ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଯେବେ ସନ୍ନିଙ୍କ ପରାମର୍ଶ ନେଉଥିଲେ ସଲମାନ

0

ମୁମ୍ବାଇ: ବଲିଉଡ଼ ଅଭିନେତା ସଲମାନ ଖାନ୍ ଆଜି ଇଣ୍ଡଷ୍ଟ୍ରିର ସବୁଠୁ ବଡ଼ ସୁପରଷ୍ଟାର। ତାଙ୍କ ଫିଲ୍ମ ଗୁଡିକ ବକ୍ସ ଅଫିସରେ ସୁନ୍ଦର ବ୍ୟବସାୟ କରେ। କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଲୋକ ସଲମାନଙ୍କ ଫିଲ୍ମ ପସନ୍ଦ କରିଥାନ୍ତି। କିନ୍ତୁ କିଛି ଏଭଳି ସମୟ ଥିଲା ଯେତେବେଳେ ସଲମାନଙ୍କ ଫିଲ୍ମ ବିଶେଷ ସଫଳତା ହାସଲ କରିପାରିନଥିଲା। ୯୦ ଦଶକରେ ଯେତେବେଳେ ସଲମାନ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସେତେବେଳେ ବହୁ ଉତଥାନ ପତନ ଦେଇ ସେ ଗତି କରିଥିଲେ। ସେହି ସମୟରେ ଇଣ୍ଡଷ୍ଟ୍ରିର ବହୁ କଳାକାର ନିଜକୁ ପ୍ରତିଷ୍ଠିତ କରାଇଥିଲେ। ସେମାନଙ୍କ ମଧ୍ୟରେ ସନ୍ନି ଦେଓଲ ମଧ୍ୟ ଥିଲେ। ସେହି ସମୟରେ ସଲମାନ ନିଜ ଫିଲ୍ମ ଚଳେଇବା ପାଇଁ ସନ୍ନି ଦେଓଲଙ୍କ ପରାମର୍ଶ ନେଇଥାନ୍ତି।

ସଲମାନ ନିଜ କ୍ୟାରିୟରରେ ଆଗକୁ ବଢିବା ପାଇଁ ସନ୍ନି ଦେଓଲଙ୍କ ସହଯୋଗ ନେଉଥିଲେ। ସଲମାନ ନିଜେ ଏହି କଥା ମାନିଛନ୍ତି ଯେ, ସେ ନିଜ କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ସମୟରେ ସନ୍ନି ଦେଓଲ ଓ ସଂଜୟ ଦତ୍ତଙ୍କ ପରି ଅଭିନେତାଙ୍କ ସହଯୋଗ ନେଇଥିଲେ, ଆଉ ଆଗକୁ ବଢିଥିଲେ। କାରଣ ୯୦ ଦଶକ ଆରମ୍ଭରେ ସନ୍ନି ଓ ସଂଜୟ ଅନେକ ହିଟ ଫିଲ୍ମରେ ଅଭିନୟ କରିଥିଲେ। କିନ୍ତୁ ସେହି ସମୟରେ ସଲମାନ ସଂଘର୍ଷ କରୁଥିଲେ।

ସଲମାନ ଖାନ ଏନେଇ ଫିଲ୍ମ ନିର୍ମାତାଙ୍କ ସହ କଥା ହୋଇ କହିଥିଲେ ଯେ, ଯେତେବେଳେ ତାଙ୍କୁ ଲାଗେ ତାଙ୍କ ଫିଲ୍ମକୁ ଭଲ ସଫଳତା ମିଳୁନି ଏବଂ କିଛି ଅସୁବିଧା ଅଛି; ସେତେବେଳେ ସେ ସେମାନଙ୍କ ସହାୟତା ଲୋଡିଥାନ୍ତି। ଏବେ ଇଣ୍ଡଷ୍ଟ୍ରିରେ ବହୁ ଶାରୀରିକ ଓ ମାନସିକ ସଚେତନତା ଅଛି। ବିଭିନ୍ନ କ୍ଷେତ୍ରରେ ପରାମର୍ଶ ଦେବାକୁ ଲୋକ ଅଛନ୍ତି। ନିଜେ ନିଜର ଫରଫର୍ମାନ୍ସ ଦେଖି ଆହୁରି ଭଲ କରିବାକୁ ଚେଷ୍ଟା କରିପାରିବ। ସମସ୍ତଙ୍କର ବ୍ୟକ୍ତିଗତ ପ୍ରଶିକ୍ଷକ ଅଛନ୍ତି।

କିନ୍ତୁ ସେତେବେଳେ କେବେଳ ପରାଠା ଖାଇବା ସହ ବୈଠକ ବସୁଥିଲା। ଠିକ ସମୟରେ ଉଚିତ ପରାମର୍ଶ ଦେବାକୁ କେହି ନଥିଲେ। କିନ୍ତୁ ସଲମାନଙ୍କୁ ତାଙ୍କ ସିନିୟର୍ସଙ୍କ ପରାମର୍ଶ ମିଳୁଥିଲା ବୋଲି କହିଛନ୍ତି ।

Leave A Reply

Your email address will not be published.