ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଚୀନ୍ ଓ ପାକିସ୍ତାନକୁ ଚେତାବନୀ

0

ଲେହ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ ଏମ.ଏମ. ନରବଣେ । ସେଠାରେ ସୁରକ୍ଷା ସ୍ଥିତିର ଅନୁଧ୍ୟାନ କରିଛନ୍ତି ନରବଣେ । ସୁରକ୍ଷା ସ୍ଥିତିର ସମୀକ୍ଷା ପରେ ନରବଣେ କହିଛନ୍ତି ଯେ, ଚୀନ ସୀମାରେ ସ୍ଥିତି ନିୟନ୍ତ୍ରଣରେ ଅଛି । ଗତ ୬ ମାସ ଭିତରେ ଲଦାଖରେ ସ୍ଥିତି ସ୍ୱାଭାବିକ ଅଛି । ଚୀନ ସେନା ନିଜ ସୀମାରେ ବହୁ ନିର୍ମାଣ କାମ କରିଛି । ଆମେ ଭିତ୍ତିଭୂମୀ ସଜାଦଡିଛି। ସବୁ ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଥିବା କହିଛନ୍ତି ସ୍ଥଳସେନା ମୁଖ୍ୟ ।

ସ୍ଥଳସେନା ମୁଖ୍ୟ ଏମ.ଏମ. ନରବଣେ କହିଛନ୍ତି, ଚୀନ ଆହୁରି ଅଧିକ ସେନା ମୁତୟନ ପାଇଁ ନିଜ ସୀମାରେ ବହୁ ନିର୍ମାଣ କାମ କରିଛି । ଫରୱାର୍ଡ ଅଂଚଳରେ ଅଧିକ ସେନା ମୁତୟନ କରିଛି ଚୀନ । ଏହା ଆମ ପାଇଁ ଚିନ୍ତାର ବିଷୟ । କିନ୍ତୁ ଏଲଓଏସି ଉପରେ ଲଗାତର ନଜର ରହିଛି । ଜବାବ ଦେବା ପାଇଁ ଆମେ ପ୍ରସ୍ତୁତ ଅଛୁ । ଭାରତୀୟ ସେନା ମଧ୍ୟ ଆଧୁନିକ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛି । ଆମେ କୌଣସି ପରିସ୍ଥିତିର ସାମନା କରିବାକୁ ଦୃଢ ସ୍ଥିତିରେ ଅଛୁ । ସ୍ଥଳସେନା ମୁଖ୍ୟ କହିଛନ୍ତି ଯେ , ଗତ ୧ ବର୍ଷ ହେଲା ଚୀନ ସହ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ଜାରି ରହିଛି । କଥାବାର୍ତ୍ତା ଦ୍ୱାରା ସମାଧାନର ରାସ୍ତା ନିଶ୍ଚୟ ବାହାରିବ । ଚଳିତ ମାସରେ ଚୀନ ସମୟ ୧୩ ତମ ବୈଠକ ବସିବ ।

ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ହୋଇପାରିବ ବୋଲି ନରଭଣେ କହିଛନ୍ତି ।ସେହିପରି ପାକିସ୍ତାନ ନିୟନ୍ତ୍ରଣରେଖାରେ ଅସ୍ତ୍ରବିରତି ଉଂଲଘନ କରିଛି । ଗତ ୧୦ ଦିନରେ ଦୁଇ ଥର ଅସ୍ତ୍ରବିରତି ଉଂଲଘନ କରାଯାଇଥିଲା । ପାକିସ୍ତାନ ସହ ଅସ୍ତ୍ରବିରତି ଚୁକ୍ତି ବଡ଼ ଭୁଲ ଥିଲା । କିନ୍ତୁ ଗତ ୨ ମାସରେ ଅନୁପ୍ରବେଶ ଉଦ୍ୟମ ବୃଦ୍ଧି ପାଇଛି । ପାକସ୍ତାନ ସେନାର ଅଜାଣତରେ ଅନୁପ୍ରବେଶ ଉଦ୍ୟମ ହୋଇପାରିବନି ବୋଲି ନରବଣେ କହିଛନ୍ତ । ସେପେଟେ ଆଫାଗାନିସ୍ତାନ ସ୍ଥିତି ଉପରେ ମଧ୍ୟ ନଜର ଥିବା ସେ କହିଛନ୍ତି ।

Leave A Reply

Your email address will not be published.