ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ପାକିସ୍ତାନରେ ଚା’ କପ୍‌ର ଦାମ ଏତେ!

0

ପାକିସ୍ତାନରେ ମହଙ୍ଗା ମାଡ଼ ସାଧାରଣ ଲୋକଙ୍କ ବଞ୍ଚିବା କଷ୍ଟକର କରିଦେଇଛି । ଗତ ଏକ ବର୍ଷ ଧରି ପାକିସ୍ତାନରେ ଖାଦ୍ୟସାମ୍ରଗୀର ଦରଦାମ ଏତେ ବଢିଛି ଯେ ଲୋକଙ୍କୁ ଘର ଚଳାଇବାକୁ ମୁସକିଲ ହେଉଛି । କେବେଳ ସହରରେ ନୁହେଁ ପାକିସ୍ତାନ ଗାଁ ମାନଙ୍କରେ ମଧ୍ୟ ଦୈନଦିନ ବ୍ୟବହାର୍ଯ୍ୟ ଜିନିଷ ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ତେବେ ପାକିସ୍ତାନ ବାସୀ ଏବେ ଚା’ର ସ୍ୱାଦ ଭୁଲିଗଲେଣି । କାରଣ ଚା’ ପତି , ଚିନି ଓ କ୍ଷୀରର ଦର ଏତେ ବଢିଯାଇଛି ଯେ ଲୋକେ ଚା’ କରିବାକୁ ଡରୁଛନ୍ତି ।

ପାକିସ୍ତାନର ସୁପରଷ୍ଟାର କ୍ରିକେଟର ସୋଏବ ଅଖତାରଙ୍କ ସହର ରାୱଲପିଣ୍ଡିରେ ଚା’ ସ୍ୱାଦକୁ ଲୋକେ ଭୁଲିଗଲେଣି । ସେଠାରେ ଗୋଟେ କପ୍‌ର ଚା’ର ଦାମ ୪୦ ଟଙ୍କା । ପାକିସ୍ତାନ ଖବରକାଗଜ ଡନ ସହିତ ଆଲୋଚନାରେ ଜଣେ ଚା’ ବ୍ୟବସାୟୀ କହିଥିଲେ ଯେ, ପୂର୍ବରୁ ଏକ କପ ଚା’ର ମୂଲ୍ୟ ୩୦ ଟଙ୍କା ଥିଲା । ଯାହା ଏବେ ୪୦ ଟଙ୍କାକୁ ବୃଦ୍ଧି ପାଇଛି । ଚା’ ପତି, ଚା’ ବ୍ୟାଗ, କ୍ଷୀର, ଚିନି ଓ ଗ୍ୟାସର ମୂଲ୍ୟବୃଦ୍ଧି ହେତୁ ଗତ କିଛି ଦିନରେ ଚା’ ମୂଲ୍ୟରେ ମଧ୍ୟ ୩୫ ପ୍ରତିଶତ ବୃଦ୍ଧି ହୋଇଛି ।

ଏହି ଚା’ ବ୍ୟବସାୟୀ ଜଣକ କହିଥିଲେ ଯେ, କ୍ଷୀରର ମୂଲ୍ୟ ଲିଟର ପିଛା ୧୦୫ରୁ ୧୨୦ ଟଙ୍କା ବୃଦ୍ଧି ପାଇଛି । ଏହା ବ୍ୟତିତ ଚା’ ପତିର ମୂଲ୍ୟ ୮୦୦ରୁ ୯୦୦ ଟଙ୍କା ଓ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୧୫୦୦ରୁ ୩ ହଜାର ଟଙ୍କା ଯାଏଁ ପହଞ୍ଚିଲାଣି । ସବୁ ଜିନିଷର ଅହେତୁକ ଦର ବୃଦ୍ଧି ହେତୁ ଛୋଟ ଷ୍ଟଲ କରି ଚା ବିକ୍ରି ପେଟ ପୋଷୁଥିବା ଏହି ଚା ୱାଲା ଜଣକ ଗଭୀର ଭାବେ ପ୍ରଭାବିତ ହୋଇଥିବା କହିଛନ୍ତି । ଚା’ର ଦର ଅଧିକ ହେବାରୁ ଛୋଟ ବ୍ୟବସାୟୀଙ୍କ ଉପରେ ଏହାର ପ୍ରଭାବ ବେଶି ପଡିରହିଛି । କାରଣ ପ୍ରତିଦିନ ଯେଉଁମାନେ ୩ ରୁ ୪ କପ ଚା’ ପିଇବାକୁ ଆସୁଥିଲେ ସେମାନେ ଏତେ ଟଙ୍କା ଦେଇ ଆଉ ଚା’ ପିଇବାକୁ ଇଛା କରୁନାହାଁନ୍ତି ।

ପାକିସ୍ତାନ ସରକାରଙ୍କ ଜିଦ ଯୋଗୁଁ ସେଠାକାର ସାଧାରଣ ଲୋକ ଅଧିକ ହଇରାଣ ହେଉଛନ୍ତି । ଭାରତକୁ ନାଲି ଆଖି ଦେଖାଇ ଆତଙ୍କବାଦୀଙ୍କ ପଛରେ ଆଖିବୁଜା ଟଙ୍କା ଖର୍ଚ୍ଚ କରି ଚାଲିଛି ପାକିସ୍ତାନ । ଏପଟେ କିନ୍ତୁ ଦେଶବାସୀଙ୍କ ଅବସ୍ଥା ଶୋଚନୀୟ । ଚଳିତ ବର୍ଷ ଏପ୍ରିଲରେ ଭାରତ ପାକିସ୍ତାନକୁ ଚିନି ଓ ଗହମ ରପ୍ତାନୀ କରିବାକୁ ଚାହୁଁଥିଲେ ମଧ୍ୟ ପାକିସ୍ତାନକୁ ଏହା ଅଗ୍ରାହ୍ୟ କରିଦେଇଥିଲା । ଯେଯାଏଁ କାଶ୍ମୀରରେ ୩୭୦ ଧାରା ପୁର୍ନବାର ଲାଗୁ ନହୋଇଛି ସେ ପର୍ଯ୍ୟନ୍ତ ପାକିସ୍ତାନ ଭାରତର କୌଣସି ସାହାର୍ଯ୍ୟ ଗ୍ରହଣ କରିବନି ବୋଲି କହିଛି । ଭାରତୀୟ ଅଧିକାରୀଙ୍କ କହିବା ଅନୁସାରେ, ଯଦି ପାକିସ୍ତାନ ଚାହିଁଥାନ୍ତି ତେବେ ଭାରତଠୁ କମ ମୂଲ୍ୟରେ ଚିନି ପାଇପାରିଥାନ୍ତା ।

Leave A Reply

Your email address will not be published.