ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ଜେଲରୁ ଫେରିବ ପୁଅ

0

ଜେଲରୁ ଫେରିବ ପୁଅ । ବଲିଉଡ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନଙ୍କୁ ୨୫ ଦିନ ପରେ ଜାମିନ ମିଳିବା ପରେ ସେ ଏବେ ମନ୍ନତ ଫେରିବେ । ଆଜି କିମ୍ବା ଆସନ୍ତାକାଲି ସେ ଜେଲରୁ ମୁକୁଳିପାରନ୍ତି । ତେବେ ଆର୍ୟନ ଖାନଙ୍କ ଜାମିନ ମିଳିବା ଶୁଣିବା ପରେ ଖୁସିର କାନ୍ଦି ପକାଇଥିଲେ ଶାହାରୁଖ ଖାନ୍ । ଅନେକ ଫିଲ୍ମରେ କାନ୍ଦିବା ଅଭିନୟ କରୁଥିବା ଶାହାରୁଖ ପୁଅ ଫେରିବା ଖୁସିରେ ସତରେ କାନ୍ଦି ପକାଇଥିଲେ । ଶାହରୁଖ ନିଜର ଲୁହକୁ ଅଟକାଇପାରିନଥିଲେ ।

ଆର୍ୟନ ଖାନଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ ମିଳିବା ପରେ ଶାହାରୁଖ ଆଇନଜୀବୀ ସତୀଶ ମନସିନ୍ଧେଙ୍କ ଟିମ ସହ ଏକ ଫଟୋ ଉଠାଇଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଫଟୋରେ ଶାହାରୁଖ କେତେ ଖୁସିଥିବା ନଜର ଆସୁଛନ୍ତି । ଆର୍ୟନ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ଶାହାରୁଖ ଓ ଗୌରୀ ଖାନଙ୍କ ଆଖିରୁ ନିଦ ହଜିଯାଇଥିଲା । ପୁଅକୁ ଜେଲରୁ ମୁକୁଳାଇବା ପାଇଁ ଦିନ ରାତି ଲାଗିପଡିଥିଲେ । ପଠାନ ଫିଲ୍ମ ସୁଟିଂକୁ ମଧ୍ୟ ଅଧାରୁ ଛାଡି ଦେଶକୁ ଫେରିଥିଲେ ଶାହାରୁଖ ।

ଆର୍ୟନଙ୍କୁ ବେଲ ମିଳିବା ପରେ ଅନେକ ସେଲିବ୍ରିଟି ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ସୋନୁ ସୁଦ୍ଦ,ଆର ମାଧବନ ଖୁସି ଜଣାଇଛନ୍ତି । ଆର ମାଧବନ ଟୁଇଟ କରି ଲେଖିଛନ୍ତି ଯେ, ଭଗବାନଙ୍କୁ ଧନ୍ୟବାଦ । ସେହିପରି ସୋନୁ ସୁଦ୍ଦ ଟୁଇଟ କରିଛନ୍ତି ଯେ, ସମୟ ଯେତେବେଳେ ନ୍ୟାୟ କରେ , ସାକ୍ଷୀମାନଙ୍କର କୌଣସି ଆବଶ୍ୟକତା ପଡିନଥାଏ । ଟିଭି କଳାକାର ଆମିର ଅଲ୍ଲୀ, ଗାୟକ ମିକା ସିଂ ମଧ୍ୟ ଆର୍ୟନ ଜାମିନ ମଞ୍ଜୁର ଖବର ଶୁଣିବା ପରେ କହିଛନ୍ତି ଯେ, ଭଗବାନଙ୍କ ଘର ଡେରି ହୁଏ କିନ୍ତୁ କେବେ ଅନ୍ଧାର ନଥାଏ ।

ଅକ୍ଟୋବରୁ ୨ରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବି ଆର୍ୟନ ଖାନଙ୍କୁ ଗିରଫ କରିଥିଲା । ଦୀର୍ଘ ୨୫ ଦିନ ହେବ ଆର୍ଥର ରୋଡ ଜେଲରେ ଅଛନ୍ତି ଆର୍ୟନ । ପୂର୍ବରୁ ଦୁଇ ଥର ସେଶନ୍ସ କୋର୍ଟରେ ତାଙ୍କା ଜାମିନ ଆବେଦନ ଖାରଜ ହୋଇଯାଇଥିଲା । ଏନସିବି ଲଗାତର ଆର୍ୟନଙ୍କ ଜାମିନକୁ ବିରୋଧ କରିଆସୁଥିଲା । ଏହା ପରେ ଆର୍ୟନଙ୍କ ଓକିଲ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଗତ ୩ ଦିନ ହେବ ଲଗାତର ଶୁଣାଣି କରିବା ପରେ ବମ୍ବେ ହାଇକୋର୍ଟ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି । ଆର୍ୟନଙ୍କ ସହ ଅରବାଜ ମର୍ଚାଂଟ ଓ ମୁନମୁନ ଧାମେଚାଙ୍କୁ ମଧ୍ୟ ଜାମିନ ମିଳିଥିବା ବେଳେ ଆଜି କିମ୍ବା କାଲି ରାୟର କପି ଆସିବା ପରେ ଜେଲରୁ ମୁକୁଳିବେ ୩ ଜଣ ।

Leave A Reply

Your email address will not be published.