ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସୈଫଙ୍କ ‘ଭୂତ ପୋଲିସ୍’

0

ରିଲିଜ୍ ହୋଇଛି ସୈଫ ଅଲ୍ଲୀ ଖାନଙ୍କ ନୂଆ ଫିଲ୍ମ ଭୂତ ପୋଲିସ । ଓଟିଟି ପ୍ଲାଟଫର୍ମ ଡିଜନୀ ପ୍ଲସ ହଟଷ୍ଟାରରେ ଏହି ଫିଲ୍ମଟି ଦେଖିବାକ ମିଳିଛି । ଏଥିରେ ନବାବଙ୍କ ବ୍ୟତୀତ ଜ୍ୟାକଲିନ ଫର୍ଣ୍ଣାଡିସ , ୟାମୀ ଗୌିତମ, ଅର୍ଜୁନ କପୁର ଓ ଭାଭେଜ ଜାଫରି ନଜର ଆସିଛନ୍ତି।

ଏହି ଫିଲ୍ମଟି ଏକ କମେଡି ହରର ଫିଲ୍ମ ଅଟେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ପୱନ କ୍ରିପାଳିନୀ । ଫିଲ୍ମରେ ସଂଗୀତ ନିଦ୍ଦେଶନା ଦେଇଛନ୍ତି ସଚିନ-ଜିଗର । ଫିଲ୍ମରେ ସୈଫଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ସୈଫ କମେଡି ଚଳଚ୍ଚିତ୍ର କକଟେଲ, ଜୱାନୀ ଜାନେମନ, ଲଭ ଆଜ କଲରେ ଏହା ପୂର୍ବରୁ ମଧ୍ୟ ଦର୍ଶକଙ୍କୁ ହସେଇବାରେ ସଫଳ ହୋଇଛନ୍ତି । ଆଇଏମଡିବିରେ ଏହି ଫିଲ୍ମର ରେଟିଂର ୫.୫ ରହିଛି।

ଏହା ପୂର୍ବରୁ ସୈଫ ୨୦୨୧ରେ ନଜର ଆସିଥିଲେ ପଲଟିକାଲ ଡ୍ରାମ ୱେବସିରିଜ ତାଣ୍ଡବରେ । ସେହିପରି ଦର୍ଶକ ଅର୍ଜୁନ କପୁରଙ୍କୁ ତାଙ୍କ ଶେଷ ଫିଲ୍ମ ସର୍ଦ୍ଦାର କା ଗ୍ରାଣ୍ଡସନ ଚଳଚିତ୍ରରେ ଦେଖିବାକୁ ପାଇଥିଲେ । ରାଧେ ଫିଲ୍ମରେ ଜ୍ୟାକଲିନ, ସଲମାନଙ୍କ ସହ ଶେଷ ଥର ନଜର ଆସିଥିଲେ ।

Leave A Reply

Your email address will not be published.