ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଉପନିର୍ବାଚନ ପରେ ବିହାରରେ ବଦଳିବ କି ସରକାର!

0

ବିହାରରେ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପାଟନାକୁ ଫେରିବା ପରେ ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ପ୍ରସ୍ତୁତି ହେଉଛନ୍ତି । ଦୀର୍ଘ ଦିନ ପରେ ଲାଲୁ ଯାଦବ ପ୍ରଚାର ମୈଦାନକୁ ଓହ୍ଲାଇବେ । ତେବେ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଏହି ଆସନରେ ବାଜିମାତ କରିବା ପରେ ସେ ବିହାରରେ ନୂତନ ସରକାର ଗଠନ କରିବେ ।

ଲାଲୁଙ୍କ ରାଲିକୁ ନେଇ ଜାତୀୟ ଗଣମାଧ୍ୟମରେ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଲୋକଙ୍କ ଭଲପାଇବା ଲାଲୁ ଯାଦବଙ୍କୁ ଟାଣି ଆଣିଛି । ସେ ଏବେ ସଂପୂର୍ଣ୍ଣ ସୁସ୍ଥ ନାହାଁନ୍ତି କିନ୍ତୁ ନିର୍ବାଚନ ପ୍ରଚାର ପାଇଁ ଯାଉଛନ୍ତି । ଲାଲୁଙ୍କ ଭାଷଣ ଶୁଣିବାକୁ ଲୋକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେଜସ୍ୱୀ ଯାଦବ କହିଛନ୍ତି ଯେ, ଆଜି ଯେଉଁ ଦୁଇ ଜନସଭା ହେବ ଏøତିହାସିକ ଜନସଭା ହେବ । ଜନସଭାରେ ବହୁତ ଭିଡ଼ ହେବାର ସମ୍ଭାବନା ରହିଛି । ଲାଲୁ ଯାଦବ ଏକ ଝଲକ ଦେଖିବାକୁ ଓ ତାଙ୍କ ଭାଷଣ ଶୁଣିବାକୁ ଶହ ଶହ ଲୋକ ଆସିପାରନ୍ତି । ଲାଲୁ ଯାଦବ ଆଜି କୁଶେଶ୍ୱରସ୍ତାନ ଓ ତାରାପୁରରେ ଦୁଇଟି ନିର୍ବାଚନୀ ସଭାରେ ଯୋଗଦେବେ । ଅକ୍ଟୋବର ୩୦ରେ ଏଠାରେ ଉପନିର୍ବାଚନ ପାଇଁ ଭୋଟ ପଡ଼ିବ ।

ଉପନିର୍ବାଚନ ପରେ ଆରଜେଡି ନୂତନ ସରକାର ଗଠନ କରିବ ବୋଲି ହେଉଥିବା କଳ୍ପନା ଜଳ୍ପନା ନେଇ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଏବେ ଆମେ ଆମର ଷ୍ଟ୍ରାଟେଜୀ ବିଷୟରେ କହିଦେଲେ ଆଗକୁ ସଫଳ ହେବା ନାହିଁ । ଆଗାମୀ ରଣନୀତି ନେଇ ଧର୍ଯ୍ୟ ରଖନ୍ତୁ । ଏବେ ସବୁ କିଛି କହିହେବନି ବୋଲି କହିଥିଲେ ତେଜସ୍ୱୀ । ସରକାର କେବେ ଗଠନ ହେବ ପ୍ରଶ୍ନରେ ତେଜସ୍ୱୀ କହିଥିଲେ, ପ୍ରଥମ ପଦକ୍ଷେପରେ ପାସ ହେବାକୁ ଦିଅନ୍ତୁ । ଫଳାଫଳ ନଭେମ୍ବର ୨ ତାରିଖରେ ଆସିବା ପରେ ଏହା ପରେ ସମସ୍ତଙ୍କୁ ସୂଚନା ମିଳିଯିବ ।

ଲାଲୁ ଯାଦବଙ୍କ ଜନସଭା ପାଇଁ ଦଳ ସ୍ତରରେ ପ୍ରସ୍ତୁତି ଚାଲିଛି । ଆଜି ହେଲିକପ୍ଟର ମାଧ୍ୟମରେ ଲାଲୁ କୁଶେଶ୍ୱରସ୍ତାନ ଓ ତାରାପୁରରେ ପହଞ୍ଚିଦଳ ପାଇଁ ପ୍ରଚାର କରିବେ । ଗତ କିଛି ଦିନ ତେଜସ୍ୱୀ ଯାଦବ ମଧ୍ୟ ଏହି ଦୁଇଟି ଆସନ ପାଇଁ ପ୍ରଚାର ଜୋରଦାର କରୁଛନ୍ତି ।

Leave A Reply

Your email address will not be published.