ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

କୁହାଯାଏ, ମାଆଙ୍କ ଲାଗି ରାଜ୍ୟ ଫେରିପାଇଥିଲେ ରାଜା

0

ଭୁବନେଶ୍ୱର: ଖୋର୍ଦ୍ଧା ନୟାଗଡ ଓ ଖୋର୍ଦ୍ଧା ଟାଙ୍ଗୀ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସୁନାଖଳାଠାରୁ ରାଜ-ରଣପୁର ଦେଇ ଚାନ୍ଦପୁର ମଧ୍ୟରେ ଗୋପାଳପୁର ଠାରୁ ପଶ୍ଚିମକୁ ମଝିିଁଆଖଣ୍ଡ,ଭେଟବର ଆଗକୁ ଜଙ୍ଗଲ ରାସ୍ତାରେ ପ୍ରାୟ ୨୦ କିଲୋମିଟର ପରେ ପଡେ ପ୍ରାକୃତିକ ଶୋଭା ବିମଣ୍ଡିତ ରାଆଁଳର ମାଆ ଖିଲାମୁଣ୍ଡାଙ୍କ ପୀଠ। ଇନ୍ଦ୍ରାବତୀ ନଦୀକୂଳର ଏକ ପୁରାତନ ଆମ୍ବବୃକ୍ଷ ନିକଟରେ ଛୋଟ ଏକ ମନ୍ଦିର ମଧ୍ୟରେ ବିରାଜିତା ତ୍ରିମୂର୍ତ୍ତିି ରୂପଧାରିଣୀ ମାଆ। ମାଆଙ୍କ ଆବିର୍ଭାବ ନେଇ ଭିନ୍ନ ମତ ରହିଛି।

ଗୋଟିଏ ମତ ହେଉଛି, ଖିଲାରମୁଣ୍ଡା ନାମକ ଜଣେ ପରୋପକାରୀ ତାନ୍ତ୍ରିକ ଥିଲେ। ମାଆଙ୍କ କରୁଣାରୁ ତନ୍ତ୍ର ବଳରେ ଅସାଧ୍ୟ ସାଧନ କରିପାରୁଥିଲେ। ତାଙ୍କରି ଚେଷ୍ଟାରୁ ସେଠାକାର ଅଧିବାସୀମାନେ ନିର୍ଭୟରେ କାଳିତପାତ କରୁଥିଲେ।। ସେହି ତାନ୍ତ୍ରିକଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ କବର ଦେଇ ସେ ସ୍ଥାନରେ କାଠର ଏକ କିଳା ପୋତି ଅନୁଗତମାନେ ପୂଜା କରିବାକୁ ଲାଗିଲେ। କାଳକ୍ରମେ ସେ ସ୍ଥାନ ଖିଲାରମୁଣ୍ଡାରୁ ଖିଲାମୁଣ୍ଡା ହୋଇଅଛି।

ମାଆ ଖିଲାମୁଣ୍ଡା ଅଭୟ ଦାୟିନୀ,ଭକ୍ତ କଷ୍ଟ ନିବାରିଣୀ,ସଂକଟ ହାରିଣୀ। ସେଠାକାର ଅଧିବାସୀଙ୍କ ମତରେ ମାଆଙ୍କ ନାମ ସ୍ମରଣରେ ବାଘର ବି ପାଟି ପଡିଯାଏ। ରୋଗ ଆକ୍ରମଣ କରେନାହିଁ। ଚୋର ତସ୍କର ଭୂତପ୍ରେତ ଭୟ ଦୂରୀଭୂତ ହୁଏ। ଖାଲରେ ପଡିଥିବା ଶଗଡ ଅକ୍ଲେଶରେ ଉଠିଯାଏ।

ମାଆଙ୍କ କରୁଣାରୁ ରଣପୁର ରାଜା ନାରାୟଣ ନରେନ୍ଦ୍ର ନିଜ ରାଜ୍ୟ ଫେରିପାଇଥିବାରୁ ଆଶ୍ୱିନ ମାସ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ୧୬ ପୂଜାକୁ ନିମନ୍ତ୍ରଣ କରି ଆଣିଲେ। ଏହି ପ୍ରଥା ଅଦ୍ୟାବଧି ପ୍ରଚଳିତ ହେଉଛି। ଦଶହରା ପର୍ଯ୍ୟନ୍ତ ଦୈନିକ ବନଦୁର୍ଗା ମନ୍ତ୍ରରେ ମାଆଙ୍କ ଭୋଗ ଲାଗିହୁଏ। ସଂଧ୍ୟାରେ ରାଜପୁରୋଧାଙ୍କ ଦ୍ୱାରା ଷୋଡଶ ଉପଚାର ନୀତିପରେ ମାଆଙ୍କ ପ୍ରତ୍ୟାବର୍ତ୍ତନ ଉତ୍ସବ ପାଳନ କରାଯାଏ।

ରଣପୁରର ଉତ୍ତର ଦିଗରେ ଥିବା ଏକ ନିର୍ଦିଷ୍ଟ ସ୍ଥାନରେ ପୂଜାର୍ଚ୍ଚନା ପରେ ରାଜା ମାଆଙ୍କ ଚରଣ ବନ୍ଦନା କରିଥାନ୍ତି। ରାଜା ଅସ୍ତ୍ରଚାଳନା ଅନୁକୂଳ କରନ୍ତି।ତୋପଧ୍ୱନି ମାଆଙ୍କୁ ବିଦାୟ ସମ୍ୱର୍ଦ୍ଧନା ଜଣାଏ। ସଂକଟନାଶିନୀ ମାଆଙ୍କର ଆଶିଷ ଟିକିଏ ପାଇବା ପାଇଁ ଅପେକ୍ଷା କରିଥାଆନ୍ତି ମାଆଙ୍କର ପୁନରାଗମନକୁ।

Leave A Reply

Your email address will not be published.