ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ପାକିସ୍ତାନରେ ଚା’ କପ୍‌ର ଦାମ ଏତେ!

0

ପାକିସ୍ତାନରେ ମହଙ୍ଗା ମାଡ଼ ସାଧାରଣ ଲୋକଙ୍କ ବଞ୍ଚିବା କଷ୍ଟକର କରିଦେଇଛି । ଗତ ଏକ ବର୍ଷ ଧରି ପାକିସ୍ତାନରେ ଖାଦ୍ୟସାମ୍ରଗୀର ଦରଦାମ ଏତେ ବଢିଛି ଯେ ଲୋକଙ୍କୁ ଘର ଚଳାଇବାକୁ ମୁସକିଲ ହେଉଛି । କେବେଳ ସହରରେ ନୁହେଁ ପାକିସ୍ତାନ ଗାଁ ମାନଙ୍କରେ ମଧ୍ୟ ଦୈନଦିନ ବ୍ୟବହାର୍ଯ୍ୟ ଜିନିଷ ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ତେବେ ପାକିସ୍ତାନ ବାସୀ ଏବେ ଚା’ର ସ୍ୱାଦ ଭୁଲିଗଲେଣି । କାରଣ ଚା’ ପତି , ଚିନି ଓ କ୍ଷୀରର ଦର ଏତେ ବଢିଯାଇଛି ଯେ ଲୋକେ ଚା’ କରିବାକୁ ଡରୁଛନ୍ତି ।

ପାକିସ୍ତାନର ସୁପରଷ୍ଟାର କ୍ରିକେଟର ସୋଏବ ଅଖତାରଙ୍କ ସହର ରାୱଲପିଣ୍ଡିରେ ଚା’ ସ୍ୱାଦକୁ ଲୋକେ ଭୁଲିଗଲେଣି । ସେଠାରେ ଗୋଟେ କପ୍‌ର ଚା’ର ଦାମ ୪୦ ଟଙ୍କା । ପାକିସ୍ତାନ ଖବରକାଗଜ ଡନ ସହିତ ଆଲୋଚନାରେ ଜଣେ ଚା’ ବ୍ୟବସାୟୀ କହିଥିଲେ ଯେ, ପୂର୍ବରୁ ଏକ କପ ଚା’ର ମୂଲ୍ୟ ୩୦ ଟଙ୍କା ଥିଲା । ଯାହା ଏବେ ୪୦ ଟଙ୍କାକୁ ବୃଦ୍ଧି ପାଇଛି । ଚା’ ପତି, ଚା’ ବ୍ୟାଗ, କ୍ଷୀର, ଚିନି ଓ ଗ୍ୟାସର ମୂଲ୍ୟବୃଦ୍ଧି ହେତୁ ଗତ କିଛି ଦିନରେ ଚା’ ମୂଲ୍ୟରେ ମଧ୍ୟ ୩୫ ପ୍ରତିଶତ ବୃଦ୍ଧି ହୋଇଛି ।

ଏହି ଚା’ ବ୍ୟବସାୟୀ ଜଣକ କହିଥିଲେ ଯେ, କ୍ଷୀରର ମୂଲ୍ୟ ଲିଟର ପିଛା ୧୦୫ରୁ ୧୨୦ ଟଙ୍କା ବୃଦ୍ଧି ପାଇଛି । ଏହା ବ୍ୟତିତ ଚା’ ପତିର ମୂଲ୍ୟ ୮୦୦ରୁ ୯୦୦ ଟଙ୍କା ଓ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୧୫୦୦ରୁ ୩ ହଜାର ଟଙ୍କା ଯାଏଁ ପହଞ୍ଚିଲାଣି । ସବୁ ଜିନିଷର ଅହେତୁକ ଦର ବୃଦ୍ଧି ହେତୁ ଛୋଟ ଷ୍ଟଲ କରି ଚା ବିକ୍ରି ପେଟ ପୋଷୁଥିବା ଏହି ଚା ୱାଲା ଜଣକ ଗଭୀର ଭାବେ ପ୍ରଭାବିତ ହୋଇଥିବା କହିଛନ୍ତି । ଚା’ର ଦର ଅଧିକ ହେବାରୁ ଛୋଟ ବ୍ୟବସାୟୀଙ୍କ ଉପରେ ଏହାର ପ୍ରଭାବ ବେଶି ପଡିରହିଛି । କାରଣ ପ୍ରତିଦିନ ଯେଉଁମାନେ ୩ ରୁ ୪ କପ ଚା’ ପିଇବାକୁ ଆସୁଥିଲେ ସେମାନେ ଏତେ ଟଙ୍କା ଦେଇ ଆଉ ଚା’ ପିଇବାକୁ ଇଛା କରୁନାହାଁନ୍ତି ।

ପାକିସ୍ତାନ ସରକାରଙ୍କ ଜିଦ ଯୋଗୁଁ ସେଠାକାର ସାଧାରଣ ଲୋକ ଅଧିକ ହଇରାଣ ହେଉଛନ୍ତି । ଭାରତକୁ ନାଲି ଆଖି ଦେଖାଇ ଆତଙ୍କବାଦୀଙ୍କ ପଛରେ ଆଖିବୁଜା ଟଙ୍କା ଖର୍ଚ୍ଚ କରି ଚାଲିଛି ପାକିସ୍ତାନ । ଏପଟେ କିନ୍ତୁ ଦେଶବାସୀଙ୍କ ଅବସ୍ଥା ଶୋଚନୀୟ । ଚଳିତ ବର୍ଷ ଏପ୍ରିଲରେ ଭାରତ ପାକିସ୍ତାନକୁ ଚିନି ଓ ଗହମ ରପ୍ତାନୀ କରିବାକୁ ଚାହୁଁଥିଲେ ମଧ୍ୟ ପାକିସ୍ତାନକୁ ଏହା ଅଗ୍ରାହ୍ୟ କରିଦେଇଥିଲା । ଯେଯାଏଁ କାଶ୍ମୀରରେ ୩୭୦ ଧାରା ପୁର୍ନବାର ଲାଗୁ ନହୋଇଛି ସେ ପର୍ଯ୍ୟନ୍ତ ପାକିସ୍ତାନ ଭାରତର କୌଣସି ସାହାର୍ଯ୍ୟ ଗ୍ରହଣ କରିବନି ବୋଲି କହିଛି । ଭାରତୀୟ ଅଧିକାରୀଙ୍କ କହିବା ଅନୁସାରେ, ଯଦି ପାକିସ୍ତାନ ଚାହିଁଥାନ୍ତି ତେବେ ଭାରତଠୁ କମ ମୂଲ୍ୟରେ ଚିନି ପାଇପାରିଥାନ୍ତା ।

Leave A Reply

Your email address will not be published.