ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ସଇତାନ କହିଲା ସତ

0

ମମିତାଙ୍କ କେମିତି ହୋଇଛି ହତ୍ୟା? ଗାତ ଖୋଳି ମାଟି ଭିତରେ ତାଙ୍କୁ କିଏ ପୋତିଲା? କଣ ପାଇଁ ତାଙ୍କୁ ହତ୍ୟା କରାଯାଇଥିଲା ? ଏଭଳି ଅନେକ ପ୍ରଶ୍ନ ଉଠିବା ପରେ ଏବେ ସମସ୍ତ ସତ ଧିରେ ଧିରେ ସାମନାକୁ ଆସିବାର ଲାଗିଛି । ଘଟଣାର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଗିରଫ ପରେ ଘଟଣା ଉପରୁ ପରଦା ଉଠିବାରେ ଲାଗିଛି । ଗୋବିନ୍ଦ ସାହୁକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ରିମାଣ୍ଡରେ ଆଣିବାକୁ ଅନୁମତି ମାଗିବ ପୁଲିସ ।

ପୁଲିସ ଆଗରେ ଜେରା ବେଳେ ହତ୍ୟାକାଣ୍ଡର ପୁରୁଣା କାହାଣୀ କହିଛି ଅଭିଯୁକ୍ତ ଗୋବିନ୍ଦ ସାହୁ । କୌଣସି ଫିଲ୍ମ କିମ୍ବା ସିରଏଲରେ ଏଭଳି ଘଟଣା ହୁଏତ ଅନେକ ଥର ଦେଖିବାକୁ ମିଳିଥାଏ । କିଭଳି ହତ୍ୟା ପୂର୍ବରୁ ସମସ୍ତ ଯୋଜନା ହୁଏ ଏବଂ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତହେଦକୁ ନଷ୍ଟ କରିବାକୁ ଯୋଜନା କରାଯାଇଥାଏ । ଠିକ ସେହିଭଳି ଗୋବିନ୍ଦ ସାହୁ ମମିତାଙ୍କୁ ମାରିବା ପୂର୍ବରୁ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ । ଗୋଟି ଗୋଟି କରି ସବୁ କଥା ଏବେ ପୁଲିସ ଆଗରେ ସ୍ୱୀକାର କରିଛି ଗୋବିନ୍ଦ ।

ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ମାରିବା ପୂର୍ବରୁ ହତ୍ୟା ପ୍ରମାଣ ନଷ୍ଟ କରିବାକୁ ଯୋଜନା କରିସାରିଥିଲା ଗୋବିନ୍ଦ ସାହୁ । ଗତ ୭ ତାରିଖରେ ସ୍କୁଲ ଷ୍ଟାଡିୟମ ପରିସରରେ ଜେସିବି ଡ୍ରାଇଭରକୁ ଗାତ ଖୋଳିବାକୁ କୁହାଯାଇଥିଲା । ଏହା ପର ଦିନ ମମିତାଙ୍କୁ ଫୋନ କରି ମିଟିଂ ପାଇଁ ଡକାଯାଇଥିଲା । ଭବାନୀପାଟଣରୁ ଫେରିବା ବାଟରେ ରାସ୍ତାରେ କାରରେ ହତ୍ୟା କରାଯାଇଥିଲା ମମିତାଙ୍କୁ । ଏହା ପରେ ମମିତାଙ୍କ ମୃତଦେହକୁ ଷ୍ଟାଡିୟମ ଭିତରେ
ଖୋଳାଯାଇଥିବା ଗାତରେ ରଖି ଟାୟାର ଓ ପ୍ଲାଏ ମାଧ୍ୟମରେ ପୋଡିଦିଆଯାଇଥିଲା । ଏପରିକି ମୃତଦେହ କିଭଳି ଶୀଘ୍ର ନଷ୍ଟ ହେବ ସେ ନେଇ ପ୍ରଚୁର ଲୁଣ ମଧ୍ୟ ଦିଆଯାଇଥିଲା ।

ଗୋବିନ୍ଦଙ୍କ ସମେତ ୪ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ବେଳେ ଜେସିବି ଡ୍ରାଇଭର ମଧ୍ୟ ପୁଲିସ ଆଗରେ ସବୁ ସତ ମାନିଛି । ତେବେ ମମିତାଙ୍କୁ ମାରିବା ପାଇଁ କେବେଳ ଗୋବିନ୍ଦ ନୁହଁନ୍ତି ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । କଲେଜ ଅଧ୍ୟକ୍ଷ ଓ ୱାଚମ୍ୟାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛିା

ସେପଟେ ମମିତାଙ୍କ ମୃତ୍ୟୁ ନେଇ ଜୋର ଧରିଛି ରାଜନୀତି । କଳାହାଣ୍ଡିର ଭୁବନେଶ୍ୱର ସବୁଠି ଉଠିଛି ବିରୋଧର ସ୍ୱର । ଗୋବିନ୍ଦ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପର୍କ ବହୁତ ଘନିଷ୍ଠ ଥିଲା । ତେଣୁ ଘଟଣାରେ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଦାବି କରି ତାଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ ଓ ବିଜେପି । ଭବାନୀପାଟଣାରେ ମନ୍ତ୍ରୀଙ୍କ ବାସଭବନ ଉପରକୁ ଆଜି ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି । କଟକରେ କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବା ସହ କୁଶପୁତ୍ତଳିକା ଦାହ କରାଯାଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ପରୀ ମୃତ୍ୟୁ ମାମଲାରେ ପରିବାର ଲୋକଙ୍କୁ ଏଯାଏ ନ୍ୟାୟ ମିଳିନି । ସୌମ୍ୟରଂଜନ ମୃତ୍ୟୁ ମାମଲାରେ ମଧ୍ୟ ଡିଏଫଓଙ୍କ ବିରୋଧରେ କିଛି ଅଭିଯୋଗ ଶୁଣାଯାଉନି । ମମିତା ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ବିଜେପି ଦାବି କରିଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ରାଜ୍ୟପାଳଙ୍କୁ ଭେଟିଛନ୍ତି । ରାଜ୍ୟପାଳଙ୍କୁ ଭେଟି ସାମ୍ବାଧାନିକ ବିଧି ବ୍ୟବସ୍ଥା ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ମାମଲାର ସଠିକ୍ ତଦନ୍ତ କରି ରିପୋର୍ଟ ଦେବାକୁ କଳାହାଣ୍ଡି ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା କମିସନ ।୧୫ ଦିନ ଭିତରେ ରିପୋର୍ଟ ଦେବାକୁ ମହିଳା କମିସନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି । ଆଇନ ଆଗରେ ସମସ୍ତେ ସମାନ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଅଧ୍ୟକ୍ଷା ମୀନତି ବେହେରା ।

Leave A Reply

Your email address will not be published.