ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଟ୍ରୋଲ ପରେ ସାମିଙ୍କ ସପକ୍ଷରେ ଭାରତ

0

ଟି-୨୦ ବିଶ୍ୱକପରେ ଭାରତୀୟ ଦଳକୁ ପ୍ରଥମ ମ୍ୟାଚରେ ପାକିସ୍ତାନଠୁ ୧୦ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ବିଶ୍ୱକପ ଇତହାସରେ ପ୍ରଥମ ଥର ପାଇଁ ଭାରତ ପଡୋଶୀ ଦେଶଠୁ ହାରିବା ପରେ ପେସ ବୋଲର ମହମ୍ମଦ ସାମିଙ୍କୁ ଟ୍ରୋଲ ହେବାକୁ ପଡିଛି । ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ଟ୍ରୋଲ କରାଯାଉଛି । କିଛି ୟୁଜର୍ସ ତ ଆପତିଜନକ ଟିପ୍ପଣୀ ମଧ୍ୟ ଦେବାକୁ ପଛାଇନାହାଁନ୍ତି ।

ଆଉ ଏଭଳି ସ୍ଥିତିରେ ସାମିଙ୍କ ସପକ୍ଷରେ ବାହାରିଛନ୍ତି ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହୱାଗଙ୍କ ପରି ବଡ଼ କ୍ରିକେଟର । ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ଏବଂ ଭାରତର ଶ୍ରେଷ୍ଠ ସ୍ପିନର ଅନୀଲ କୁମ୍ବଲେ ମଧ୍ୟ ସାମିଙ୍କ ସପକ୍ଷରେ ବାହାରିଛନ୍ତି । ବିସିସିଆଇ ଟୁଇଟ କରି କହିଛି ଯେ, ଭାରତ ପାଇଁ ଖେଳିବା ଗର୍ବର ବିଷୟ । ଦୃଢ ରୁହ, ଉପରକୁ ଯାଅ ଓ ଆଗକୁ ବଢ ।ଭାରତର ପୂର୍ବ ହେଡ୍ କୋଚ ଅନୀଲ କୁମ୍ବଲେ ଟୁଇଟ କରି ଲେଖିଛନ୍ତି ଯେ, ତୁମେ ଜଣେ ଚାମ୍ପିଅନ ବୋଲର ମହମ୍ମଦ ସାମି ।

ଭାରତର ପରାଜୟ ପରେ ସାମିଙ୍କ ଧର୍ମକୁ ନେଇ ସୋସିଆଲ ମିଡ଼ିଆରେ ଟାର୍ଗେଟ କରାଯାଇଥିବା ବେଳେ ଅନେକ ତାଙ୍କୁ ପାକିସ୍ତାନ ଚାଲିଯିବାକୁ କମେଂଟ କରିଛନ୍ତି । ତେବେ ସାମିଙ୍କ ସପକ୍ଷରେ ଅନେକ ଖେଳାଳି ବାହାରିବା ସହ ସାମୀଙ୍କୁ ଚାମ୍ପିଅନ ବୋଲି ସମ୍ବୋଧନ କରିଛନ୍ତି ।

ପୂର୍ବରୁ ମହମ୍ମଦ ସାମି ମୈଦାନରେ ଅନେକ ଚମତ୍କାର ପ୍ରଦର୍ଶନ କରିବା ସହ ତାଙ୍କ ଯୋଗୁଁ ଅନେକ ଥର ଭାରତ ବିଜୟ ହୋଇଛି । ରବିବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନଠୁ ୧୦ ୱିକେଟରେ ଭାରତ ହାରିଥିଲା ।ବିନା କୌଣସି ୱିକେଟ ହରା ପାକ୍ କ୍ରିକେଟ ଦଳ ଦୁଇ ଓଭର ପୂର୍ବରୁ ହିଁ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ଭାରତରେ ବୋଲିଂ ପ୍ଲାନିଂ କାମ ଦେଇନଥିଲା । ସାମି ୪ ଓଭରରେ ୪୩ ରନ ଦେଇ ପାକିସ୍ତାନ ପାଇଁ ବିଜୟ ସହଜ କରିଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲର ସମ୍ମୁଖୀନ ହେବାକୁ ପଡିଛି ।

Leave A Reply

Your email address will not be published.