ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

କେରଳରେ ଜଳପ୍ରଳୟ

0

କେରଳରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ ହୋଇପଡିଛି। ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୬ ଜିଲ୍ଲାରେ ରେଡ ଆଲର୍ଟ ଜାରି କରିଛି।ସାତ ଜିଲ୍ଲାରେ ଅରେଞ୍ଜ ଏବଂ ଦୁଇ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଉପୁଜିଛି। କୋଟାୟମ ଓ ଉଡୁକି ଜିଲ୍ଲାରେ ଭୂସ୍ଖଳନ ହୋଇ ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଯାଇଛି। ଏଯାଏ ୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ନିଖୋଜ ଅଛନ୍ତି।

ଲଗାଣ ବର୍ଷା ଫଳରେ ରାସ୍ତା ଉପରେ କାର, ବାଇକ ଭାସିଯିବା ସହ ଅନେକ ଅଞ୍ଚଳରେ ଘର ମଧ୍ୟ ବୁଡିଯାଇଛି। ପରିସ୍ଥିତି ବିଗୁଡୁଥିବାରୁ ଉଦ୍ଧାର କାମ ପାଇଁ
ରାଜ୍ୟ ସରକାର ସହାୟତା ଲୋଡିଛନ୍ତି। ଉଦ୍ଧାର କାର୍ଯ୍ୟରେ ୧୧ ଏନଡିଆରଏଫ ଟିମ,ଏୟାରଫୋର୍ସ ,ହେଲିକପ୍ଟର ଓ ନୌସେନା ବାହିନୀଙ୍କୁ ନିୟୋଜିତ କରାଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ।

ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ଯେ, କେରଳ ୬ ଜିଲ୍ଲା ପୃଥ୍ୱୀମତା,କୋଟାୟାମ, ଏର୍ନାକୁଲମ,ଇଡୁକି, ଥ୍ରୁସର ପ୍ରବଳ ବର୍ଷା ହେବ। ଦକ୍ଷିଣ ରାଜ୍ୟରେ ବର୍ଷାରେ ଅନେକ ଲୋକ ଆହତ ହୋଇଛନ୍ତି ଓ ବିସ୍ଥାପିତ ହୋଇଛନ୍ତି। କେରଳର ପ୍ରାୟ ସବୁ ଡ୍ୟାମ ପୂରିବା ସ୍ଥିତିରେ ଅଛି। ଅନେକ ଜିଲ୍ଲାରେ ପାହାଡ଼ ଅଞ୍ଚଳରେ ଥିବା ଛୋଟ ସହର ଓ ଗାଁ ଗୁଡିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

ଆଇଏମଡି ଏକ ବିବୃତିରେ କହିଛି, କେରଳ ଉପକୂଳରୁ ଦକ୍ଷିଣ ପୂର୍ବ ଆରବ ସାଗର ଉପରେ କମ ଚାପ ଥିବାରୁ ଆଜି କେରଳର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୧୯ ଅକ୍ଟୋବର ସକାଳୁ ବର୍ଷା କମିବ ବୋଲି ଅନୁମାନ କରାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ଆସନ୍ତା ୨୪ ଘଣ୍ଟା ଯାଏ ଲୋକଙ୍କୁ ଘରୁ ନବାହାରିବା ସହ ସତର୍କ ରହିବାକୁ କହିଛନ୍ତି। ବର୍ଷା ଯୋଗୁଁ ସ୍କୁଲ କଲେଜ ବନ୍ଦ କରିଦିଆଯାଇଛି। ସାବରିମାଳା ମନ୍ଦିର ମଧ୍ୟ ଏବେ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.