ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଟ୍ରୋଲ ପରେ ସାମିଙ୍କ ସପକ୍ଷରେ ଭାରତ

0

ଟି-୨୦ ବିଶ୍ୱକପରେ ଭାରତୀୟ ଦଳକୁ ପ୍ରଥମ ମ୍ୟାଚରେ ପାକିସ୍ତାନଠୁ ୧୦ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ବିଶ୍ୱକପ ଇତହାସରେ ପ୍ରଥମ ଥର ପାଇଁ ଭାରତ ପଡୋଶୀ ଦେଶଠୁ ହାରିବା ପରେ ପେସ ବୋଲର ମହମ୍ମଦ ସାମିଙ୍କୁ ଟ୍ରୋଲ ହେବାକୁ ପଡିଛି । ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ଟ୍ରୋଲ କରାଯାଉଛି । କିଛି ୟୁଜର୍ସ ତ ଆପତିଜନକ ଟିପ୍ପଣୀ ମଧ୍ୟ ଦେବାକୁ ପଛାଇନାହାଁନ୍ତି ।

ଆଉ ଏଭଳି ସ୍ଥିତିରେ ସାମିଙ୍କ ସପକ୍ଷରେ ବାହାରିଛନ୍ତି ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହୱାଗଙ୍କ ପରି ବଡ଼ କ୍ରିକେଟର । ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ଏବଂ ଭାରତର ଶ୍ରେଷ୍ଠ ସ୍ପିନର ଅନୀଲ କୁମ୍ବଲେ ମଧ୍ୟ ସାମିଙ୍କ ସପକ୍ଷରେ ବାହାରିଛନ୍ତି । ବିସିସିଆଇ ଟୁଇଟ କରି କହିଛି ଯେ, ଭାରତ ପାଇଁ ଖେଳିବା ଗର୍ବର ବିଷୟ । ଦୃଢ ରୁହ, ଉପରକୁ ଯାଅ ଓ ଆଗକୁ ବଢ ।ଭାରତର ପୂର୍ବ ହେଡ୍ କୋଚ ଅନୀଲ କୁମ୍ବଲେ ଟୁଇଟ କରି ଲେଖିଛନ୍ତି ଯେ, ତୁମେ ଜଣେ ଚାମ୍ପିଅନ ବୋଲର ମହମ୍ମଦ ସାମି ।

ଭାରତର ପରାଜୟ ପରେ ସାମିଙ୍କ ଧର୍ମକୁ ନେଇ ସୋସିଆଲ ମିଡ଼ିଆରେ ଟାର୍ଗେଟ କରାଯାଇଥିବା ବେଳେ ଅନେକ ତାଙ୍କୁ ପାକିସ୍ତାନ ଚାଲିଯିବାକୁ କମେଂଟ କରିଛନ୍ତି । ତେବେ ସାମିଙ୍କ ସପକ୍ଷରେ ଅନେକ ଖେଳାଳି ବାହାରିବା ସହ ସାମୀଙ୍କୁ ଚାମ୍ପିଅନ ବୋଲି ସମ୍ବୋଧନ କରିଛନ୍ତି ।

ପୂର୍ବରୁ ମହମ୍ମଦ ସାମି ମୈଦାନରେ ଅନେକ ଚମତ୍କାର ପ୍ରଦର୍ଶନ କରିବା ସହ ତାଙ୍କ ଯୋଗୁଁ ଅନେକ ଥର ଭାରତ ବିଜୟ ହୋଇଛି । ରବିବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନଠୁ ୧୦ ୱିକେଟରେ ଭାରତ ହାରିଥିଲା ।ବିନା କୌଣସି ୱିକେଟ ହରା ପାକ୍ କ୍ରିକେଟ ଦଳ ଦୁଇ ଓଭର ପୂର୍ବରୁ ହିଁ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ଭାରତରେ ବୋଲିଂ ପ୍ଲାନିଂ କାମ ଦେଇନଥିଲା । ସାମି ୪ ଓଭରରେ ୪୩ ରନ ଦେଇ ପାକିସ୍ତାନ ପାଇଁ ବିଜୟ ସହଜ କରିଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲର ସମ୍ମୁଖୀନ ହେବାକୁ ପଡିଛି ।

Leave A Reply

Your email address will not be published.