ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ମିଳିଲା ଜାମିନ..‘ମନ୍ନତ’ ଫେରିବେ ଆର୍ୟନ

0

ଜେଲରୁ ମୁକୁଳିବେ ବଲିଉଡ଼ ଷ୍ଟାର ଶାହାରୁଖଙ୍କ ପୁଅ ଆର୍ୟନ ଖାନ । ୨୫ ଦିନ ପରେ ଏବେ ‘ମନ୍ନତ’ ଫେରିବେ ଆର୍ୟନ । ଲଗାତର ତିନି ଦିନ ଧରି ବମ୍ବେ ହାଇକୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ପରେ ଜାମିନ ପ୍ରଦାନ କରିଛନ୍ତି । ଆର୍ୟନଙ୍କ ସାଙ୍ଗ ଅରବାଜ ମର୍ଚାଂଟ ଓ ମୁନମୁନ ଧାମେଚାଙ୍କୁ ମଧ୍ୟ ଜାମିନ ଦେଇଛନ୍ତି କୋର୍ଟ । ତେବେ ଆଜି ରାତି ଜେଲରେ ରହିବେ ଆର୍ୟନ । ଆସନ୍ତାକାଲି କିମ୍ବା ଶନିବାର ଜେଲରୁ ମୁକୁଳିବେ ।

ଆର୍ୟନ ଖାନଙ୍କ ଓକିଲ ୩ ଥର ଉଦ୍ୟମ କରିବା ପରେ ଷ୍ଟାର କିଡ଼୍‌ଙ୍କ ଜାମିନ ମଞ୍ଜୁର କରିପାରିଛନ୍ତି । ଏହା ପୂର୍ବରୁ ସେଶନ୍ସ କୋର୍ଟରେ ୨ ଥର ଜାମିନ ଆବେଦନ ଖାରଜ ହୋଇଥିଲା । ଏଏସଜି ଅନୀଲ ସିଂହଙ୍କ ଯୁକ୍ତିର ଜବାବ ଦେବାକୁ ଯାଇ ଆର୍ୟନଙ୍କ ଓକିଲ ମୁକୁଲ ରୋହତଗୀ କୋର୍ଟରେ କହିଥିଲେ ଯେ, ଆର୍ୟନ ଓ ଅରବାଜ ଏକାଠି ଥିଲେ । କିନ୍ତୁ ଅରବାଜଙ୍କ ପାଖେ ଡ୍ରଗ୍ସ ଥିଲା ବୋଲି ଜଣାନଥିଲା । ଆର୍ୟନ ଖାନ କୌଣସି ଷଡଯନ୍ତ୍ର କରନାହାଁନ୍ତି । ଷଡ଼ଯନ୍ତ୍ରକୁ ପ୍ରମାଣିତ କରିବା ପାଇଁ ପ୍ରମାଣ ଆବଶ୍ୟକ । ମାନବ ଓ ଗାବା ଆର୍ୟନ ଖାନ୍‌ଙ୍କୁ ଜାଣିଥିଲେ କିନ୍ତୁ ତାଙ୍କୁ ଗିରଫ କରାଯାଇନଥିଲା ।ଏହି ମାମଲାରେ ପୂର୍ବରୁ ୨ ଜଣଙ୍କୁ ଜାମିନ ମିଳିସାରିଛି ।

ଏନସିବି ଓକିଲ ଅନୀଲ ସିଂହ ହାଇକୋର୍ଟରେ ଯୁକ୍ତି ସମୟରେ କହିଥିଲେ ଯେ, ଆର‌୍ୟନ ଖାନ ପ୍ରଥମ ଥର ପାଇଁ ଡ୍ରଗ୍ସ ନେଇନାହାଁନ୍ତି ।ଆର୍ୟନ ଓ ଅରବାଜ ଦୀର୍ଘ ଦିନରୁ ଡ୍ରଗ୍ସ ସେବନ କରୁଥିଲେ । ଏବଂ ପେଡେଲରଙ୍କ ସହ ବି ତାଙ୍କ ସଂପର୍କ ରହିଛି । ଅନୀଲ ସିଂହ କହିଥିଲେ ଯେ, ହ୍ୱାଟସ ଆପ ଚାଟରୁ ଏହା ଜଣାପଡିଛି ଯେ ସେ ଡ୍ରଗ୍ସ କାରବାର କରୁଥିଲେ । ଏନସିବି ଓକିଲ ଏହା ବି କହିଥିଲେ ଯେ, କ୍ରୁଜରେ ଡ୍ରଗ୍ସ ପାର୍ଟି ହେବା ନେଇ ଆର୍ୟନ ଙ୍କୁ ଆଗରୁ ଜଣାଥିଲା । ହେଲେ ଗାନ୍ଧୀ ଜୟନ୍ତୀରେ ଏଭଳି କିଛି କରିବା ଠିକ ନଥିଲା ।

ଆର୍ୟନ ଖାନଙ୍କୁ ଅକ୍ଟୋବରରେ ୨ ରେ ଏନସିବି ମୁମ୍ବାଇରୁ ଗୋଆ ଯିବାକୁ ଥିବା ଜାହାଜରୁ ଗିରଫ କରିଥିଲା । କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲୁଥିବା ନେଇ ଏନସିବି ଖବର ପାଇବା ପରେ ରେଡ଼୍ କରିଥିଲା । ଆର୍ୟନ ଖାନଙ୍କ ପାଖରୁ ଡ୍ରଗ୍ସ ମିଳିନଥିଲା । କିନ୍ତୁ ତାଙ୍କ ହ୍ୱାଟସ ଆପ ଚାଟରୁ ଡ୍ରଗ୍ସ କାରବାର ନେଇ ଏନସିବିକୁ ପ୍ରମାଣ ମିଳିଥିଲା । ଆର୍ୟନ ଓ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଚାଟ୍‌ ମଧ୍ୟ ସାମନକାକୁ ଆସିଛି । ଅନନ୍ୟାଙ୍କୁ ମଧ୍ୟ ଏନସିବି ୨ ଥର ସମନ କରି ପଚରାଉଚରା କରିଛନ୍ତି ।

Leave A Reply

Your email address will not be published.