ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ମିଳିଲା ଜାମିନ..‘ମନ୍ନତ’ ଫେରିବେ ଆର୍ୟନ

0

ଜେଲରୁ ମୁକୁଳିବେ ବଲିଉଡ଼ ଷ୍ଟାର ଶାହାରୁଖଙ୍କ ପୁଅ ଆର୍ୟନ ଖାନ । ୨୫ ଦିନ ପରେ ଏବେ ‘ମନ୍ନତ’ ଫେରିବେ ଆର୍ୟନ । ଲଗାତର ତିନି ଦିନ ଧରି ବମ୍ବେ ହାଇକୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ପରେ ଜାମିନ ପ୍ରଦାନ କରିଛନ୍ତି । ଆର୍ୟନଙ୍କ ସାଙ୍ଗ ଅରବାଜ ମର୍ଚାଂଟ ଓ ମୁନମୁନ ଧାମେଚାଙ୍କୁ ମଧ୍ୟ ଜାମିନ ଦେଇଛନ୍ତି କୋର୍ଟ । ତେବେ ଆଜି ରାତି ଜେଲରେ ରହିବେ ଆର୍ୟନ । ଆସନ୍ତାକାଲି କିମ୍ବା ଶନିବାର ଜେଲରୁ ମୁକୁଳିବେ ।

ଆର୍ୟନ ଖାନଙ୍କ ଓକିଲ ୩ ଥର ଉଦ୍ୟମ କରିବା ପରେ ଷ୍ଟାର କିଡ଼୍‌ଙ୍କ ଜାମିନ ମଞ୍ଜୁର କରିପାରିଛନ୍ତି । ଏହା ପୂର୍ବରୁ ସେଶନ୍ସ କୋର୍ଟରେ ୨ ଥର ଜାମିନ ଆବେଦନ ଖାରଜ ହୋଇଥିଲା । ଏଏସଜି ଅନୀଲ ସିଂହଙ୍କ ଯୁକ୍ତିର ଜବାବ ଦେବାକୁ ଯାଇ ଆର୍ୟନଙ୍କ ଓକିଲ ମୁକୁଲ ରୋହତଗୀ କୋର୍ଟରେ କହିଥିଲେ ଯେ, ଆର୍ୟନ ଓ ଅରବାଜ ଏକାଠି ଥିଲେ । କିନ୍ତୁ ଅରବାଜଙ୍କ ପାଖେ ଡ୍ରଗ୍ସ ଥିଲା ବୋଲି ଜଣାନଥିଲା । ଆର୍ୟନ ଖାନ କୌଣସି ଷଡଯନ୍ତ୍ର କରନାହାଁନ୍ତି । ଷଡ଼ଯନ୍ତ୍ରକୁ ପ୍ରମାଣିତ କରିବା ପାଇଁ ପ୍ରମାଣ ଆବଶ୍ୟକ । ମାନବ ଓ ଗାବା ଆର୍ୟନ ଖାନ୍‌ଙ୍କୁ ଜାଣିଥିଲେ କିନ୍ତୁ ତାଙ୍କୁ ଗିରଫ କରାଯାଇନଥିଲା ।ଏହି ମାମଲାରେ ପୂର୍ବରୁ ୨ ଜଣଙ୍କୁ ଜାମିନ ମିଳିସାରିଛି ।

ଏନସିବି ଓକିଲ ଅନୀଲ ସିଂହ ହାଇକୋର୍ଟରେ ଯୁକ୍ତି ସମୟରେ କହିଥିଲେ ଯେ, ଆର‌୍ୟନ ଖାନ ପ୍ରଥମ ଥର ପାଇଁ ଡ୍ରଗ୍ସ ନେଇନାହାଁନ୍ତି ।ଆର୍ୟନ ଓ ଅରବାଜ ଦୀର୍ଘ ଦିନରୁ ଡ୍ରଗ୍ସ ସେବନ କରୁଥିଲେ । ଏବଂ ପେଡେଲରଙ୍କ ସହ ବି ତାଙ୍କ ସଂପର୍କ ରହିଛି । ଅନୀଲ ସିଂହ କହିଥିଲେ ଯେ, ହ୍ୱାଟସ ଆପ ଚାଟରୁ ଏହା ଜଣାପଡିଛି ଯେ ସେ ଡ୍ରଗ୍ସ କାରବାର କରୁଥିଲେ । ଏନସିବି ଓକିଲ ଏହା ବି କହିଥିଲେ ଯେ, କ୍ରୁଜରେ ଡ୍ରଗ୍ସ ପାର୍ଟି ହେବା ନେଇ ଆର୍ୟନ ଙ୍କୁ ଆଗରୁ ଜଣାଥିଲା । ହେଲେ ଗାନ୍ଧୀ ଜୟନ୍ତୀରେ ଏଭଳି କିଛି କରିବା ଠିକ ନଥିଲା ।

ଆର୍ୟନ ଖାନଙ୍କୁ ଅକ୍ଟୋବରରେ ୨ ରେ ଏନସିବି ମୁମ୍ବାଇରୁ ଗୋଆ ଯିବାକୁ ଥିବା ଜାହାଜରୁ ଗିରଫ କରିଥିଲା । କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲୁଥିବା ନେଇ ଏନସିବି ଖବର ପାଇବା ପରେ ରେଡ଼୍ କରିଥିଲା । ଆର୍ୟନ ଖାନଙ୍କ ପାଖରୁ ଡ୍ରଗ୍ସ ମିଳିନଥିଲା । କିନ୍ତୁ ତାଙ୍କ ହ୍ୱାଟସ ଆପ ଚାଟରୁ ଡ୍ରଗ୍ସ କାରବାର ନେଇ ଏନସିବିକୁ ପ୍ରମାଣ ମିଳିଥିଲା । ଆର୍ୟନ ଓ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଚାଟ୍‌ ମଧ୍ୟ ସାମନକାକୁ ଆସିଛି । ଅନନ୍ୟାଙ୍କୁ ମଧ୍ୟ ଏନସିବି ୨ ଥର ସମନ କରି ପଚରାଉଚରା କରିଛନ୍ତି ।

Leave A Reply

Your email address will not be published.