ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଆର୍ୟନଙ୍କୁ ଜେଲ ନା ବେଲ? ନିଷ୍ପତ୍ତି ଆଜି

0

ମୁମ୍ବାଇ: ବଲିଉଡ଼ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହେବ। ଆର୍ୟନ ଜେଲରେ ରହିବେ ନା ତାଙ୍କୁ ଜାମିନ ମିଳିବ ଆଜି କୋର୍ଟ ରାୟ ଶୁଣାଇବେ। ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ୧୭ ଦିନ ହେବ ଗିରଫ ହୋଇଥିବା ଆର୍ୟନ ଏବେ ଜେଲରେ ଅଛନ୍ତି। ଗତ ଗୁରୁବାର ମୁମ୍ବାଇର ଏନଡିପିଏସ କୋର୍ଟ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

ଅକ୍ଟୋବର ୧୪ରେ ଏନସିବି(ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଆର୍ୟନ ଜାମିନ ଆବେଦନକୁ ବିରୋଧ କରିଥିଲା। ଏନସିବି କହିଥିଲା ଯେ, ଆର୍ୟନ ଡ୍ରଗ୍ସର ନିୟମିତ ଗ୍ରାହକ। ଏନସିବି କହିଛନ୍ତି, ତାଙ୍କ ପାଖରୁ ଡ୍ରଗ୍ସ ମିଳିନଥିଲେ ବି ତାଙ୍କ ହ୍ୱାଟସ ଆପ ଚାଟରୁ ଡ୍ରଗ୍ସ ବେପାରୀଙ୍କ ସେ ସଂପର୍କରେ ଥିବା ଜଣାପଡ଼ିଛି ଆହୁରି ମଧ୍ୟ କହିଥିଲେ ଯେ, ପାର୍ଟରୁ ଅରବାଜ ମର୍ଚା ଙ୍କ ପାଖରୁ ଜବତ ଡ୍ରଗ୍ସ ଆର୍ୟନଙ୍କ ପାଇଁ ହିଁ ଥିଲା। ଏନସିବି କୋର୍ଟରେ ଏହା ମଧ୍ୟ ଦାବି କରିଛି ଯେ, ଆର୍ୟନଙ୍କର ଅନ୍ତର୍ଜାତୀୟ ଡ୍ରଗ୍ସ ଗ୍ୟାଙ୍ଗର ସଦସ୍ୟଙ୍କ ସହ ଲିଙ୍କ ଅଛି।

ଆର୍ଥର ରୋଡ ଜେଲରେ ଆର୍ୟନଙ୍କୁ କଏଦୀ ନମ୍ବର ୯୫୬ ବ୍ୟାଚ ରହିଛି।ଜେଲରେ ରହିବା ବେଳେ ଏନସିବି ମୁମ୍ବାଇ ଜୋନର ମୁଖ୍ୟ ସମୀର ୱାଙ୍ଖଡେ ଆର୍ୟନଙ୍କ କାଉନସେଲିଂ କରିଥିଲେ। ସେ ଜେଲରୁ ବାହାରି ଭଲ କାମ କରିବେ। ଯେଉଁଥିପାଇଁ ସମୀର ମଧ୍ୟ ନିଜକୁ ଗର୍ବିତ ଅନୁଭବ କରିବେ ବୋଲି କହିଥିବା ସୂଚନା ମିଳିଛି।

ଅକ୍ଟୋବର ୩ରେ ଏନସିବି ଆର୍ୟନଙ୍କୁ ଗିରଫ କରିଥିଲା। ଆର୍ୟନ ଖାନ ଓ ଅନ୍ୟ ଦୁଇ ଜଣ ଅରବାଜ ମର୍ଚା ଓ ମୁନୁମୁନ ଧାମେଚାଙ୍କ ଜାମିନ ଆବେଦନ ସ୍ୱତନ୍ତ୍ର ଜଜ୍‌ ଭି.ଭି ପାଟିଲଙ୍କ କୋର୍ଟରେ କରାଯାଇଛି। ଏନସିବି ପକ୍ଷରୁ ପକ୍ଷ ରଖୁଥିବା ଅତିରିକ୍ତ ସଲିସେଟର ଜେନେରାଲ (ଏଏସଜି)ଅନୀଲ ସିଂହ ଦାବି କରିଛନ୍ତି ଯେ, ଗତ କିଛି ବର୍ଷ ଧରି ସେ ନିଶାଦ୍ରବ୍ୟର ନିୟମିତ ଗ୍ରାହକ ଥିଲେ। ଏହା ସହିତ ତାଙ୍କ ହ୍ୱାଟସ ଆପ ଚାଟରୁ ସେ ଡ୍ରଗ୍ସ କାରାବାର ଷଡଯନ୍ତ୍ରରେ ସଂପୃକ୍ତ ଥିବା ଅଭିଯୋଗକୁ ଦୋହରାଇଛନ୍ତି। ବିଦେଶୀ ଡ୍ରଗ୍ସ କାରବାରରେ ତାଙ୍କର ବିଦେଶୀ ଲିଙ୍କ ରହିଛି ବୋଲି ଏନସିବି କହିଥିଲା।

ବାରମ୍ବାର ଜାମିନ ଆବେଦନ କରି ନିରାଶ ହୋଇଛନ୍ତି ଆର୍ୟନ ଖାନ। ତେଣୁ ଆଜି ତାଙ୍କୁ ଜାମିନ ମିଳିଯାଇପାରେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.