ଦେଇଛି। ବାପି ଓ ଲିକିଙ୍କର ବୈବାହିକ ଜୀବନ ମଙ୍ଗଳମୟ ହେଉ ଏଭଳି କାମନା କରି ଫେରିଛନ୍ତି ବନ୍ଧୁ, କୁଟୁମ୍ବ।

Leave A Reply

Your email address will not be published.