ପ୍ରମୁଖ ଖବର

ଅଧାବାଟରେ ଅଟକିଲେ ପ୍ରଭୁ ଶ୍ରୀଲିଙ୍ଗରାଜ, ଆସନ୍ତାକାଲି ରାମେଶ୍ବର ମନ୍ଦିର ଅଭିମୁଖେ ପୁଣି ଗଡ଼ିବ ରୁକୁଣା ରଥ
ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଦ୍ୱିତୀୟରେ ଓଡ଼ିଶାର ଅନିମେଶ ପ୍ରଧାନ ଓ ତୃତୀୟରେ ଡି. ଅନନ୍ୟା ରେଡ୍ଡି
ବିଜେଡିରେ ମିଶିଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଓ ପୁଅ
୨ ଆସନରେ ପ୍ରାର୍ଥୀ ବଦଳାଇଲା ବିଜେପି, ରଣପୁରରେ ସୁରମାଙ୍କୁ ଦଳ ଦେଲା ପୁଣି ସୁଯୋଗ, ପଟାଙ୍ଗୀରେ ଚୈତନ୍ୟ ନନ୍ଦିବାଲୀଙ୍କୁ ଭରସିଲା ବିଜେପି

ସଇତାନ କହିଲା ସତ

0

ମମିତାଙ୍କ କେମିତି ହୋଇଛି ହତ୍ୟା? ଗାତ ଖୋଳି ମାଟି ଭିତରେ ତାଙ୍କୁ କିଏ ପୋତିଲା? କଣ ପାଇଁ ତାଙ୍କୁ ହତ୍ୟା କରାଯାଇଥିଲା ? ଏଭଳି ଅନେକ ପ୍ରଶ୍ନ ଉଠିବା ପରେ ଏବେ ସମସ୍ତ ସତ ଧିରେ ଧିରେ ସାମନାକୁ ଆସିବାର ଲାଗିଛି । ଘଟଣାର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଗିରଫ ପରେ ଘଟଣା ଉପରୁ ପରଦା ଉଠିବାରେ ଲାଗିଛି । ଗୋବିନ୍ଦ ସାହୁକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ରିମାଣ୍ଡରେ ଆଣିବାକୁ ଅନୁମତି ମାଗିବ ପୁଲିସ ।

ପୁଲିସ ଆଗରେ ଜେରା ବେଳେ ହତ୍ୟାକାଣ୍ଡର ପୁରୁଣା କାହାଣୀ କହିଛି ଅଭିଯୁକ୍ତ ଗୋବିନ୍ଦ ସାହୁ । କୌଣସି ଫିଲ୍ମ କିମ୍ବା ସିରଏଲରେ ଏଭଳି ଘଟଣା ହୁଏତ ଅନେକ ଥର ଦେଖିବାକୁ ମିଳିଥାଏ । କିଭଳି ହତ୍ୟା ପୂର୍ବରୁ ସମସ୍ତ ଯୋଜନା ହୁଏ ଏବଂ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତହେଦକୁ ନଷ୍ଟ କରିବାକୁ ଯୋଜନା କରାଯାଇଥାଏ । ଠିକ ସେହିଭଳି ଗୋବିନ୍ଦ ସାହୁ ମମିତାଙ୍କୁ ମାରିବା ପୂର୍ବରୁ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ । ଗୋଟି ଗୋଟି କରି ସବୁ କଥା ଏବେ ପୁଲିସ ଆଗରେ ସ୍ୱୀକାର କରିଛି ଗୋବିନ୍ଦ ।

ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ମାରିବା ପୂର୍ବରୁ ହତ୍ୟା ପ୍ରମାଣ ନଷ୍ଟ କରିବାକୁ ଯୋଜନା କରିସାରିଥିଲା ଗୋବିନ୍ଦ ସାହୁ । ଗତ ୭ ତାରିଖରେ ସ୍କୁଲ ଷ୍ଟାଡିୟମ ପରିସରରେ ଜେସିବି ଡ୍ରାଇଭରକୁ ଗାତ ଖୋଳିବାକୁ କୁହାଯାଇଥିଲା । ଏହା ପର ଦିନ ମମିତାଙ୍କୁ ଫୋନ କରି ମିଟିଂ ପାଇଁ ଡକାଯାଇଥିଲା । ଭବାନୀପାଟଣରୁ ଫେରିବା ବାଟରେ ରାସ୍ତାରେ କାରରେ ହତ୍ୟା କରାଯାଇଥିଲା ମମିତାଙ୍କୁ । ଏହା ପରେ ମମିତାଙ୍କ ମୃତଦେହକୁ ଷ୍ଟାଡିୟମ ଭିତରେ
ଖୋଳାଯାଇଥିବା ଗାତରେ ରଖି ଟାୟାର ଓ ପ୍ଲାଏ ମାଧ୍ୟମରେ ପୋଡିଦିଆଯାଇଥିଲା । ଏପରିକି ମୃତଦେହ କିଭଳି ଶୀଘ୍ର ନଷ୍ଟ ହେବ ସେ ନେଇ ପ୍ରଚୁର ଲୁଣ ମଧ୍ୟ ଦିଆଯାଇଥିଲା ।

ଗୋବିନ୍ଦଙ୍କ ସମେତ ୪ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ବେଳେ ଜେସିବି ଡ୍ରାଇଭର ମଧ୍ୟ ପୁଲିସ ଆଗରେ ସବୁ ସତ ମାନିଛି । ତେବେ ମମିତାଙ୍କୁ ମାରିବା ପାଇଁ କେବେଳ ଗୋବିନ୍ଦ ନୁହଁନ୍ତି ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । କଲେଜ ଅଧ୍ୟକ୍ଷ ଓ ୱାଚମ୍ୟାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛିା

ସେପଟେ ମମିତାଙ୍କ ମୃତ୍ୟୁ ନେଇ ଜୋର ଧରିଛି ରାଜନୀତି । କଳାହାଣ୍ଡିର ଭୁବନେଶ୍ୱର ସବୁଠି ଉଠିଛି ବିରୋଧର ସ୍ୱର । ଗୋବିନ୍ଦ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପର୍କ ବହୁତ ଘନିଷ୍ଠ ଥିଲା । ତେଣୁ ଘଟଣାରେ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଦାବି କରି ତାଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ ଓ ବିଜେପି । ଭବାନୀପାଟଣାରେ ମନ୍ତ୍ରୀଙ୍କ ବାସଭବନ ଉପରକୁ ଆଜି ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି । କଟକରେ କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବା ସହ କୁଶପୁତ୍ତଳିକା ଦାହ କରାଯାଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ପରୀ ମୃତ୍ୟୁ ମାମଲାରେ ପରିବାର ଲୋକଙ୍କୁ ଏଯାଏ ନ୍ୟାୟ ମିଳିନି । ସୌମ୍ୟରଂଜନ ମୃତ୍ୟୁ ମାମଲାରେ ମଧ୍ୟ ଡିଏଫଓଙ୍କ ବିରୋଧରେ କିଛି ଅଭିଯୋଗ ଶୁଣାଯାଉନି । ମମିତା ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ବିଜେପି ଦାବି କରିଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ରାଜ୍ୟପାଳଙ୍କୁ ଭେଟିଛନ୍ତି । ରାଜ୍ୟପାଳଙ୍କୁ ଭେଟି ସାମ୍ବାଧାନିକ ବିଧି ବ୍ୟବସ୍ଥା ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ମାମଲାର ସଠିକ୍ ତଦନ୍ତ କରି ରିପୋର୍ଟ ଦେବାକୁ କଳାହାଣ୍ଡି ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା କମିସନ ।୧୫ ଦିନ ଭିତରେ ରିପୋର୍ଟ ଦେବାକୁ ମହିଳା କମିସନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି । ଆଇନ ଆଗରେ ସମସ୍ତେ ସମାନ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଅଧ୍ୟକ୍ଷା ମୀନତି ବେହେରା ।

Leave A Reply

Your email address will not be published.