ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଉପନିର୍ବାଚନ ପରେ ବିହାରରେ ବଦଳିବ କି ସରକାର!

0

ବିହାରରେ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପାଟନାକୁ ଫେରିବା ପରେ ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ପ୍ରସ୍ତୁତି ହେଉଛନ୍ତି । ଦୀର୍ଘ ଦିନ ପରେ ଲାଲୁ ଯାଦବ ପ୍ରଚାର ମୈଦାନକୁ ଓହ୍ଲାଇବେ । ତେବେ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଏହି ଆସନରେ ବାଜିମାତ କରିବା ପରେ ସେ ବିହାରରେ ନୂତନ ସରକାର ଗଠନ କରିବେ ।

ଲାଲୁଙ୍କ ରାଲିକୁ ନେଇ ଜାତୀୟ ଗଣମାଧ୍ୟମରେ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଲୋକଙ୍କ ଭଲପାଇବା ଲାଲୁ ଯାଦବଙ୍କୁ ଟାଣି ଆଣିଛି । ସେ ଏବେ ସଂପୂର୍ଣ୍ଣ ସୁସ୍ଥ ନାହାଁନ୍ତି କିନ୍ତୁ ନିର୍ବାଚନ ପ୍ରଚାର ପାଇଁ ଯାଉଛନ୍ତି । ଲାଲୁଙ୍କ ଭାଷଣ ଶୁଣିବାକୁ ଲୋକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେଜସ୍ୱୀ ଯାଦବ କହିଛନ୍ତି ଯେ, ଆଜି ଯେଉଁ ଦୁଇ ଜନସଭା ହେବ ଏøତିହାସିକ ଜନସଭା ହେବ । ଜନସଭାରେ ବହୁତ ଭିଡ଼ ହେବାର ସମ୍ଭାବନା ରହିଛି । ଲାଲୁ ଯାଦବ ଏକ ଝଲକ ଦେଖିବାକୁ ଓ ତାଙ୍କ ଭାଷଣ ଶୁଣିବାକୁ ଶହ ଶହ ଲୋକ ଆସିପାରନ୍ତି । ଲାଲୁ ଯାଦବ ଆଜି କୁଶେଶ୍ୱରସ୍ତାନ ଓ ତାରାପୁରରେ ଦୁଇଟି ନିର୍ବାଚନୀ ସଭାରେ ଯୋଗଦେବେ । ଅକ୍ଟୋବର ୩୦ରେ ଏଠାରେ ଉପନିର୍ବାଚନ ପାଇଁ ଭୋଟ ପଡ଼ିବ ।

ଉପନିର୍ବାଚନ ପରେ ଆରଜେଡି ନୂତନ ସରକାର ଗଠନ କରିବ ବୋଲି ହେଉଥିବା କଳ୍ପନା ଜଳ୍ପନା ନେଇ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଏବେ ଆମେ ଆମର ଷ୍ଟ୍ରାଟେଜୀ ବିଷୟରେ କହିଦେଲେ ଆଗକୁ ସଫଳ ହେବା ନାହିଁ । ଆଗାମୀ ରଣନୀତି ନେଇ ଧର୍ଯ୍ୟ ରଖନ୍ତୁ । ଏବେ ସବୁ କିଛି କହିହେବନି ବୋଲି କହିଥିଲେ ତେଜସ୍ୱୀ । ସରକାର କେବେ ଗଠନ ହେବ ପ୍ରଶ୍ନରେ ତେଜସ୍ୱୀ କହିଥିଲେ, ପ୍ରଥମ ପଦକ୍ଷେପରେ ପାସ ହେବାକୁ ଦିଅନ୍ତୁ । ଫଳାଫଳ ନଭେମ୍ବର ୨ ତାରିଖରେ ଆସିବା ପରେ ଏହା ପରେ ସମସ୍ତଙ୍କୁ ସୂଚନା ମିଳିଯିବ ।

ଲାଲୁ ଯାଦବଙ୍କ ଜନସଭା ପାଇଁ ଦଳ ସ୍ତରରେ ପ୍ରସ୍ତୁତି ଚାଲିଛି । ଆଜି ହେଲିକପ୍ଟର ମାଧ୍ୟମରେ ଲାଲୁ କୁଶେଶ୍ୱରସ୍ତାନ ଓ ତାରାପୁରରେ ପହଞ୍ଚିଦଳ ପାଇଁ ପ୍ରଚାର କରିବେ । ଗତ କିଛି ଦିନ ତେଜସ୍ୱୀ ଯାଦବ ମଧ୍ୟ ଏହି ଦୁଇଟି ଆସନ ପାଇଁ ପ୍ରଚାର ଜୋରଦାର କରୁଛନ୍ତି ।

Leave A Reply

Your email address will not be published.