ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ମମତା ଜିତିବେ ନା ହାରିବେ?

0

ଦିଦିଙ୍କ ଶୁଣାଣି ପ୍ରକ୍ରିୟା ଆରମ୍ଭ,ଭବାନୀପୁର ଉପରେ ଦେଶର ନଜର

କୋଲକାତା: ଆଜି ଆସିବ ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନ ଫଳାଫଳ । ସକାଳ ୮ରୁ ଭୋଟ ଗଣତି ଆରମ୍ଭ ହୋଇଛି। ୨୧ଟି ରାଉଣ୍ଡରେ ଭୋଟ ଗଣତି ହେବ। ଭବାନୀପୁରରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପିରୁ ମମତାଙ୍କୁ ଟକ୍କର ଦେଉଛନ୍ତି ପ୍ରିୟଙ୍କା ଟିବ୍ରେୱାଲ। ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଅଗ୍ନି ପରୀକ୍ଷା । କାରଣ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେେଳ ମମତାଙ୍କୁ ଯେକୌଣସି ସ୍ଥିତିରେ ଭବାନୀପୁର ହାତେଇବାକୁ ପଡିବ।

ଏହି ଉପନିର୍ବାଚନରେ ୫୭.୦୯ ପ୍ରତିଶତ ମତଦାନ ହୋଇଛି । ଉଭୟ ବିଜେପି ଓ ଟିଏମସି ବାଜିମାତ କରିବା ନେଇ ଦାବି କରିଛନ୍ତି।। ଭବାନୀପୁର ସିଟରୁ ବିଜୟ ହାସଲ କରିବା ମମତା ବାନାର୍ଜୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ବିଜୟ ନେଇ ଦୃଢୋକ୍ତି କରିଛି ଟିଏମସି । ମମତା ବାର୍ନାଜୀ ଏହି ଆସନରୁ ୫୦ ହଜାର ଭୋଟରେ ଜିତିବେ ବୋଲି ତୃଣମୂଳ କଂଗ୍ରେସ ଦାବି କରିଛନ୍ତି । ଅନ୍ୟପକ୍ଷରେ ବିଜେପି ମଧ୍ୟ ମମତାଙ୍କୁ ପରାସ୍ତ କରିବ ବୋଲି କହିଛି । ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ ୨୦୧୪ରେ ବିଜେପିରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ବାବୁଲ ସୁପ୍ରିୟୋଙ୍କ ଆଇନ ପରାମର୍ଶଦାତା ଥିଲେ। ବାବୁଲ ହିଁ ତାଙ୍କୁ ରାଜନୀତିକୁ ଆଣିଥିଲେ। ପ୍ରିୟଙ୍କା ଏବେ ବିଜେପିର ଜାତୀୟ ମୁଖ୍ୟପାତ୍ର ଥିବା ବେଳେ ବିଜେପି ତାଙ୍କୁ ଭବାନୀପୁରରୁ ମମତାଙ୍କ ବିରୋଧରେ ପ୍ରାର୍ଥୀ କରିଛି।

ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ପରାଜୟ ପରେ ପୁଣି ଥରେ ଭବାନୀପୁରରୁ ଲଢୁଛନ୍ତି ମମତା ବାନାର୍ଜୀ। ବିଜେପି ଯୁବ ଚେହେରା ପ୍ରିୟଙ୍କା ଟିବ୍ରୋୱାଲ ତାଙ୍କୁ କଡ଼ା ଟକ୍କର ଦେଇଛନ୍ତି। ଭବାନୀପୁର ହାଇପ୍ରୋଫାଇଲ ସିଟ ହୋଇଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି। କୋଭିଡ ଗାଇଡଲାଇନ ଅନୁସାରେ ଭୋଟ ଗଣତି ଚାଲିଛି । କଡା ସୁରକ୍ଷା ମଧ୍ୟରେ ରିହିଛି ଭୋଟ ଗଣତି କେନ୍ଦ୍ର । ସମଗ୍ର ଅଂଚଳ ସିସିଟିଭି ନଜରରେ ରହିଛିା କେବଳ ରିଟର୍ଣ୍ଣଂ ଅଫିସର ଓ ସୁପରଭାଇଜର ମାନଙ୍କୁ ଫୋନ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି।

Leave A Reply

Your email address will not be published.