ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଗର୍ଭପାତ ନିୟମରେ ଆସିଲା ବଡ ପରିବର୍ତ୍ତନ

0

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ଗର୍ଭଧାରଣ କ୍ଷେତ୍ରରେ ନିୟମ ସଂଶୋଧନ କରିଛନ୍ତି। ମେଡିକାଲ ଟର୍ମିନେସନ୍ (ସଂଶୋଧନ) ନିୟମ, ୨୦୨୧ ଅନୁଯାୟୀ ଏଣିକି ଗର୍ଭଧାରଣର ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ ଆଇନସମ୍ମତ ହେବ। ତେବେ ଏହି ନିୟମ କିଛି ବର୍ଗଙ୍କ ପାଇଁ କେବଳ ଲାଗୁ ହେବ ବୋଲି କୁହାଯାଇଛି।

ପୂର୍ବରୁ ଗର୍ଭଧାରଣର ୧୨ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ହେଲେ, ଜଣେ ଡାକ୍ତରଙ୍କର ମତାମତ ଆବଶ୍ୟକ ହେଉଥିଲା। ଯଦି ଏହି ସମୟସୀମା ୧୨ରୁ ୨୦ ସପ୍ତାହ ମଧ୍ୟରେ ରହୁଥିଲା, ତେବେ ସେ କ୍ଷେତ୍ରରେ ଦୁଇ ଜଣ ଡାକ୍ତରଙ୍କ ମତ ବାଧ୍ୟତାମୂଳକ ଥିଲା। ଏବେ କିନ୍ତୁ କେତେକ ମହିଳାଙ୍କ ଲାଗି ଏହି ନିୟମରେ କୋହଳ କରାଯାଇଛି।

ସରକାରଙ୍କ ନୂଆ ନିୟମ ଅନୁସାରେ, ଗର୍ଭପାତର ସମୟ ସୀମାକୁ ସର୍ବାଧିକ ୨୪ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହା କେବଳ ଯୌନ ଉତ୍ପୀଡନ ବା ନିର୍ଯାତନା ଅଥବା ବଳାତ୍କାର ଶିକାର ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଲାଗୁ ହେବ। ସେହିଭଳି ନାବାଳିକା ଅଥବା ଯେଉଁ ମହିଳାମାନଙ୍କର ଗର୍ଭଧାରଣ (ବିଧବା ଏବଂ ଛାଡପତ୍ର) ସମୟରେ ବୈବାହିକ ସ୍ଥିତି ବଦଳିଥାଏ କିମ୍ବା ଶାରୀରିକ ଅକ୍ଷମତା ରହିଛି ସେମାନଙ୍କ କ୍ଷେତ୍ରରେ ଏହି ବର୍ଧିତ ସମୟସୀମା ଲାଗୁ ହୋଇପାରିବ।

ଏହି ନୂତନ ନିୟମ ମାନସିକ ସ୍ତରରେ ଅସୁସ୍ଥ ମହିଳା, ଭୃଣ ବିକୃତି କ୍ଷେତ୍ରରେ ବି ଲାଗୁ ହେବ। ଅନ୍ୟଥା ଏ କ୍ଷେତ୍ରରେ ସଂପୃକ୍ତ ଶିଶୁର ଜୀବନ ସହିତ ଅସଙ୍ଗତ ହେବାର ଯଥେଷ୍ଟ ବିପଦ ଥାଏ କିମ୍ବା ଯଦି ଶିଶୁଟି ଜନ୍ମ ହୁଏ ତେବେ ସେ ଶାରୀରିକ କିମ୍ବା ମାନସିକ ଅସ୍ୱାଭାବିକତାର ଶିକାର ହୋଇପାରନ୍ତି। କିଛି କ୍ଷେତ୍ରରେ ଗୁରୁତର ଭାବରେ ଭିନ୍ନକ୍ଷମ ଜନ୍ମହୁଅନ୍ତି। ସେହିଭଳି ଅବସ୍ଥାରେ ଗର୍ଭବତୀ ଥିବା ମହିଳାମାନେ କିମ୍ବା ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ବି ଏହି ନୂଆ ନିୟମ ଲାଗୁ ହେବ। ତେବେ ଏ କ୍ଷେତ୍ରରେ ଏକ ରାଜ୍ୟସ୍ତରୀୟ ମେଡିକାଲ ବୋର୍ଡ ଗଠନ କରାଯିବ ଓ ସେମାନଙ୍କର ମତ ନିଆଯିବ। ଏହି ବୋର୍ଡର କାର୍ଯ୍ୟ ହେଉଛି ସେମାନେ ଉଭୟ ମହିଳା ଓ ତାଙ୍କ ରିପୋର୍ଟ ଯାଞ୍ଚ କରିବେ। ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ଗତ ମାର୍ଚ୍ଚ ମାସରେ ସଂସଦରେ ଦ୍ବାରା ମେଡିକାଲ ଟର୍ମିନେସନ୍( ସଂଶୋଧନ) ଅଧିନିୟମ ପାରିତ ହେବା ପରେ ଏହି ନୂଆ ନିୟମ ଆସିଛି।

Leave A Reply

Your email address will not be published.