ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଆଜିଠୁ ଫ୍ଲିପକାର୍ଟର ଦିୱାଲି ସେଲ..ଜାଣନ୍ତୁ କ’ଣ ରହିଛି ଅଫର?

0

ଭୁବନେଶ୍ବର: ଫ୍ଲିପକାର୍ଟର ବିଗ ବିଲିୟନ ସେଲ ଏବେ ସରିଥିବା ବେଳେ ଆଜିଠୁ ଅର୍ଥାତ ୧୭ ଅକ୍ଟୋବରରୁ କମ୍ପାନି ଆରମ୍ଭ କରିବାକୁ ଯାଉଛି ବିଗ ଦିୱାଲି ସେଲ। ଫ୍ଲିପକାର୍ଟ ପ୍ଲସ ସଦସ୍ୟଙ୍କ ପାଇଁ ସେଲ ଏବେଠୁ ଆରମ୍ଭ ହୋଇଯାଇଛି। କିନ୍ତୁ ଅନ୍ୟ ଗ୍ରାହକଙ୍କ ପାଇଁ ଏହି ସେଲ ଅକ୍ଟୋବର ଆଜି ରାତି ୧୨ଟାରୁ ଆରମ୍ଭ ହେବ। ସେଲ୍‌ ସମୟରେ ଗ୍ରାହକ ମାନେ ବିଭିନ୍ନ ପ୍ରକାର ସାମଗ୍ରୀ ଉପରେ ଡିଲ ଓ ରିହାତି ପାଇବେ।

ତେବେ ଏବେ ଆପଣଙ୍କୁ କିଛି ଭଲ ଡିଲ ଓ ଅଫର୍ସ ବିଷୟରେ ଆମେ କହିବାକୁ ଯାଉଛୁ ।

ସ୍ମାର୍ଟଫୋନ କଥା କହିବାକୁ ଗଲେ ପୋକୋ ଏଫ ଥ୍ରୀ ଜିଟି ୨୫ ହଜାର ୯୯୯ରେ ମିଳିବ। ସେହିପରି ପୋକୋ ଏକ୍ସ ଥ୍ରୀ ପ୍ରୋର ବେସ ଭେରିଆ ଗ୍ରାହକ ୧୬ ହଜାର ୯୯୯ ଟଙ୍କାରେ ପାଇପାରିବେ। ରିୟଲମି ଜିଟି ମାଷ୍ଟର ଏଡିସନ ମଧ୍ୟ ୧୨ ହଜାର ୯୯୯ ଟଙ୍କାରେ ବିକ୍ରି ହେବ। ଇନଫିନିକ୍ସ ହଟ ୧୦ ପ୍ଲେର ବିକ୍ରି ୮ ହଜାର ୪୯୯ଟଙ୍କାରେ ଓ ମୋଟୋ ଜି ୪୦ ଫ୍ୟୁଜନର ବିକ୍ରି ୧୨ ହଜାର ୯୯୯ ଟଙ୍କାର ହେବ। ଏହିପରି ଗ୍ରାହକ ସାମସଙ୍ଗ ଗାଲାକ୍ସି ଏଫ୪୨ ଫାଇଭ-ଜିକୁ ୧୭ ହଜାର ୯୯୯ ଟଙ୍କାରେ କିଣିପାରିବେ। ଏହା ସହ ଆଇଫୋନ ଏସଇ, , ଆଇଫୋନ ୧୧,ଆଇଫୋନ ୧୨, ଆଇଫୋନ ୧୨ ମିନିରେ ଭଲ ଅଫର ଦିଆଯିବ ବୋଲି ଆଶା କରାଯାଉଛି।

ଟିଭି ବିକ୍ରି ଉପରେ କହିବାକୁ ଗଲେ ଗ୍ରାହକଙ୍କୁ ସାମସଙ୍ଗ ୫୦ ଇ ନିଓ କ୍ୟୁ ଏଲଇଡି ସ୍ମାର୍ଟ ଟିଭି ୩୦ ହଜାର ୯୯୯ ଟଙ୍କାରେ ଏବଂ ରିୟଲମି ୪୩ ଇ ୪କେ ଏଲଇଡି ସ୍ମାର୍ଟ ଟିଭି ୭ ହଜାର ୪୯୯ ଟଙ୍କାରେ, ଜିଓମିର ୪୩ ଇ ଏମଆଇ ୪ଏକ୍ସ ଅଲଟ୍ରା ଏଚଡି ସ୍ମାର୍ଟ ଏଲଇଡି ଟିଭି ୨୩ ହଜାର ୯୯୯ ଟଙ୍କାରେ ଗ୍ରାହକ ପାଇପାରିବେ। ସେହିପରି କିଛି ଘରୋଇ ଉପକରଣ ମଧ୍ୟ ଭଲ ଅଫରରେ ମିଳିବ । ଡାଇସନ ଭି୭ ଭ୍ୟାକୁମ କ୍ଲିନର ୧୭ ହଜାର ୯୦୦ ଟଙ୍କାରେ, ଭି-୮ ୨୭ ହଜାର ୯୦୦ ଟଙ୍କାରେ, ଭି-୧୦ ୩୫ ହଜାର ୯୦୦ ଟଙ୍କାରେ ଏବଂ ଭି-୧୧ ୪୪ ହଜାର ୯୦୦ ଟଙ୍କାରେ ଫ୍ଲିପକାର୍ଟରୁ କିଣିପାରିବେ ଗ୍ରାହକ।

Leave A Reply

Your email address will not be published.