ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ମୁମ୍ବାଇକୁ ଟପିଲା ମାଲକାନଗିରି

0

ଭୁବନେଶ୍ବର: ତେଲ ଦରରେ ଲାଗୁନି ବ୍ରେକ। ମହଙ୍ଗା ନିଆଁରେ ଘିଅ ଢାଳିଛି ସେଞ୍ଚୁରି ଡିଆଁ ପେଟ୍ରୋଲ। କ୍ରମାଗତ ତୃତୀୟ ଦିନରେ ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ପ୍ରତିଦିନ ଲିଟର ପ୍ରତି କିଛି ଶୁଳ୍କ ବୃଦ୍ଧି କରୁଛନ୍ତି ତୈଳ କମ୍ପାନି। ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଖାଉଟି। ଆଜି ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ହୋଇଛି । ଗ୍ରାହକଙ୍କ ପକେଟକୁ ପେଟ୍ରୋଲ ରେଟ ସାଂଘାତିକ ବାଧୁଛି।

ଦେଶର ସବୁ ସ୍ଥାନରେ ଶତକ ପାର କରିଛି ତୈଳଦର। ତେବେ ମୁମ୍ବାଇଠୁ ବଳିଯାଇଛି ମାଲକାନିଗିରିର ପେଟ୍ରୋଲ ଦର। ମୁମ୍ବାଇରେ ପେଟ୍ରୋଲ ଦର ୧୦୮ ଟଙ୍କା ୧୯ ପଇସା ଥିବା ବେଳେ ମାଲକାନଗିରି କାଲିମେଳାରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୬୪ ପଇସାରେ ପହଞ୍ଚିଛି। ଓଡିଶା ସମେତ ୧୪ଟି ରାଜ୍ୟ ମଧ୍ୟପ୍ରଦେଶ, ମହାରାଷ୍ଟ୍ର,ପଞ୍ଜାବ, ରାଜସ୍ଥାନ,କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା, କର୍ଣ୍ଣାଟକ,ଜମ୍ମୁ କାଶ୍ମୀର, ଓ ସିକିମ୍‌ରେ ପେଟ୍ରୋଲ ଦର ସେଞ୍ଚୁରି ପାର କରିସାରିଲାଣି।

ମଧ୍ୟପ୍ରଦେଶ ସିବନୀରେ ସର୍ବାଧିକ ୧୧୩ ଟଙ୍କା ୧୮ ପଇସା ରହିଛି ପେଟ୍ରୋଲ ଦର। ମୁମ୍ବାଇରେ ପେଟ୍ରୋଲ ଦର ୧୦୮ ଟଙ୍କା ୧୯ ପଇସା ଥିବା ଡିଜେଲ ଦର ରହିଛି ୯୮ ଟଙ୍କା ୧୬ ପଇସା । ଦିଲ୍ଲୀରେ ପେଟ୍ରୋଲ ଦର ୧୦୨ ଟଙ୍କା ୧୪ ପଇସା ଓ ଡିଜେଲ ୯୦ ଟଙ୍କା ୪୭ ପଇସା ରହିଛି। ସେହିପରି କୋଲକତାରେ ପେଟ୍ରୋଲ ଦର ୧୦୨ ଟଙ୍କା ୭୭ ପଇସା ଓ ଚେନ୍ନାଇରେ ପେଟ୍ରୋଲ ଦର ୯୯ ଟଙ୍କା ୮୦ ପଇସା ରହିଛି।

ଓଡିଶାରେ ମାଲିକାନଗିରି ପେଟ୍ରୋଲ ଦର ସର୍ବାଧିକ ଥିବା ବେଳେ ଅନ୍ୟ ସବୁ ଜିଲ୍ଲାରେ ଶହେ ଟପିଛି। କୋରାପୁଟ, ବରଗଡ, ପୁରୀ, ସମ୍ବଲପୁର ସବୁଠି ତୈଳ ଦର ତାଳ ଦେଇ ଶତକ ଟପିଛି। ଏଣେ ଶହେ ଶହେ ରେଟରେ ଦୌଡୁଥିବା ପେଟ୍ରୋଲ ପଛେ ପଛେ ଗୋଡାଇଛି ଡିଜେଲ।। ଡିଜେଲ ଦର ମଧ୍ୟ ଅଧିକାଂଶ ସ୍ଥାନରେ ଶହେ ପାର କରିଥିବା ବେଳେ କେଉଁଠି ଶହେ ପାଖାପାଖି ପହଞ୍ଚିଛି ।

କରୋନା ଯୋଗୁଁ ଲୋକ ୨ ବର୍ଷ ହେବ ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଥିବା ସମୟରେ ଏହା ବେଡି ଉପରି କୋରଡା ମାଡ଼ ଭଳି ହୋଇଛି । ତେବେ ଯେତେବେଳେ ପ୍ରଥମେ ତୈଳ ଦର ଶତକ ଛୁଇଁଲା ସେତେବେଳେ ବଡ଼ ଚର୍ଚ୍ଚା ହେଉଥିଲା। ଆନ୍ଦୋଳନ ହେଉଥିଲା । ଚକା ବନ୍ଦ ହେଉଥିଲା । କିନ୍ତୁ ଏବେ ଧିରେ ଧିରେ ପ୍ରତିଦିନ ତୈଳ ଦର ବଢିବାରେ ଲାଗିଥିଲେ ମଧ୍ୟ ଆଗ ଅପେକ୍ଷା ଆନ୍ଦୋଳନ ବା ପ୍ରତିବାଦ ଦେଖିବାକୁ ମିଳୁନି।

ତେବେ କଣ ପାଇଁ ଏଭଳି ବେଲଗାମ ହେଉଛି ତୈଳଦର? ବିଶେଷଜ୍ଞଙ୍କ ମତରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି , ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଓ ବର୍ଦ୍ଧିତ ଟିକସ କାରଣରୁ ହିଁ ବଢୁଛି ତୈଳ ଦର। ତେଣୁ ଦରର ଏବେ ବେଲଗାମ ବୃଦ୍ଧିରେ ବ୍ରେକ ଦେବାକୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ଜରୁରୀ।ଉଭୟ ଟିକସ ଛାଡ କରିବା ଉଚିତ୍। ଏସବୁ ଭିତରେ ଡିଜେଲ ଦର ବଢୁଥିବାରୁ ଏହାର ପ୍ରଭାବ ସିଧାସଳଖ ମାଲପରିବହନ ଉପରେ ପଡିଲାଣି, ଦରଦାମ ହେଲାଣି ଆକାଶଛୁଆଁ।

Leave A Reply

Your email address will not be published.