ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

କୋଣାର୍କ ନିର୍ମାଣ ପାଇଁ କିଏ ମାର୍ଗଦର୍ଶନ କରିଥିଲେ?

0

ଷୋଳ ପୂଜାର ଆଜି ପଞ୍ଚମ ଦିବସ; ସବୁ ଦେବୀ ପୀଠରେ ଉତ୍ସାହ, ଉଦ୍ଦୀପନା

ଭୁବନେଶ୍ୱର:ଦେବୀ ପୀଠ ମଧ୍ୟରେ ମାଆ ରାମଚଣ୍ଡୀଙ୍କ ପୀଠର ମହିମା କିଛି କମ୍‍ ନୁହେଁ । ଏଠାରେ ମଧ୍ୟ ଦୁର୍ଗାପୂଜା ବିଧି ମୁତାବକ ହୋଇଥାଏ । ଆସନ୍ତୁ ଜାଣିବା କିଏ ମାଆ ରାମଚଣ୍ଡୀ । ମାଆଙ୍କ ଆବିର୍ଭାବ କେବେ ହୋଇଥିଲା ଓ କିମ୍ୱଦନ୍ତୀ କଣ କୁହେ।

ପୁରୀ କୋଣାର୍କ ବେଳାଭୂମି ରାସ୍ତାର କୁଶଭଦ୍ରା ନଦୀ ମୁହାଣ ତଟରେ ବିଜେ ହୋଇଛନ୍ତି ମାଆ ରାମଚଣ୍ଡୀ। ଭଲା ରାମଚଣ୍ଡୀ ଭଲାରେ,କଳା ପାହାଡ଼କୁ ଦୁଅାରେ ବସାଇ, ଗଲା ପାଣି ଆଣି ଗଲାରେ । ଲୋକ ଗୀତରୁ ମାଆ ରାମଚଣ୍ଡୀଙ୍କ ମହିମା ନେଇ କିଛି ଆଭାସ ମିଳୁଛି ।

ଲୋକ କଥାରୁ ଜଣାଯାଏ ଯେ ଲାଙ୍ଗୁଳା ନରସିଂହ ଦେବ କୋଣାର୍କ ମନ୍ଦିର ନିର୍ମାଣ କରିବାକୁ ନଦୀ ବକ୍ଷରେ ପକାଉଥିବା ପଥର ଗୁଡ଼ିକ ଭାସି ଯାଉଥିଲା । ରାଜା ହତାଶ ହୋଇ ଫେରୁଥିବା ବେଳେ ବର୍ତ୍ତମାନ ବିଜେ ହୋଇଥିବା ମାଆଙ୍କ ମନ୍ଦିର ସ୍ଥାନରେ ଜଣେ ବୁଢ଼ୀ ଗୋବର ଗୋଟାଉ ଥିଲେ । ରାଜା ଏହି ବୁଢ଼ୀଙ୍କୁ ପିିଇବାକୁ ପାଣି ମାଗିଥିଲେ । ଭୋକ ହେଉଥିବାରୁ କିଛି ଖାଇବାକୁ ମାଗିଥିଲେ । ବୁଢ଼ୀ ମାଅା ରାଜାଙ୍କୁ ତତଲା ଜାଉ ଖାଇବାକୁ ଦେଇଥିଲେ । ରାଜା ଭୋକରେ ଜାଉ ମଝିରେ ହାତ ମାରିଦେବାରୁ ତାଙ୍କ ହାତ ପୋଡିଗଲା । ବୁଢ଼ୀ ମାଅା କହିଥିଲେ ଲାଙ୍ଗୁଳା ନରସିଂହ ଦେବ ମଝି ନଇରେ ପଥର ପକାଇ ମନ୍ଦିର ତିଅାରି କଲା ଭଳିତୋର ଜାଉ ଖିଅା । ଏତିକିରେ ରାଜା ତାଙ୍କ  ଭୁଲ୍‍ ବୁଝିପାରିଥିଲେ । ନଦୀ କୂଳରେ ପଥର ପକାଇ ପକାଇ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବାକୁ ଅାଦେଶ ଦେଇଥିଲେ ରାଜା। କୁହାଯାଏ,ନିଜେ ରାମଚଣ୍ଡୀ ବୁଢ଼ୀ ବେଶରେ ରାଜାଙ୍କୁ ସର୍ତକ କରାଇ ଦେଇଥିଲେ ।

ଶାରଦୀୟ ପର୍ବ ଅବସରରେ ମାଆଙ୍କ ପୀଠରେ ସହସ୍ରାକୁମ୍ଭାଭିଷେକ ଦିନରୁ ଷୋହଳ ଦିନ ବ୍ୟାପି ପ୍ରତିଦିନ ଚଣ୍ଡୀପାଠ କରାଯାଏ । ପ୍ରତିଦିନ ମଙ୍ଗଳ ଆଳତୀ, ସୂର୍ଯ୍ୟ ପୂଜା ଏବଂ ଚଣ୍ଡୀପାଠ ଶାରଦୀୟ ପାର୍ବଣର ମୁଖ୍ୟ ଆକର୍ଷଣ। ଷୋଳଦିବସୀୟ ପୂଜାରେ ମାଆଙ୍କୁ ତିନି ଧୂପରେ ଖେଚୁଡ଼ି ସହ ୧୬ ପ୍ରକାର ଭୋଗ ସମର୍ପଣ ହୋଇଥାଏ । ମହାଭାରତ ପୁରାଣରେ ମାଆ ରାମଚଣ୍ଡୀଙ୍କ ମହାତ୍ମ୍ୟ ସଂର୍ପକରେ ବି ଉଲ୍ଲେଖ ଅଛି । 

Leave A Reply

Your email address will not be published.